‘ମା’ ଙ୍କୁ ଜାବୁଡି ଧରି ଭୋ-ଭୋ ହେଇ Babushan, କହିଲେ ମା’ ମୁଁ ଆଉ ଏମିତି କେବେ କରିବିନି, ତୁମ ମନରେ ଆଉ…’ ଦେଖନ୍ତୁ video

ବନ୍ଧୁଗଣ, ସୂଚନା ଅନୁଯାୟୀ ଘରେ ପହଞ୍ଚିବା ପରେ ମା’ ଙ୍କୁ ଧରି କାନ୍ଦିଲେ ବାବୁସାନ । ବାବୁସାନ ଙ୍କ ଆଖିରୁ ବୋହିଗଲା ପ୍ରାୟଶ୍ଚିତର ଲୁହ । କହିଲେ ଏମିତି ଭୁଲ ଆଉ କେବେ ହେବନାହିଁ ମାଆ’ ମୁଁ ତୋତେ ଛାଡ଼ି ଆଉ କେବେବି ଯିବିନି ଲୋ ! ମୁଁ ସବୁବେଳେ ତୋ ପାଖରେ ଆଉ ବାପାଙ୍କ ପାଖରେ ରହିବି । ମୁଁ ଏବେ ପୁରା ବଦଳିଯିବି ତୋ ସୁନା ପୁଅ ହୋଇ ଯିବି । ଏ ଦୁନିଆ ଏବେ ଗୋଟେ ନୂଆ ବାବୁସାନ କୁ ଦେଖିବ ।

ତେବେ ଏମିତି କିଛି କହିଛନ୍ତି ମା’ ଅପରାଜିତା ଙ୍କୁ ଘରେ ପହଞ୍ଚିଲା ପରେ ବାବୁସାନ ମହାନ୍ତି । ବାପାଙ୍କ ଦେହ ଖରାପ ଥିବାରୁ ବାପାଙ୍କ ପାଖରେ ବସି ମଧ୍ୟ କାନ୍ଦିଛନ୍ତି । ପୁଅ ତୁ ଫେରିଆ ବୋଲି ମା ଅପରାଜିତା କାନ୍ଦି କାନ୍ଦି କ୍ୟାମେରା ସାମନାରେ ନେହୁରା ହୋଇ ହାତ ଯୋଡ଼ି କହିଥିଲେ । ଯେଉଁ ମା’ ତା ପୁଅ କୁ ଏତେ ଭଲ ପାଉଛି ତାକୁ କେମିତି ବା ଛାଡ଼ି ରହିପାରିଥାନ୍ତା ପୁଅ ।

ସେଥିପାଇଁ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଆଜି ଫେରି ଆସିଛି ପୁଅ ତା ମାଆ ପାଖକୁ । ଘରେ ପହଞ୍ଚିବା ପରେ ମା’ ର ଆଖିରେ ଆଜି ଖୁସିର ଲୁହରେ ଭିଜିଯାଇଛି । ପୁଅ ମଧ୍ୟ ମାଆ କୁ ଧରି ଭେଁ ଭେଁ ହୋଇ କାନ୍ଦିଛନ୍ତି । ଯାହା ବହୁତ ହୃଦୟସ୍ପର୍ଶୀ ରହିଛି । ଗତକାଲି ବାବୁସାନ ଭୁବନେଶ୍ଵର ଆସୁଛନ୍ତି ବୋଲି ଚେନ୍ନାଇ ର ବିମାନ ବନ୍ଦର ରୁ ଏକ ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା ।

ହେଲେ ଗତକାଲି ସେ ଭୁବନେଶ୍ଵର ଆସି ନଥିଲେ । କିନ୍ତୁ ବୁଧବାର ଦିନ ସକାଳୁ ସକାଳୁ ଭୁବନେଶ୍ଵର ରେ  ଆସି ପହଞ୍ଚି ବରମୁଣ୍ଡା ସ୍ଥିତ ଘରକୁ ଯାଇଛନ୍ତି । ଘରେ ପହଞ୍ଚିବା ପରେ ପୋଲିସ ତାଙ୍କ ଘରେ ଯାଇ ବାବୁସାନ ଙ୍କୁ ଜେରା କରିପାରେ । ତେବେ ତୃପ୍ତି ଙ୍କ ଅଭିଯୋଗ ପରେ ବାବୁସାନ ଙ୍କୁ ନୋଟିସ କରା ଯାଇଥିଲା । ଅପରାଜିତା ମହାନ୍ତି ମିଡିଆ ସାମ୍ନାରେ କାନ୍ଦି ପକାଇ କହିଥିଲେ ଯେ ସେହି ପୁରୁଣା ବାବୁସାନ ବର୍ତ୍ତମାନ ତାଙ୍କର ଆଉ ନାହିଁ ସେ ବହୁତ ବଦଳି ଯାଇଅଛି ।

ମାତ୍ର ସେ ଯେଉଁଠାରେ ମଧ୍ୟ ଅଛି ଘରକୁ ଫେରିଆସୁ । ତେବେ ବର୍ତ୍ତମାନ ସମସ୍ତ ଅପେକ୍ଷାର ଅନ୍ତ ଘଟିଛି ଏବଂ ବାବୁସାନଙ୍କୁ ଦେଖି ଅପରାଜିତା ମହାନ୍ତି ଭାବୁକ ହୋଇଯାଇଛନ୍ତି । ବନ୍ଧୁଗଣ ଏହି ବିଶେଷ  ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *