ସେହି ଅନାଥ ପିଲା ଯିଏ ବନିଗଲା 22 ଲକ୍ଷ କୋଟି ଟଙ୍କାର କମ୍ପାନୀର ମାଲିକ…(Inspiring Story of Louis Vuitton)

ବନ୍ଧୁଗଣ ଜୀବନ ସମସ୍ତଙ୍କ ପାଇଁ ସମାନ ନଥାଏ । ଗରିବ ବା ମାଧ୍ୟମ ବର୍ଗ ପରିବାରରେ ଜନ୍ମ ଗ୍ରହଣ କରିବା ଆପଣଙ୍କ ଭୁଲ ନୁହେଁ ହେଲେ ଗରିବ ହୋଇ ମରିବା ହେଉଛି ଆପଣଙ୍କ ଭୁଲ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଗରିବ ଛୁଆ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଦମରେ ୨୨ ଲକ୍ଷ କୋଟି ଟଙ୍କା କମ୍ପାନୀର ମାଲିକ ହୋଇ ପାରିଛି । ଲୁଇସ ଭୁଟନ କମ୍ପାନୀ ବି ଅଟେ ଆଉ ମଣିଷ ବି ।

ସେହି ମଣିଷ ଆଜି ଏମିତି ଏକ କମ୍ପାନୀ କରିଛି ଯାହାର ଦାମ ହେଉଛି ୨୨ ଲକ୍ଷ କୋଟି ଟଙ୍କା । ୧୯୦୦ ଶତାବ୍ଦୀରେ ଏକ ଛୁଆ ପାଖରେ ନା ଖାଇବା ପାଇଁ ଖାଦ୍ୟ ଥିଲା ନା ରହିବା ପାଇଁ ଘର । ସେହି ଛୁଆ ପାଖରେ କେବଳ ସ୍ଵପ୍ନ ଥିଲା ସଫଳ ହେବାର । ହେଲେ ସଫଳ ହେବା ପାଇଁ ବଞ୍ଚିବାକୁ ପଡେ ଆଉ ବଞ୍ଚିବା ପାଇଁ ଖାଦ୍ୟ । ତେଣୁ ଲୁଇସ କିଛି କାରିଗର ମାନଙ୍କ ସହ ପିଲା ଦିନରେ କାମ କରୁଥିଲା ।

ସେହି କାମରେ ଲୁଇସକୁ ଯେତିକି ଟଙ୍କା ମିଳୁ ଥିଲା ସେ ସେଥିରେ ଦୁଇ ବେଳା ଖାଦ୍ୟ ଖାଇପାରୁ ଥିଲା । ଲୁଇ ବୁଟନର ଜନ୍ମ ୪ ଅଗଷ୍ଟ ୧୮୨୧ ମସିହାରେ ଫ୍ରାନ୍ସରେ ଏକ ଗରିବ ପରିବାର ରେ ହୋଇଥିଲା । ପିଲା ଦିନରେ ଲୁଇ ନିଜ ବାପା ସହ କୃଷି କାମ କରୁଥିଲା । ହେଲେ ୧୦ ବର୍ଷ ବୟସରେ ଲୁଇର ମା ଚାଲିଗଲେ ଆଉ ତାର ବାପା ଦ୍ଵିତୀୟ ବିବାହ କରିଥିଲେ ।

ସାବତ ମା ଲୁଇକୁ ନା ଠିକରେ ଖାଇବାକୁ ଦେଉଥିଲା ନା ରହିବାକୁ । ସାବତ ମା ଲୁଇର ଜୀବନକୁ ନର୍କ କରିଦେଲେ ଆଉ ଏହା ପରେ ଲୁଇ ଘର ଛାଡି ପ୍ୟାରିସ ଆସିଗଲେ । ପ୍ୟାରିସରେ ସେ କିଛି କାରିଗର ମାନଙ୍କ ସହ କାମ କରୁଥିଲେ । ରହିବା ପାଇଁ ତାଙ୍କ ପାଖରେ ଘର ନଥିଲା ସେ ରାସ୍ତା କଡରେ ସୋଉ ଥିଲେ । ସେହି ସମୟରେ ପ୍ୟାରିସରେ ଟ୍ରେନ ସୁବିଧା ଆରମ୍ଭ ହୋଇଥିଲା ଆଉ ଲୋକମାନେ ଯାତାୟାତ କରୁଥିଲେ ।

ଲୁଇ ସେତେବେଳେ ପଥର, କାଠ ଓ ମେଟାଲ ଆଦି କାରିଗରୀ ଜାଣି ଥିଲେ । ମୋନ୍ସିଆର ନାମକ ବ୍ୟକ୍ତି ତାଙ୍କ ଦୋକାନରେ ଲୁଇଙ୍କୁ କାରିଗରର ଚାକିରି ଦେଇଥିଲେ । ସେଠାରେ ସେ ଭଲ ଭଲ ବାକ୍ସ ବନେଇଲେ ଏମିତି କି ଫ୍ରାନ୍ସର ମହାରାଣୀ ବି ତାଙ୍କ ବାକ୍ସ ଦେଖି ଖୁସି ହେଲେ ଆଉ ନିଜ ପାଖରେ ରଖିଲେ । ଏକ ବର୍ଷ ମହାରାଣୀଙ୍କ ପାଖରେ କାମ କରିବା ପରେ ଲୁଇ ନିଜ ଦୋକାନ ଖୋଲିବାର ନିଷ୍ପତ୍ତି ନେଲେ ।

ଆଉ ଏଭଳି ଭାବରେ ଆରମ୍ଭ ହେଇଥିଲା ଲୁଇ ଭୁଟାନର । ଆଜି ଆମେ ଏହି କମ୍ପାନୀକୁ LW ନାମରେ ଜାଣିଛୁ । ଲୁଇ ଧୀରେ ଧୀରେ ସଫଳତାକୁ ଛୁଇଁଲେ ଆଉ ଆଜି ସେ ଏତେ ବଡ କମ୍ପାନୀର ମାଲିକ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଲୁଇଙ୍କ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *