ବଡଦାଣ୍ଡରେ ହଳଦୀଆ ଗାର, ଦେଖନ୍ତୁ Video (Ratha Yatra 2022)

ବନ୍ଧୁଗଣ, ପବିତ୍ର ରଥଯାତ୍ରା ନିମନ୍ତେ ଆପଣ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ । ଆଜି ପବିତ୍ର ଘୋଷଯାତ୍ରା ଅଥବା ରଥଯାତ୍ରା । ଶ୍ରୀକ୍ଷେତ୍ର ପୁରୀ ପ୍ରାୟ ୨ ବର୍ଷ ପରେ ଲୋକାରଣ୍ୟ ହୋଇ ଉଠିଛି । ଏହି ଦୃଶ୍ୟ ସତରେ ବହୁତ ମନଲୋଭା ଅଟେ । ଏହାକୁ ସାଧାରଣତଃ ଅନେକ ଲୋକେ ତଥା ଜଗନ୍ନାଥ ପ୍ରେମୀ ଚାହିଁ ବସିଥିଲେ ଯେ କିଭଳି ଅତି ନିକଟରୁ ପ୍ରଭୁଙ୍କ ଦର୍ଶନ ମିଳିବ ଏବଂ ତିନି ଠାକୁରଙ୍କୁ ମନଭରୀ ଦେଖିପାରିବେ । ଆଜି ବର୍ଷ ବର୍ଷର ଅପେକ୍ଷା ସମାପ୍ତ ହୋଇଛି ।

ପ୍ରଭୁ ଜଗନ୍ନାଥ ଆଜି ନିଜ ଭକ୍ତ ମାନଙ୍କ ଗହଣକୁ ଆସି ଦର୍ଶନ ଦେବେ । ତିନି ଠାକୁର ରଥାରୂଢ ହେଲେ ଆହାଃ ଦୃଶ୍ୟର ବର୍ଣ୍ଣନା ଅତୁଳନୀୟ ଅଟେ । ଏହାକୁ ବର୍ଣ୍ଣନା କରିହେବନାହିଁ । ଜଗନ୍ନାଥ ପ୍ରେମୀଙ୍କ ମନରେ ଅନେକ କାମନା ତଥା ଅନେକ କିଛି ମାଗିବାର ଇଛା ଏବଂ କିଛି ଅଭିଯୋଗ ମଧ୍ୟ ରହିଥାଏ ପ୍ରଭୁଙ୍କ ପାଖକୁ ଗଲେ ତାଙ୍କୁ ଏହିଭଳି କହିବା କିନ୍ତୁ ଚକାନୟନ କୁ ଦେଖିଲେ ସବୁକିଛି ଭୁଲିଯାଇଥାନ୍ତି ଭକ୍ତମାନେ ।

ସେତେବେଳେ ମନରେ ତଥା ମୁଖରେ ଗୋଟିଏ ସ୍ଵର ଉତ୍ତଳୋନ ହୋଇଥାଏ ତାହା ହେଉଛି ଜୟ ଜଗନ୍ନାଥ । ଆଜି ଆମ୍ଭେ ଆପଣଙ୍କୁ ପୁରୀର କିଛି ବିଶେଷ ଦୃଶ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଦୂର ଦୂରରୁ ତିନି ଠାକୁରଙ୍କୁ ପବିତ୍ର ରଥଯାତ୍ରାରେ ଦର୍ଶନ ନିମନ୍ତେ ଆସିଥିବା ଭକ୍ତ ମାନଙ୍କ ସୁରକ୍ଷା ନିମନ୍ତେ ପ୍ରଶାସନ ସ୍ଵତନ୍ତ୍ର ବ୍ୟବସ୍ଥାମାନ କରିଛି ।

ଏହାକୁ ଦୂରରୁ ଦେଖିଲେ ଆପଣ ଲକ୍ଷ କରିପାରିବେ ଯେ ମଝିରେ ଭକ୍ତ ଏବଂ ଦୁଇପାର୍ଶ୍ଵରେ ସୁରକ୍ଷା ଦେବାନିମନ୍ତେ ହଳଦୀଆ ତଥା ଧଳା ଜାମା ପିନ୍ଧିଥିବା ସୁରକ୍ଷାକର୍ମୀ ସହାୟତା ନିମନ୍ତେ ଲମ୍ବା ଧାଡି କରି ଛିଡା ହୋଇଛନ୍ତି । ତେବେ ଚଳିତ ବର୍ଷ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀ ବଡଦାଣ୍ଡର ଦୃଶ୍ୟରେ ଟିକିଏ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦୂରରୁ ଦେଖିଲେ ଗୋଟିଏ ଲମ୍ବା ଧାଡି ଭଳି ଦେଖାଯାଉଅଛି । ଯେମିତି ଲାଗୁଛି ହଳଦୀଆ ରଙ୍ଗର ଗାର ଟଣାହୋଇଛି ।

ତେବେ ଏହି ସୁରକ୍ଷାକର୍ମୀ ଉଭୟପାର୍ଶ୍ଵରେ ରହି ଭକ୍ତ ମାନଙ୍କୁ ଜଳର ସହାୟତା କରିବା ସହିତ ସେମାନଙ୍କର କୌଣସି ପ୍ରକାରର ଅସୁବିଧା ଜେଭଳି ନହୁଏ ସେଥିପ୍ରତି ବିଶେଷ ଭାବରେ ଧ୍ୟାନ ଦିଆଯାଇଅଛି । କରୋନା ମହାମାରୀରେ ୨ ବର୍ଷ ଧରି ରଥଯାତ୍ରା ବନ୍ଧ ଥିଲା ଏବଂ ଭକ୍ତ-ଭଗବାନଙ୍କ ମିଳନ ମଧ୍ୟ ହୋଇପାରୁନଥିଲା । ଆଜି ସେ ସବୁ ଅପେକ୍ଷାର ସମାପ୍ତ ଘଟିଛି ଭକ୍ତ ବର୍ତ୍ତମାନ ଚକାନୟନ ଙ୍କୁ ଭେଟିବେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *