ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ୫ ଟି ଚରିତ୍ର ଓ ୫୨ ଟି ସିମର ରାଜ ହେଲା ପର୍ଦାଫାସ

 

ସୁଶାନ୍ତ ସିଂହ ରାଜପୁତ ଏକ ଭଲ କଳାକାର ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସୁଶାନ୍ତ ନିଜ କଷ୍ଟରେ ବଲିଉଡରେ ବହୁତ ନାମ ଅର୍ଜନ କରିଥିଲେ । ୧୪ ଜୁନର ଖରାବେଳ ସମୟରେ ସୁଶାନ୍ତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହି ଖବର ସମସ୍ତ ଭରତ ଦେଶକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ମିଡିଆ ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ କେସକୁ ନେଇ ଏକ ମହା ଖୁଲାସା ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।


ସୁଶାନ୍ତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ପାଇଁ ଲୋକମାନେ ଲଗାତାର ଇମୋସନାଲ ହେଉଛନ୍ତି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ବହୁତ ସାରା ଫଟୋ ଓ ଭିଡିଓ ଭାଇରାଲ ହେଉଛି । ସୁଶାନ୍ତଙ୍କ ମୃତ୍ୟୁ ପଛରେ ଥିବା ସତକୁ ଜାଣିବା ପାଇଁ ଲୋକମାନେ ବ୍ୟାକୁଳ ହେଉଛନ୍ତି । ସୁଶାନ୍ତଙ୍କ କେସରେ ସବୁ ଦିନ କିଛି ନା କିଛି ବଡ ଖୁଲାସା ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ କେସ ସହ ଜଡିତ ଏକ ମହା ଖୁଲାସା ସାମ୍ନାକୁ ଆସିଛି । ତାହା ହେଉଛି ୩୦ ଦିନରେ ୫୨ ଟି ସିମ କାର୍ଡର ରହସ୍ୟ ।

ସୁଶାନ୍ତ ତାଙ୍କ ମୃତ୍ୟୁ ପୂର୍ବରୁ ଶେଷ ମାସରେ ୫୨ଟି ସିମ କାର୍ଡ ବଦଳାଇ ଥିଲେ । ଏହାର ମୁଖ୍ୟ କାରଣ ହେଉଛି ସୁଶାନ୍ତଙ୍କ ସହ ଥିବା ତାଙ୍କ ସମ୍ପର୍କୀୟ ୫ଟି ଲୋକ ତାଙ୍କ ନମ୍ବରକୁ ଲିକ କରୁଥିଲେ । ଆଜି ଆମେ ଆପଣଙ୍କୁ ଏହି ଲୋକମାନଙ୍କ ସହ ଥିବା ସୁଶାନ୍ତଙ୍କ ସମ୍ପର୍କ ଓ ଏହି ଲୋକମାନଙ୍କ ବିଷୟରେ କହିବୁ ।


ବଲିଉଡର ଶେଖର ସୁମନ ଏହି ମହା ଖୁଲାସା ବିଷୟରେ କହିଥିଲେ । ସୁଶାନ୍ତଙ୍କୁ ଶେଷ ୩୦ ଦିନରେ ବହୁତ ଧମକ ଦିଆ ଯାଇଥିଲା । ଯାହାଫଳରେ ସେ ବାରମ୍ବାର ସିମ କାର୍ଡ ବଦଳାଇଥିଲେ । ସୁଶାନ୍ତଙ୍କ ଜୀବନରେ ବହୁତ କମ ସାଙ୍ଗ ଥିଲେ । ହେଲେ ସେମାନଙ୍କ ମଧ୍ୟରୁ ୫ ଜଣ ଲୋକ ତାଙ୍କ ସହ ବହୁତ କ୍ଳୋଜ ଥିଲେ ।

ତେବେ ଆସନ୍ତୁ ଜାଣିବା ଏହି ଲୋକମାନଙ୍କ ବିଷୟରେ । ସର୍ବ ପ୍ରଥମ ଲୋକ ହେଉଛି ସୁଶାନ୍ତଙ୍କ ଚାକର । ସୁଶାନ୍ତ ଲକଡାଉନ ସମୟରେ ତାଙ୍କ ଚାକର ସହ ଅଧିକାଂଶ ସମୟ ବିତାଇ ଥିଲେ । ସେହି ଚାକର ଜଣକ ସୁଶାନ୍ତଙ୍କ ଫ୍ଲାଟର ଫ୍ଲୋର ମ୍ୟାନେଜର ଥିଲା ।

ଦ୍ଵିତୀୟ ଲୋକର ନାମ ହେଉଛି ସୁଶାନ୍ତଙ୍କ କ୍ରିଏଟିଭ ଡାଇରେକ୍ଟର ସିଦ୍ଧାର୍ଥ ପିଠାନି । ସିଦ୍ଧାର୍ଥ ମଧ୍ୟ ସୁଶାନ୍ତଙ୍କ ସହ ତାଙ୍କ ଘରେ ରହୁଥିଲେ । ଏହି କେସ ସହ ଜଡିତ ତୃତୀୟ ଆସାମୀ ହେଉଛନ୍ତି ରିୟା ଚକ୍ରବର୍ତ୍ତୀ । ରିୟା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ଥିଲେ । ରିୟା ସୁଶାନ୍ତଙ୍କ ସହ ରହୁଥିଲେ । ହେଲେ ଏହା ସହିତ ରିୟା ମହେଶ ଭଟ୍ଟ ଓ ମୁକେଶ ଭଟ୍ଟଙ୍କ ସହ ମଧ୍ୟ ରହୁଥିଲେ । ମୃତ୍ୟୁ ପୂର୍ବରୁ ସୁଶାନ୍ତ ରିୟାଙ୍କୁ ମଧ୍ୟ ଫୋନ କରିଥିଲେ ।

ଚତୁର୍ଥ ବ୍ୟକ୍ତି ଜଣକ ହେଉଛନ୍ତି ମହେଶ ସେଟ୍ଟୀ । ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ମହେଶଙ୍କୁ ଫୋନ କରିଥିଲେ, ହେଲେ ମହେଶ ତାଙ୍କ ଫୋନକୁ ରିସିଭ କରିପାରି ନଥିଲେ । ମହେଶ ମଧ୍ୟ ସୁଶାନ୍ତଙ୍କ ସହ ବହୁତ କ୍ଳୋଜ ଥିଲେ । ଏହି କେସ ସହ ଜଡିତ ପଞ୍ଚମ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସନ୍ଦିପ ସିଂହ । ସନ୍ଦିପ ସୁଶାନ୍ତଙ୍କର ଏକ ଭଲ ସାଙ୍ଗ ଥିଲେ । ସୁଶାନ୍ତଙ୍କ କେସ ସହ ଜଡିତ ସନ୍ଦିପଙ୍କ ଉପରେ କିଛିଟା ବଡ ବଡ ଆରୋପ ଲାଗିଛି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *