Baba Ramdev ଙ୍କ ଲାଇଫ ଷ୍ଟାଇଲ ଦେଖି Ambani ବି ହେଲେ ଆଶ୍ଚର୍ଯ୍ୟ…

ବନ୍ଧୁଗଣ ଯେବେ ବି ଆମେ ଭାରତର ଧନୀ ଲୋକଙ୍କ ବିଷୟରେ କଥା ହେଇ ଥାଉ ସେତେବେଳେ ଆମ ମନରେ ଅମ୍ବାନୀ, ଟାଟା ଓ ବିର୍ଲାଙ୍କ ନାମ ସାମ୍ନାକୁ ଆସିଥାଏ । ହେଲେ ଆମ ଭାରତରେ ଏପରି ଜଣେ ମଣିଷ ଅଛନ୍ତି ଯାହାଙ୍କ ପାଖରେ 1000 କୋଟିର ସମ୍ପତ୍ତି ଅଛି ଆଉ ତାଙ୍କ ଲୋକପ୍ରିୟତା ବି ବହୁତ ଅଧିକ ଅଛି ହେଲେ ସେ ଏକ ସାଧାରଣ ଜୀବନ ଅତିବାହିତ କରନ୍ତି ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ରାମଦେବ ବାବା । ଆପଣ ମାନେ ରାମଦେବ ବାବାଙ୍କୁ ନିଶ୍ଚୟ ଜାଣିଥିବେ । ଯଦି ଆପଣ ବି ରାମଦେବ ବାବାଙ୍କୁ କେବଳ ଏକ ଯୋଗ ଗୁରୁ ରୂପେ ଦେଖୁଛନ୍ତି ତା ହେଲେ ଆଜି ଆପଣଙ୍କ ଏହି ଭ୍ରମ ଦୂର ହୋଇଯିବ । ଆଜି ଆମେ ଆପଣ ମାନଙ୍କୁ ରାମଦେବ ବାବାଙ୍କ ସମ୍ପତ୍ତି ଓ ତାଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତେବେ ବନ୍ଧୁଗଣ ବହୁତ କମ ଲୋକ ଜାଣିଛନ୍ତି ଯେ, ରାମଦେବ ବାବାଙ୍କ ପାଖରେ 1000 କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଅଛି । ଏହି କଥା ବାବା ରାମଦେବ ନିଜେ ମାନି ଛନ୍ତି । ବାବା ଏବେ ଏଫଏମସିଜି କାରବାରରେ ବି ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ବାବା ରାମଦେବଙ୍କ ଜନ୍ମ 25 ଡିସେମ୍ବର 1965 ମସିହାରେ ହରିୟଣାର ଏକ ଗାଁରେ ହୋଇଥିଲା ।

ରାମଦେବଙ୍କ ବାପା ଜଣେ  କୃଶକ ଥିଲେ । ବାବା ରାମଦେବଙ୍କ ଅସଲି ନାମ ହେଉଛି ରାମ କୃଷ୍ଣା ଯାଦବ । ହରିୟଣାର ଏକ ସରକାରୀ ସ୍କୁଲରେ ପାଠ ପଢା ଶେଷ କରିବା ପରେ ସେ ହରିଦ୍ଵାରର ଗୁରୁକୁଳ ୟୁନିଭର୍ସିଟିରେ ବେଦ, ସାହିତ୍ୟ ଓ ଯୋଗ ବିଷୟରେ ସେ ଜ୍ଞାନ ଗ୍ରହଣ କରିଲେ । ପଢା ଶେଷ କରିବା ପରେ ସେ ସନ୍ୟାସ ନେଇଗଲେ । ଆଉ ଏହା ପରେ ସେ ଲୋକ ମାନଙ୍କୁ ଯୋଗ ଶିକ୍ଷା ଦେବକୁ ଲାଗିଲେ ।

ଏମିତିରେ ସେ ବହୁତ ଶୀଘ୍ର ଫେମସ ହେଇଗଲେ ଆଉ 2006 ମସିହାରେ ପତାଞ୍ଜଳି କମ୍ପାନୀ ଖୋଲିଲେ । ମିଡିଆ ରିପୋର୍ଟସ ଅନୁସାରେ ବାବା ରାମଦେବଙ୍କ ସମ୍ପତ୍ତି 1400 କୋଟି ଟଙ୍କାରୁ ଅଧିକ ଅଛି । ତାଙ୍କର ସବୁଠାରୁ ବଡ ସମ୍ପତ୍ତି ହରିଦ୍ଵାରରେ ଥିବା ପତାଞ୍ଜଳି ଯୋଗ ପୀଠ ଅଟେ । ଏଠାରେ ସେ ହସ୍ପିଟାଲ ଓ ଅନେକ ଅନୁଷ୍ଠାନର ନିର୍ମାଣ କରିଛନ୍ତି ।

ଆସ୍ଥା ଚ୍ୟାନେଲରେ ତାଙ୍କର ପାର୍ଟନରସିପ ଅଛି ଆଉ ବିଦେଶରେ ବି ତାଙ୍କର ବହୁତ ସମ୍ପତ୍ତି ଅଛି । ବାବା ରାମଦେବ 15 କୋଟି ଟଙ୍କାରେ ଏକ ଦ୍ଵିପ ମଧ୍ୟ କିଣି ଛନ୍ତି । ଏହା ସହ ବାବାଙ୍କ ପାଖରେ ରେଞ୍ଜ ରୋଭର ଭଳି ଅନେକ ଲକ୍ସରି କାର ମଧ୍ୟ ରହିଛି । ହେଲେ ବାବା ଏକ ସାଧାରଣ ଜୀବନ ଅତିବାହିତ କରିବା ପାଇଁ ଭଲ ପାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *