ବନ୍ଧୁଗଣ, ସୂଚନା ଅନୁଯାୟୀ ନବାଗତ ନାୟିକା ଅର୍ପିତା ଓଡିଆ ଇଣ୍ଡଷ୍ଟ୍ରୀ ର ଅଡିସନ କୁ ନେଇ କିଛି ଏଭଳି କଥା କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅର୍ପିତା କହିଛନ୍ତି ଏ ଲାଇନ କୁ ଆସିବା ବହୁତ ଡିଫିକଲ୍ଟ । ଏହିଭଳି ଅନେକ ଝିଅ ଅଛନ୍ତି, ଏବଂ ଜଣେ ଜଣେ ତାଙ୍କର ସଫଳତାର ଶୀର୍ଷ ରେ ପହଞ୍ଚିଯାଇ ପୁଣି ଫେରି ଆସନ୍ତି । ମାତ୍ର ସେ ଚାହାଁନ୍ତି ଯେ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ସେ ଚେଷ୍ଟା ହିଁ କରିବେ ଯେ କିଭଳି ଭାବରେ ନିଜକୁ ଆହୁରୀ ନିଖୁଣ କରି ପାରିବେ ।
ସେ କହିଛନ୍ତି ଯେ ଯେହେତୁ ସେ ଜଣେ ନବାଗତା ନାୟିକା ଅଟନ୍ତି ଏଣୁ ସେ ଚାହାଁନ୍ତି ଯେ ସେ ଯେମିତି ଏକ ପ୍ରୋପର ଅଡିସନ ଯେଉଁଭଳି ହୁଏ ସେହିଭଳି ରହି କାମ କରନ୍ତୁ । ମାତ୍ର ସେହିସବୁ ଜିନିଷ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖି ନାହାଁନ୍ତି । ଅର୍ପିତା ଗୋଟିଏ ଅଡିସନ ଦେବାକୁ ଯାଇଥିଲେ ଏବଂ ତାଙ୍କ ମା’ ତାଙ୍କ ସହିତ ଯାଇଥିଲେ ।
ଏହାପରେ ସେଠାରେ ପହଞ୍ଚିବା ପରେ ସେ ଭାବିଲେ ଯେ ଗୋଟିଏ ଷ୍ଟୂଡିଓ ଥିବ ମାତ୍ର ସେମିତି କିଛି ନଥିଲା, ସେଠାରେ ଗୋଟିଏ ହୋଟେଲ ଥିଲା ଏବଂ ହୋଟେଲ ରେ ଯେମିତି ରୁମ ଥାଏ, ସେହିଭଳି ରୁମରେ ସେମାନେ ୪ ରୁ ୫ ଜଣ କରୁଥିଲେ ଅଡିସନ । ଏବଂ ସେହି ଜାଗାରେ ହିଁ ତାଙ୍କୁ ବାରମ୍ବାର ଅଡିସନ ଦେବାକୁ ପଡୁଥିଲା । ସେହି ସମୟରେ ଅର୍ପିତା ଙ୍କୁ ଲାଗିଲା ଯେ ଏହିଭଳି ତ କେବେ ଅଡିସନ ହୁଏ ନାହିଁ ।
ଗୋଟିଏ ରୁମରେ ଗୋଟିଏ ବେଡ ପଡିଛି ଏଠାରେ ଖାଇବା ପିଇବା ମଧ୍ୟ ହଉଛି ଏବଂ ପ୍ରଡ୍ୟୁସର ତଥା ଡ଼ିରେକ୍ଟର ଖଟ ଉପରେ ବସିଛନ୍ତି । ତେବେ ଏମିତି ତ କେବେ ହୁଏ ନାହିଁ । ପ୍ରୋପର ଷ୍ଟୂଡିଓ ତଥା ଅଫିସ କୁ ନେଇ ଆଦିସନ ହୁଏ ତେବେ ସେହି ଜାଗାରେ ଅର୍ପିତା ଙ୍କୁ ବହୁତ ଖରାପ ଲାଗିଥିଲା । ନୂଆ ନୂଆ ବହୁତ କଥା ଶୁଣିବାକୁ ହୁଏ । ତେବେ ଏହାକୁ ଶୁଣିବା ପରେ ସେ ସଂପୂର୍ଣ୍ଣ ଭାବରେ ଡିପ୍ରେସ ହୋଇଯାଇଥିଲେ ।
ଏହାପରେ ୬ ମାସ ପର୍ଯ୍ୟନ୍ତ କୌଣସି କାମ ମଧ୍ୟ କରିଲେ ନାହିଁ । ଏହା ପରେ ଧୀରେ ଧୀରେ ତାଙ୍କୁ ପୁଣି ଋଟର୍ନ ଆସିବାକୁ ପଡିଲା । ସେ ଚିନ୍ତା କରିଲେ ଯେ ସେ ନିଜେ ଏକ ଭଲ ଚାକିରି କରିବେ । ଏହାପରେ ସେ ନିଜର ଏକ ପ୍ରଡ଼କ୍ସନ ହାଉସ ଖୋଳିବେ ଏବଂ ସେଥିରେ କାମ କରି ଓଡିଶା ଲୋକଙ୍କୁ ଗର୍ବିତ ଅନୁଭବ କରାଇବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।