ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ସୋମବାର ଦିନ ନିଜର ଗ୍ରାହକ ମାନଙ୍କ ପାଇଁ ବଡ ଖୁସି ଖବର ଘୋଷଣା କରିଛି । ବ୍ୟାଙ୍କ ସବୁ ଅବଧିର ମାର୍ଜିନାଲ ମୂଲ୍ୟ ଆଧାରିତ ସୁଧ ହାରରେ ୦.୨୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ଏହା ସହିତ ମଧ୍ୟ ବ୍ୟାଙ୍କର ଏକ ବର୍ଷର MCLR ୭.୨୫ ପ୍ରତିଶତ ରୁ ହ୍ରାସ ପାଇ ୭ ପ୍ରତିଶତ ହୋଇ ଯାଇଛି । ସୁଧ ହାରରେ କରାଯାଇ ଥିବା ଏହି ହ୍ରାସ ୧୦ ଜୁନ, ୨୦୨୦ରୁ କାର୍ଯ୍ୟକାରୀ ହେବ ।
ବ୍ୟାଙ୍କ MCLR ରେ ଲଗାତାର ୧୩ ଥର ହ୍ରାସ କରାଇଛି । ବ୍ୟାଙ୍କ ବେସ ରେଟରେ ମଧ୍ୟ ୦.୭୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ଏହା ସହିତ ବ୍ୟାଙ୍କର ବେସ ରେଟ ୮.୧୫ ପ୍ରତିଶତ ରୁ ହ୍ରାସ ପାଇ ୭.୪୦ ପ୍ରତିଶତ ରହିଛି । ଏହି ହ୍ରାସ ମଧ୍ୟ ୧୦ ଜୁନ ୨୦୨୦ ଠାରୁ ଲାଗୁ ହେବ । ଏହା ବ୍ୟତୀତ ବ୍ୟାଙ୍କ ଏକ୍ସଟରନାଲ ବେଞ୍ଚମାର୍କ ଲିଙ୍କ୍ଦ ଲ୍ୟାଣ୍ଡିଂ ରେଟ (EBR) ଉପରେ ବି ସୁଧ ହାରରେ ୦.୪୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ବ୍ୟାଙ୍କ ରେପୋ ଲିଙ୍କ୍ଦ ଲ୍ୟାଣ୍ଡିଂ ରେଟ ରେ ମଧ୍ୟ ୦.୪୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ଏହି ପ୍ରକାର ବ୍ୟାଙ୍କ ରିଜର୍ବ ବ୍ୟାଙ୍କ ଦ୍ଵାରା ରେପୋ ରେଟ ରେ କରାଯାଇ ଥିବା ୦.୪୦ ପ୍ରତିଶତ ହ୍ରାସର ସମ୍ପୂର୍ଣ ଲାଭ ନିଜର ଗ୍ରାହକଙ୍କୁ ଦେବା ପାଇଁ ଘୋଷଣା କରିଛି ।
ଏହି ହ୍ରାସ ପରେ ବ୍ୟାଙ୍କର ଇବିଆର ୭.୦୫ ପ୍ରତିଶତରୁ ହ୍ରାସ ପାଇ ୬.୬୫ ପ୍ରତିଶତ ହୋଇ ଯାଇଛି । ଏହି ପରିବର୍ତ୍ତନ ୧ ଜୁଲାଇ ୨୦୨୦ରୁ ଆରମ୍ଭ ହେବ । ସେହିପରି ଆରଏଲଏଲଆର ୬.୬୫ ପ୍ରତିଶତରୁ କମି ୬.୨୫ ପ୍ରତିଶତ ହୋଇ ଯାଇଛି । ଏହା ୧ ଜୁନ ୨୦୨୦ରୁ ଲାଗୁ ହୋଇଛି ।
ଏତେ କମ ହୋଇଯିବ EMI ର ବୋଝ
ବ୍ୟାଙ୍କ ଦ୍ଵାରା ସୁଧ ହାରରେ କରାଯାଇ ଥିବା ଏହି ହ୍ରାସ ସହିତ ଲୋକଙ୍କ ଇଏମଆଇ ବୋଝରେ ଯଥେଷ୍ଟ ହ୍ରାସ ଆସିବ । ବ୍ୟାଙ୍କ କହିଛି କି ୩୦ ବର୍ଷର ଅବଧିର ୨୫ ଲକ୍ଷ ଟଙ୍କାର MCLR ଆଧାରିତ ହୋମ ଲୋନ ର EMI ରେ ୪୨୧ଟଙ୍କା ହ୍ରାସ ପାଇବ । ସେହିପରି EBR ଏବଂ RLLR ଆଧାରିତ ଏହି ଅବଧିର ସମାନ ରାଶିର ହୋମ ଲୋନ ଉପରେ ଇଏମଆଇରେ ୬୬୦ ଟଙ୍କା ହ୍ରାସ ପାଇବ । ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୋଇ ରୁହନ୍ତୁ ।