ବାହାନଗାରେ ରାତିରେ କାନ୍ଦୁଛି କିଏ ? ରାତି 2ଟା ପରେ କବାଟ ପିଟୁଛି କିଏ …. ଭୟରେ ଲୋକେ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ରାତି 2 ତା ହେଲେ ବାହାନଗାରେ ଶୁଭୁଛି ଟ୍ରେନ ଧଡ ଧଡ ଶବ୍ଦ ଓ ଭୂତ ଆସି ଘର କବାଟ ପିଟୁଛି । ତେବେ ଆଜିର ଅତ୍ୟାଧୁନିକ ଯୁଗରେ ଭୂତ ପ୍ରେତଆତ୍ମାକୁ ବିଶ୍ଵାସ କରିବା ଅନ୍ଧବିଶ୍ଵାସ ହୋଇଥାଏ । କାରଣ ବୈଜ୍ଞାନିକ ଓ ବୁଦ୍ଧିଷ୍ଟ ଲୋକମାନେ ଏହାକୁ ଆଦୌ ବିଶ୍ଵାସ କରନ୍ତି ନାହିଁ । ସେମାନଙ୍କ ମତଅନୁସାରେ ଜଗତରେ ଭୂତପ୍ରେତ ଭଳି କେହି ରୁହନ୍ତି ନାହିଁ ।

ମାତ୍ର ଯଦି ଆପଣମାନଙ୍କୁ ପଚରା ଯାଏ ତେବେ ଆପଣଙ୍କ ମଧ୍ୟରୁ କେତେକ ଲୋକେ ହଁ କହୁଥିବା ବେଳେ ଆଉ କେତେକ ଲୋକେ ନା କହିବେ । ଆମେ ମଧ୍ୟ ଏହି ସବୁ ବିଷୟକୁ ବିଶ୍ଵାସ କରୁନାହୁଁ କିନ୍ତୁ ଲୋକମାନେ କହିଥିବା କଥାକୁ ଆପଣମାନଙ୍କ ଆଗରେ ଉପସ୍ଥାପନ କରିବାକୁ ଚାହୁଛୁ । ବାହାନଗା ଟ୍ରେନ ଦୁର୍ଘଟଣା ହେଇକି ଆଜିକୁ ଛବିଶ ଦିନ ହେଲାନି ମାତ୍ର ସେହି କାଳରାତ୍ରିକୁ ଆଜି ଲୋକେ ଭୁଲିପାରୁନାହାଁନ୍ତି ।

ଅଧିକାଂଶ ବାହାନଗା ସ୍ଥାନରେ ରହିଥିବା ଲୋକେ ଅଧିକ ଭୟ ଅନୁଭବ କରୁଛନ୍ତି । ସୂଚନା ଅନୁସାରେ ରାତି 2 ଟା ହେବା ମାତ୍ରକେ ଟ୍ରେନର ଶବ୍ଦ ଶୁଭୁଛି ଯଦି ଲୋକେ ଯାଇ ଦେଖୁଛନ୍ତି ତେବେ ସେଠାରେ କୋଣସି ଟ୍ରେନ୍ନ ନାହିଁ । ଆଉ କିଛି ସମୟ ପରେ ଘରର କବାଟକୁ ଆସି କେହି ପିଟିବା ପରି ଶବ୍ଦ ଶୁଭେ ବାହାରକୁ ଆସି ଦେଖିଲ ବେଳକୁ କେହିନଥାନ୍ତି । କେତେକ ଲୋକମାନଙ୍କ କହିବା ଅନୁସାରେ ପ୍ରେତଆତ୍ମା ବୁଲିବାର ଦେଖିଛନ୍ତି ।

ତେଣୁ କରି ରାତି ହେଲା ମାତ୍ର ଲୋକେ ପଦାକୁ  ବାହାରିବାକୁ ଡରୁଛନ୍ତି । ଆମ ହିନ୍ଦୁ ଶାସ୍ତ୍ରରେ ଲିଖିତ ହୋଇଛି ଯେ ଅକାଳ ମୃତ୍ୟୁ ପ୍ରାପ୍ତ କରିଥିବା ଲୋକମାନଙ୍କ ଆତ୍ମା ପୁନର ଜନ୍ମ ପ୍ରାପ୍ତ କରିପାରେନାହିଁ । ସେଥିପାଇଁ ସେମାନେ ଭୂତ ହୋଇ ଧରାପୁଷ୍ଟରେ ଏତେ ତେଣେ ଭ୍ରମଣ କରିଥାନ୍ତି । କରମଣ୍ଡଳ ଦୁର୍ଘଟଣା ମା ‘ଠାରୁ ପୁଅକୁ ଓ ପୁଅ ଠୁ ତା ‘ବାପାକୁ ନେଇଗଲା ।

ବୋଧେ ତାଙ୍କ ଲୋକମାନଙ୍କ ପାଇଁ ଭୂତଆତ୍ମା ଖୋଜୁଛନ୍ତି ବୋଲି ବାହାନଗା ବାସିନ୍ଦା କହୁଛନ୍ତି । ଆପଣମାନେ ଜାଣିଇଥିବେ ସେହି 1999 ମସିହାର  ମହାବାତ୍ୟାରେ ବହୁତ ଲୋକମାନଙ୍କ ଜୀବନ ଯାଇ ଏଡୋସମା ଗାଁ ଖାଲି ହୋଇଯାଇଥିଲା । କୁହାଯାଏ ଏବେ ବି ସେହି ଗାଁରେ ଭୟଙ୍କର ଶବ୍ଦ ଶୁଭେ ବୋଲି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *