Ukraine ରେ ଫସି ରହିଛନ୍ତି ଭୁବନେଶ୍ବର ଝିଅ ବର୍ଷାରାଣୀ, କହିଲେ ସେଠାକାର ଛାତିଥରା କାହାଣୀ, ଶୁଣିଲେ ଆପଣ ବି ଡରିଯିବେ ! ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ଯାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି । ଦେଶ ବିଦେଶ ସମସ୍ତ ସ୍ଥାନରେ ଏହି ଖବରଟି ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

ତେବେ ବନ୍ଧୁଗଣ ୟୁକ୍ରେନରେ ଥିବା ଭୁବନେଶ୍ଵରର ଜଣେ ଝିଅ ଛାତ୍ରୀ ବର୍ତ୍ତମାନ ଗଣମଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହି ଝିଅ ଜଣକଙ୍କ ନାମ ହେଉଛି ବର୍ଷାରାଣୀ । ଯେହେତୁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଉଛି ୟୁକ୍ରେନର ସ୍ଥିତି ବିଷୟରେ ବର୍ଷାରାଣୀ ଗଣମାଧ୍ୟମକୁ କହିଛନ୍ତି । ବର୍ଷାରାଣୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ବର୍ତ୍ତମାନ ଏଠିକାର ପରିସ୍ଥିତି ନର୍ମାଲ ଅଛି ।

ଆଗକୁ ସେ କହିଛନ୍ତି-‘ସକାଳ ୫ ରୁ ୫.୩୦ରେ ଆମେ ଶୋଇଥିଲୁ ସେତେବେଳେ ବମିଙ୍ଗ ସାଉଣ୍ଡ ଶୁଭା ଗଲା । ସ୍ଥିତି ଏମିତି ହେଇଗଲା ଯେ, ଆମକୁ କୁହାଗଲା ସବୁ ଖାଦ୍ୟ ଜିନିଷ ଆଣି ରଖିଦେବା ପାଇଁ ତ ଆମେ ସେହି କାମ ସକାଳୁ ଏ ପର୍ଯ୍ୟନ୍ତ କରୁଛୁ । ଆମ୍ବେସୀ ତରଫରୁ ଯାହା ନୋଟିସ ଆସିଲା ଆମେ ଏବେ ପ୍ୟାକିଙ୍ଗ କରୁଛୁ । ଆମେ ଡିସେମ୍ବର ୬ରେ ଆସିଥିଲୁ ୟୁକ୍ରେନ । କ୍ଲାସେସ ବି ଭଲ ରେ ଚାଲିଥିଲା ସବୁ କିଛି ଠିକ ଥିଲା’ ।

ଆଗକୁ ସେ କହିଛନ୍ତି-‘ହେଲେ ଆଜି ସକାଳେ ଆମେ ବମିଙ୍ଗ ସାଉଣ୍ଡ ଶୁଣିବାରୁ ବହୁତ ଡରିକି ଅଛୁ । ଆମ୍ବେସୀ ଆମକୁ ସମସ୍ତ ପରିସ୍ଥିତିର ଅପଡେଟ ଦେବା ପାଇଁ କହିଛନ୍ତି । ମୁ କେବଳ ଗୋଟିଏ ମେସେଜ ଦେବା ପାଇଁ ଚାହିଁବି ଯେତେ ବି ପ୍ଯାରେଣ୍ଟସ ଅଛନ୍ତି ଇଣ୍ଡିଆରେ କି ଓଡିଶାରେ ଆମେ ମାନେ ସୁରକ୍ଷିତ ଅଛୁ । ଆଗ ପରିସ୍ଥିତି କଣ ହେବ ତାହା ବିଷୟରେ ତ କହି ହେବ ନାହିଁ’ ।

ଆଗକୁ ସେ କହିଛନ୍ତି-‘ହେଲେ ଆମ୍ବେସୀ ଆମକୁ ଆଶ୍ଵସ୍ତ କରିଛି ଯଦି ପରିସ୍ଥିତି ଅଧିକ ବିଗିଡିବ ତା ହେଲେ ଆମକୁ ସୁରକ୍ଷିତ ଭାବରେ ଇଣ୍ଡିଆ ନିଆଯିବ । ତେଣୁ ବ୍ୟସ୍ତ ହେବାର କିଛି କଥା ନାହିଁ । ଯେତେ ଆମେ ଶୁଣିବାକୁ ପାଇଲୁ ଯେ, ସାଧାରଣ ଲୋକଙ୍କ ପ୍ରତି ଏବେ ବେସୀ କିଛି ବିପଦ ନାହିଁ । ଆମକୁ ସନ୍ଧ୍ୟା ବେଳରୁ ବାହାରକୁ ବାହାରିବା ପାଇଁ ମଧ୍ୟ ମନା କରାଯାଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବର୍ଷାରାଣୀ ସେଠାକାର ପରିସ୍ଥିତି ବିଷୟରେ କହିଛନ୍ତି ।

Leave a Reply

Your email address will not be published. Required fields are marked *