ସେପ୍ଟେମ୍ବର ମାସରେ ଏହି ସବୁ ଦିନ ବ୍ୟାଙ୍କ ରହିବ ବନ୍ଦ, ଏଠାରେ ଜାଣନ୍ତୁ ଛୁଟିର ସଂପୂର୍ଣ୍ଣ ସୂଚନା

ଯଦି ବ୍ଯାଙ୍କ ସହ ଜଡିତ କୌଣସି କାର୍ଯ୍ୟ ଆପଣ ସେପ୍ଟେମ୍ବର ମାସକୁ ବଞ୍ଚାଇ ରଖିଛନ୍ତି, ତାହାଲେ ଆପଣଙ୍କୁ ବ୍ଯାଙ୍କର ଛୁଟି ବିଷୟରେ ନିହାତି ଜାଣିବା ଆବଶ୍ୟକ । ସେପ୍ଟେମ୍ବର ମାସ ବ୍ଯାଙ୍କ ଯିବାକୁ ହେଲେ ଆପଣ ସେହି ମାସରେ ବ୍ଯାଙ୍କ ଛୁଟି ବିଶାରେ ଜାଣିବା ନିହାତି ଆବଶ୍ୟକ । ଏହାଦ୍ବାରା ଆପଣ ବ୍ଯାଙ୍କରୁ ଫେରି ଆସିବେ ନାହିଁ । ବ୍ଯାଙ୍କ ଯିବା ପୂର୍ବରୁ ଯଦି ଆପଣଙ୍କ ପାଖରେ ବ୍ଯାଙ୍କର ସଂପୂର୍ଣ୍ଣ ଲିଷ୍ଟ ଥିବ ତାହାଲେ ଆପଣଙ୍କ ପାଇଁ ବ୍ଯାଙ୍କ କାର୍ଯ୍ୟ ବହୁତ ସହଜ ସରଳରେ ହୋଇଯିବ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । RBI ଦ୍ଵାରା ନିର୍ଧାରିତ ନିୟମ ଅନୁସାରେ ବ୍ଯାଙ୍କ ଛୁଟି ଶନିବାର ଓ ରବିବାରକୁ ଛାଡିଦେଲେ ଅନ୍ୟ ୧୧ ଦିନ ବ୍ଯାଙ୍କ ବନ୍ଦ ରହିବ । RBI ଘୋଷଣା କରିଥିବା ବ୍ଯାଙ୍କ ଛୁଟି ନିୟମ ଅନୁସାରେ କିଛି ଛୁଟି ଦେଶବ୍ୟାପୀ ରହିଛି, ଯାହାଦ୍ୱାରା ଦେଶର ସମସ୍ତ ବ୍ଯାଙ୍କ ବନ୍ଦ ରହିବ । ଅନ୍ୟ ପକ୍ଷରେ କିଛି ଛୁଟି ପ୍ରଦେଶ ଆଧାରରେ ହେବ ।

୨୦୨୦ ସେପ୍ଟେମ୍ବର ମାସରେ ୨ ତାରିଖରେ ବ୍ଯାଙ୍କ ବନ୍ଦ ରହିବ, କାରଣ ସେହିଦିନ ନାରାୟଣ ଗୁରୁ ଜୟନ୍ତୀ ଅଛି । ଗଙ୍ଗଟୋକ, କୋଚି ଓ ତିରୁବନ୍ତପୁରମରେ ବ୍ଯାଙ୍କ ବନ୍ଦ ରହିବ । ୬ ସେପ୍ଟେମ୍ବର ରବିବାର ଦିନ ବ୍ଯାଙ୍କ ଛୁଟି ରହିବ । ଏହାପରେ ୧୨ ସେପ୍ଟେମ୍ବରରେ ଦୁତୀୟ ଶନିବାର ପାଇଁ ଦେଶ ସାରା ସମସ୍ତ ବ୍ଯାଙ୍କ ଛୁଟି ରହିବ । ୧୩ ସେପ୍ଟେମ୍ବର ରବିବାର ପାଇଁ ସମସ୍ତ ବ୍ଯାଙ୍କ ଛୁଟି ରହିବ ।

୧୭ ସେପ୍ଟେମ୍ବରରେ ଅଗରତଲା,କଲିକତା ଓ ବେଙ୍ଗାଲୁରୁରେ ବ୍ଯାଙ୍କ ବନ୍ଦ ରହିବ । ବ୍ଯାଙ୍କରେ ମହାଳୟ ଅମାବାସ୍ୟାର ଛୁଟି ହେବ । ଏହାପରେ ୨୦ ସେପ୍ଟେମ୍ବର ରବିବାର ଦିନ ବ୍ଯାଙ୍କ ଛୁଟି ହେବ । ୨୧ ସେପ୍ଟେମ୍ବର କୋଚି,ତିରୁବନନ୍ତପୁରମ ଆଦି ବ୍ଯାଙ୍କ ଶ୍ରୀ ନାରାୟଣୀ ଗୁରୁ ସମାଧି ପାଇଁ ଛୁଟି ରହିବ । ୨୩ ସେପ୍ଟେମ୍ବର ହରିୟଣାର ସମସ୍ତ ବ୍ଯାଙ୍କ ବନ୍ଦ ରହିବ । ଏହା ଛଡା ୨୬ ସେପ୍ଟେମ୍ବର ମାସର ଚତୁର୍ଥ ଶନିବାର ଦେଶର ସମସ୍ତ ବ୍ଯାଙ୍କ ବନ୍ଦ ରହିବ । ୨୭ ସେପ୍ଟେମ୍ବର ରବିବାର ସମସ୍ତ ବ୍ଯାଙ୍କ ଛୁଟି ରହିବ । ୨୮ ସେପ୍ଟେମ୍ବର ସହିଦ ଭଗତ ସିଂହ ଜୟନ୍ତୀ ପାଇଁ ପଞ୍ଜାବର ସମସ୍ତ ବ୍ଯାଙ୍କ ବନ୍ଦ ରହିବ ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *