ଏ ଯୁଗର କୃଷ୍ଣ ! ବଂଶୀ ବଜେଇବା ମାତ୍ରେ ଧାଇଁ ଆସୁଛନ୍ତି ଗାଈ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଗାଈର ବହୁତ ପୌରାଣିକ ମାନ୍ୟତା ରହିଛି । ଆଗ କାଳରୁ ହିଁ ଗାଈର ପୂଜା ଅର୍ଚ୍ଚନା କରାଯାଇଥାଏ । ଏମିତି କୁହାଯାଏ ଗାଈ ଦେହରେ ୩୬ କୋଟି ଦେବୀ ଦେବତାଙ୍କ ବାସ ରହିଥାଏ । ଗାଈଙ୍କ ସେବା କରିଲେ ମଣିଷ ବହୁତ ପୂଣ୍ୟ ଅର୍ଜନ କରିଥାଏ । ବର୍ତ୍ତମାନର ସମୟରେ ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ଜୀବ ଜନ୍ତୁ ମାନଙ୍କର ସେବା କରୁ ନାହାନ୍ତି ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ମଣିଷଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଗାଈ ମାନଙ୍କର ସେବା ନିଜ ଖୁସିରେ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଏହି ବ୍ୟକ୍ତିଙ୍କ ନାମ ହେଉଛି ସୁବଳ ଦାସ । ସୁବଳ ୧୦ ବର୍ଷରୁ ଗାଈ ମାନଙ୍କର ସେବା କରୁଛନ୍ତି । ସୁବଳଙ୍କ ବାପା ଗାଈ ଚରାଉ ଥିଲେ ଚତୁର୍ଥ ଶ୍ରେଣୀରୁ ସୁବଳ ପାଠ ପଢା ଛାଡି ଗାଈ ମାନଙ୍କର ସେବା କରିଲେ ।

ଆଜିକୁ ପାଖାପାଖି ୪୦ ବର୍ଷ ହେବ ସେ ଗାଈ ମାନଙ୍କର ସେବା କରୁଛନ୍ତି । ଗାଈଙ୍କ ସେବା କରିବା ଦ୍ଵାରା ସୁବଳଙ୍କ ମନ ଆନନ୍ଦ ହେଉଛି ତେଣୁ ସେ ପିଲା ଦିନରୁ ଗାଈଙ୍କ ସେବା କରିବାର ନିଷ୍ପତ୍ତି ନେଇଥିଲେ । ସୁବଳ ବଂଶି ବଜାଇ ନାଚଗୀତ କରି ଗାଈ ମାନଙ୍କର ସେବା କରନ୍ତି । ଯେଉଁ ଗାଁରେ ଗଉଡ ନଥାନ୍ତି ସେହି ଗାଁକୁ ଯାଇ ଗାଈ ମାନଙ୍କୁ ଚରାନ୍ତି ।

ସୁବଳଙ୍କ ପିଲା ଛୁଆ ଘର ସଂସାର ଅଛି ହେଲେ ସେ ଗାଈ ଚରାଇବା ପାଇଁ କୌଣସି ଡିମାଣ୍ଡ କରନ୍ତି ନାହିଁ । ଏହି କାମ କରି ତାଙ୍କୁ ବହୁତ ଖୁସି ମିଳେ । ଗାଈ ଚରାଇବା ବେଳେ ସୁବଳ କୃଷ୍ଣଙ୍କ ଗାନ କରିବା ସହ ବଂଶି ବଜାନ୍ତି । ଗାଈଙ୍କ ପ୍ରତି ଏତେ ଭଲ ପାଇବା ଦେଖି ଗାନ ଲୋକ ସମସ୍ତେ ସୁବଳଙ୍କ ପ୍ରଶଂସା କରନ୍ତି । ବନ୍ଧୁଗଣ ବର୍ତ୍ତମାନର କଳିଯୁଗରେ ଏହି ଭଳିଆ ମଣିଷ ବହୁତ କମ ଥାନ୍ତି ଯେଉଁ ମାନେ ଟଙ୍କା ପଛରେ ନ ଧାଇଁ ପଶୁ ମାନଙ୍କର ସେବା କରନ୍ତି ।

ସୁବଳ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ମଧ୍ୟ ବହୁତ ଚର୍ଚାରେ ଅଛନ୍ତି ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *