ବାହାରୁ ଆସୁଥିବା ଫଳ ଓ ପନିପରିବାରୁ ନରହୁ ସଂକ୍ରମଣର ଡର, ସେଥିପାଇଁ ଏହି କାମ କରିବା ଜରୁରୀ ଅଟେ

କରୋନା ଭାଇରସର ସଂକ୍ରମଣର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିରେ ପୁରା ବିଶ୍ଵ ସହ ଭାରତ ମଧ୍ୟ ଏଥିରୁ ମୁକ୍ତି ପାଇବା ପାଇଁ ଲକଡାଉନର ନିୟମ ଲାଗୁ କରିଛି । କହିବାକୁ ଗଲେ କରୋନା ଭାଇରସର ସଂକ୍ରମଣ ଏହାର ରୋଗୀ ଠାରୁ ବ୍ୟାପି ଥାଏ । ଏହା ଛଡା ଏହି ଭାଇରସର ସମ୍ପର୍କରେ ଆସୁଥିବା ବସ୍ତୁରୁ ବି ସଂକ୍ରମଣ ବ୍ୟାପିବାର ଡର ରହିଥାଏ । ଏମିତିରେ ସମସ୍ତଙ୍କ ମନରେ ଏହା ଭୟ ଆସିଥାଏ କି ବାହାରୁ ଆସୁଥିବା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଦ୍ଵାରା ଭାଇରସ ଘରକୁ ନ ଆସିଯାଉ ।  ଆଜି ଆମେ ଆପଣଙ୍କୁ ଫଳ ଓ ପନିପରିବା ସହ ଜଡିତ କିଛି ସୁରକ୍ଷା ନୀତି ବିଷୟରେ କହିବାକୁ ଯାଉଛୁ, ଯାହାର ଧ୍ୟାନ ରଖିବା ବହୁତ ଜରୁରୀ ଅଟେ ।

ଘରର ଥଳିର ବ୍ୟବହାର କରନ୍ତୁ ନାହିଁ

କ୍ୟାଲିଫୋର୍ନିୟାର ଲୂମା ଲିଂଡା ବିଶ୍ୱବିଦ୍ୟାଳୟ ଅନୁସାରେ, ଦୁଇଥର ପ୍ରୟୋଗ କରାଯାଇଥିବା ବ୍ୟାଗରେ ସଂକ୍ରମଣର ଭୟ ଅଧିକ ହୋଇଥାଏ କାରଣ ଏଥିରେ ଅଧିକ ସମୟ ପର୍ଯ୍ୟନ୍ତ ଭାଇରସ ଜୀବିତ ରହିଥାନ୍ତି । ଏମିତିରେ ଭଲ ହେବ କି ଆପଣ ଦୋକାନରୁ ଥଳି କିମ୍ବା କ୍ୟାରି ବ୍ୟାଗ ନିଅନ୍ତୁ ଓ ଘରକୁ ଆସିବା ମାତ୍ରେ ହିଁ ସେହି ଥଳି କିମ୍ବା ବ୍ୟାଗକୁ ଫୋପାଡି ଦିଅନ୍ତୁ ।

କେମିକାଳର ପ୍ରୟୋଗ ରୁ ବଞ୍ଚନ୍ତୁ

କେତେକ ଲୋକମାନେ ଭାଇରସର ଆଶଙ୍କାକୁ ଦୂର କରିବା ପାଇଁ କ୍ଲୋରୀନ, ଡିସଇଂଫେକ୍ଟେଂଟ, ଆଲ୍କୋହଲ ଭଳି କେମିକାଲ୍ସର ପ୍ରୟୋଗ କରି ପନିପରିବା ଧୋଇଥାନ୍ତି । ଏହା ଛଡା କିଛି ଲୋକ ସାବୁନ କିମ୍ବା ଡିଟର୍ଜେଂଟ ବାଲା ପାଣିରେ ବି ପନିପରିବା ଧୋଇଥାନ୍ତି । ଏହିଭଳି କରିବା ଠାରୁ ବଞ୍ଚିବା ଉଚିତ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।

ଏହିଭଳି କରନ୍ତୁ ପରିଷ୍କାର

କହିବାକୁ ଗଲେ ପନିପରିବା ଓ ଫଳ ଇତ୍ୟାଦିକୁ ବ୍ୟବହାର କରିବା ପୂର୍ବରୁ କେବଳ ପାଣି ଦ୍ଵାରା ହିଁ ପରିଷ୍କାର କରିବା ପର୍ଯ୍ୟାପ୍ତ ଅଟେ ।

ରୋଷେଇଘର ଟିପ୍ସ ପ୍ରତି ଧ୍ୟାନ ରଖନ୍ତୁ

·    ଯଦି ଆପଣ ବାହାରୁ କ୍ଷୀର ପ୍ୟାକେଟ ଆଣିଛନ୍ତି ତେବେ ତାକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ।

·    କୌଣସି ବି ପ୍ରକାରର ପାଉଚ ଓ ପ୍ୟାକେଟକୁ ଦାନ୍ତରେ ଛିଣ୍ଡାନ୍ତୁ ନାହିଁ ।

·    ମାଂସକୁ ସବୁବେଳେ ଭଲ ଭାବରେ ଗରମ କରି ରୋଷେଇ କରି ସେବନ କରନ୍ତୁ ।

·    ବର୍ତ୍ତମାନ ଦିନରେ ଚୋପା ସହିତ ଫଳ ଓ ପନିପରିବାର ସେବନ ଠାରୁ ଦୂରେଇ ରୁହନ୍ତୁ । ସର୍ବଦା ତାହାର ଚୋପା ଛଡାଇ କିମ୍ବା ରୋଷେଇ କରି ତାହାର ସେବନ କରନ୍ତୁ । ଆଶା କରୁଛୁ ଆମର ଏହି ଟିପ୍ସ ଗୁଡିକ ଆପଣଙ୍କ କାମରେ ଆସିବ , ଭଲ ଲାଗିଥିଲେ ଏହାକୁ ବନ୍ଧୁମାନଙ୍କ ସହିତ ଶେୟାର କରି ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଆପଣଙ୍କ ପାଇଁ ଏହିଭଳି ଅନେକ ଟିପ୍ସ ଆଣି ଆସିବୁ ।

Leave a Reply

Your email address will not be published. Required fields are marked *