ମହାମାରୀ ଭୂତାଣୁ ବିପଦରେ ପୁରା ଦୁନିଆର ବିକାଶରେ ରୋକ୍ ଲାଗିଛି । ଏହି ସମୟରେ ମହାମାରୀ ଭୂତାଣୁ ଯୋଗୁଁ ବିଦେଶରେ ଫସି ଥିବା ଭାରତୀୟଙ୍କ ପାଇଁ ବଡ଼ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଲକ୍ ଡାଉନ ଯୋଗୁଁ ୟୁଏଇ ରେ ଫସିଥିବା ପ୍ରବାସୀ ଭାରତୀୟ ମାନେ ଘରକୁ ଫେରିଲେ । ଗୁରୁବାର ମଧ୍ୟ ରାତ୍ରିରେ ଏୟାର ଇଣ୍ଡିଆର ଦୁଇ ସ୍ଵତନ୍ତ୍ର ବିମାନରେ ଭାରତର 363 ପ୍ରବାସୀ ନାଗରିକ ଆବୁଧାବି ଓ ଦୁବାଇ ରୁ କେରଳ ପହଁଞ୍ଚିଲେ ।
ଗୁରୁବାର ଦିନ ଏୟାର ଇଣ୍ଡିଆର ପ୍ରଥମ ବିମାନ ଆବୁଧାବି ରୁ ବାହାରି କୋଚି ରେ ପହଞ୍ଚିଛି ଏବଂ ଦ୍ଵିତୀୟ ବିମାନ ଦୁବାଇ ରୁ ଆସି କୋଝିକୋଟ୍ ବିମାନ ବନ୍ଦର ରେ ପହଞ୍ଚିଛି ଭାରତ ସରକାର ବିଦେଶରେ ଫସିଥିବା ନାଗରିକ ମାନଙ୍କ ପାଇଁ ଘର କୁ ଫେରିବା ପାଇଁ ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି । ଯେଉଁଥିପାଇଁ ଭାରତୀୟଙ୍କୁ ବିମାନ ଏବଂ ନୌସେନା ଜାହାଜ ଦ୍ଵାରା ଘରକୁ ଫେରାଇ ଆଣିବା କାର୍ଯ୍ୟ ଚାଲୁ ଅଛି ।
ବନ୍ଦେ ଭାରତ ମିଶନ ଯୋଗୁଁ 181 ପ୍ରବାସୀ ଭାରତୀୟ ପ୍ରଥମ ବିମାନ ରେ ଆବୁ ଧାବି ରୁ ଏବଂ ଦ୍ଵିତୀୟ ବିମାନ ରେ 182 ଯାତ୍ରୀ ଦୁବାଇ ରୁ ଫେରିଲେ । ଅଧିକାରୀ ମାନେ କହିଛନ୍ତି ଯେ ସବୁ ଯାତ୍ରୀ ଭାରତ ଫେରିବା ପୂର୍ବରୁ ପ୍ରଥମେ ବିମାନ ବନ୍ଦରରେ ସେମାନଙ୍କର ମହାମାରୀ ଆଣ୍ଟି ବଡି ଟେଷ୍ଟ କରାଯାଇଥିଲା ଏବଂ ସରକାରୀ ସୁବିଧା ଦ୍ଵାରା ସେମାନଙ୍କୁ 7 ଦିନ କ୍ୟୁରେନ୍ଟିନରେ ରହିବା ପାଇଁ ସୁବିଧା କରାଯାଇଛି ।
ଗୃହ ମନ୍ତ୍ରାଳୟ ଅନୁସାରେ ଜରୁରୀ ଚିକିତ୍ସା ଦରକାର ହେଉଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ବୃଦ୍ଧ ବୃଦ୍ଧା ମାନେ ଯଥା ପରିବାର ର ସଦସ୍ୟଙ୍କ ମୃତ୍ୟୁ ଯୋଗୁଁ ଭାରତ ଫେରିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଲୋକମାନେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମେ ପ୍ରାଥମିକତା ଏବଂ ଯାତ୍ରୀ ମାନଙ୍କୁ ସେମାନଙ୍କର ବିମାନ ଭଡ଼ା ଦେବାକୁ ପଡିବ । ପୂର୍ବରୁ ପ୍ରାପ୍ତ ହୋଇଥିବା ପଞ୍ଜୀକରଣ ଆଧାରରେ ବିଦେଶ ମନ୍ତ୍ରାଳୟ ଏହି ଯାତ୍ରୀ ମାନଙ୍କର ବିମାନ ଉଡାଣ ଓ ପାଣି ଜାହାଜ ହିସାବରେ ତଥ୍ୟ ପ୍ରସ୍ତୁତି କରିବେ ଯେଉଁଥିରେ ନାମ, ବୟସ, ଲିଙ୍ଗ, ମୋବାଇଲ ଫୋନ ନମ୍ବର, ବାସସ୍ଥାନ, ଏବଂ ପି ସି ଆର ପରିକ୍ଷଣ ଓ ତାହାର ପରିଣାମର ସୂଚନା ସାମିଲ ରହିବ ।