ବହୁତ ଚାଲାଖ ଓ ମିଛ କହିବାରେ ଧୂରନ୍ଧର ହେଇଥାନ୍ତି ଏହି ୫ ଟି ରାଶିର ଲୋକ, ମିଛକୁ ସତ କରିବା ଏମାନଙ୍କ ବାଁ ହାତର ଖେଳ

ମିଛ ଶୁଣିବା କାହାକୁ ବି ଭଲ ଲାଗେ ନାହିଁ । ଏହାକୁ ସମସ୍ତେ ଘୃଣା କରିଥାନ୍ତି । କିନ୍ତୁ ଏକଥା ମଧ୍ୟ ସତ ଯେ ଆମେ କେତେବେଳେ କେମିତି ମିଛ କହିବାକୁ ପଛାଉ ନଥାଉ । ଏହି ମିଛ ପଛରେ କିଛି ନା କିଛି କାରଣ ରହିଥାଏ । ବହୁତ ଥର ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ମିଛ କହନ୍ତି ଓ ଆଉ କେତେଜଣ ଅନ୍ୟକୁ ଅସୁବିଧାରେ ଜାଣିଶୁଣି ପକାଇବା ପାଇଁ ମିଛ କହିଥାନ୍ତି । ଏମିତି ବି ହୁଏ କି କେତେକ ସହୃଦୟ ବ୍ୟକ୍ତି ଅନ୍ୟର ଦୁଃଖ ନଦେଖି ପାରି ମିଛ କହିଥାନ୍ତି । ଆମେ ଆପଣଙ୍କୁ ଏମିତି ପାଞ୍ଚୋଟି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅଧିକ ମିଛ କୁହନ୍ତି ।

ମିଥୁନ ରାଶି

ଏହି ରାଶିର ଲୋକମାନେ ବହୁତ ଷ୍ଟାଇଲିସ୍ ହୋଇଥାନ୍ତି । ଏମାନଙ୍କ କଥା କହିବା ଶୈଳୀ ବହୁତ ପ୍ରସଂସା ଯୋଗ୍ୟ ଅଟେ । ଏଥିପାଇଁ ଏମାନଙ୍କ ମୁହଁରୁ ବାହାରୁଥିବା ମିଛ କୁ ସହଜରେ ଜାଣି ହୁଏ ନାହିଁ । ଏମାନେ ଦୁଇଟା ପର୍ସନାଲିଟି ଭଳି ବ୍ୟବହାର କରିଥାନ୍ତି । ଏମାନଙ୍କ ମିଛ କହିବା ଟେକନିକ୍ ଏତେ ବଢିଆ ଯେ ସାମନା ଲୋକମାନେ ସହଜରେ ବିଶ୍ଵାସ କରିନିଅନ୍ତି।

ତୁଳା ରାଶି

ଏହି ରାଶିର ଲୋକମାନେ ଉଦାର ମନୋ ଭାବର ହୋଇଥାନ୍ତି । ଏମାନେ ଅନ୍ୟ ଜଣ ଙ୍କ ପାଇଁ ମିଛ କହିବାକୁ ପସନ୍ଦ କରିଥାନ୍ତି । ଉଦାହରଣ ସ୍ୱରୂପ ଏମାନେ ଯଦି କହିଲା ବେଳେ କାହାକୁ ଦୁଃଖ ପହଞ୍ଚି ଥାଏ ତାହାଲେ ସେମାନେ ସେଠି ମିଛ କହିଥାନ୍ତି । ଏମାନଙ୍କ ଯୋଗୁ ଯଦି କାହାର ଦିନ ଖରାପ ହୋଇଥାଏ ତାହେଲେ ସେମାନେ ସେଠାରେ ମିଛ କଥା କୁ ବ୍ୟବହାର କରିଥାନ୍ତି । ଏମାନଙ୍କ ମିଛ ରୁ ଅଧିକାଂଶ କ୍ଷେତ୍ରରେ ଅନ୍ୟ ଲୋକମାନଙ୍କ ଭଲ ହୋଇଥାଏ ।

ବିଛା ରାଶି

ଏହି ରାଶିର ଲୋକମାନେ ବହୁତ ଗପୁଡା ହୋଇଥାନ୍ତି । ଏମାନଙ୍କୁ କାହାଣୀ କହିବା ଓ ଲୋକମାନଙ୍କୁ ସେଥିରେ ଭୂଲେଇଲା ଭଳି କାର୍ଯ୍ୟ ଭଲ ଭାବରେ ଜଣାଥାଏ । ଯେତେବେଳେ ଏମାନେ ମିଛ କହିଥାନ୍ତି ସେମାନଙ୍କୁ ଜଣାଥାଏ ଯେ ଏହାକୁ କିପରି ଘୋଡ଼େଇ ହେବ । ଏହି ରାଶିର ଲୋକଙ୍କୁ ମିଛ କହିବାକୁ ଭଲ ଲାଗେ ଓ ଏମାନେ କେବେ ବି ଧରା ପଡି ନଥାନ୍ତି ।

ସିଂହ ରାଶି

ଏହି ରାଶିର ଲୋକେ ସବୁବେଳେ ସଜାଗ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜେ ନିଜକୁ ପ୍ରସଂସା କରିବାକୁ ଭଲ ପାଆନ୍ତି । ଏହି ରାଶିର ଲୋକେ ସବୁବେଳେ ନିଜ ବିଷୟରେ ଭଲ କହିବାକୁ ପଛାନ୍ତି ନାହିଁ । ଏମାନେ ସବୁବେଳେ ଚକମକ ଦୁନିଆରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ତାଙ୍କ କଥା କୁ ମସଲା ମାରି ଅନ୍ୟମାନଙ୍କ ଆଗରେ ରଖିଥାନ୍ତି । ଏମିତିକି ଏମାନଙ୍କ ମିଛ ସମୟ ଅନୁସାରେ ଲୋକେ ଜାଣିପାରନ୍ତି । ଏହି ରାଶିର ଲୋକେ ମିଛ କହି ଅଧିକ ସମୟ ତିଷ୍ଠି ରହିବା କଷ୍ଟ ହୋଇଥାଏ ।

କର୍କଟ ରାଶି

ଏହି ରାଶିର ଲୋକମାନେ ତାଙ୍କ ଜୀବନ କାଳରେ ମିଛ କହିବା ରେ ମାହିର ଅଟନ୍ତି । ଏମାନଙ୍କ ମିଛ କେବେ ବି ଧରା ପଡିନଥାଏ । ଏମାନେ ମିଛକୁ ଏମିତି ଭବରେ ରଖିଥାନ୍ତି କି ସାମନା ଲୋକ ତାକୁ ସତ ବୋଲି ମାନିଥାଏ । ଏହି ରାଶିର ଲୋକେ ବହୁତ କମ ମିଛ କହିଥାନ୍ତି କିନ୍ତୁ ଯେତେବେଳେ ବି ମିଛ କୁହନ୍ତି କେହି ତାହାକୁ ଧରି ପାରନ୍ତି ନାହିଁ । ଏମାନଙ୍କ ମିଛ ପୁରାପୁରି ସତ ଘଟଣା ଭଳି ଲାଗିଥାଏ । ଏଥିପାଇଁ ଏମାନଙ୍କ କଥାକୁ ଲୋକେ ସହଜ ରେ ବିଶ୍ବାସ କରିଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *