ପ୍ରତି ଅଧ ଘଣ୍ଟାରେ ହେବ 10 କୋଟି ମୃତ୍ୟୁ, 18 ବର୍ଷ ପଛକୁ ଚାଲିଯିବ ସାରା ବିଶ୍ୱ….

ବନ୍ଧୁଗଣ ୧୯୪୫ ମସିହା ସାରା ବିଶ୍ଵ ପାଇଁ ଥିଲା ଅଭିଶପ୍ତ । ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ଆଟାକ କରିଥିଲା ଆମେରିକା । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ହଠାତ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । କେହି କିଛି ବୁଝିବା ପୂର୍ବରୁ ଚାଲି ଯାଇଥିଲା ହଜାର ହଜାର ଜୀବନ । ଲୋକେ ବସିଥିଲେ ସତ ହେଲେ ଶରୀରରେ ଆରମ୍ଭ ହୋଇଥିଲା ଜଳାପୋଡା ।

ଏବେ ପୁଣି ଥରେ ଘଟଣାର ପୁନରାବୃତି ହେବାକୁ ଯାଉଛି ଅର୍ଥାତ ଋଷ ଓ ୟୁକ୍ରେନ ଯୁଦ୍ଧ ଏବେ ତୃତୀୟ ବିଶ୍ଵ ଯୁଦ୍ଧ ମୁହାଁ । ପ୍ରତି ଅଧ ଘଣ୍ଟାରେ ହେବ ୧୦ କୋଟି ଲୋକଙ୍କ ମୃତ୍ୟୁ । ୧୮ ହଜାର ବର୍ଷ ପଛକୁ ଚାଲିଯିବ ସାରା ବିଶ୍ଵ । ୧୯୪୫ ଅଗଷ୍ଟ ଘଟଣାରେ ହୋଇପାରେ ପୁନରାବୃତି । ଏବେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଆଶଙ୍କା ବଢିଛି ଓ ଥରହର ଅଛି ସାରା ବିଶ୍ଵ ।

ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ବର୍ତ୍ତୀ ଯାଇଥିବା ଲୋକେ କୁହନ୍ତି, ସେଦିନର ଘଟଣା ମନେ ପଡିଲେ ଆଜି ବି ଲୋମ ଟାଙ୍କୁରି ଉଠେ । ଯଦିଓ ଯୁଦ୍ଧ ଏବେ ଏକ ଭିନ୍ନ ମୋଡ ନେଇଛି ହେଲେ ବିପଦ କମି ନାହିଁ । ଆମେରିକା ସହ ପାଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନକୁ ବଢାଇ ଛନ୍ତି ସହାୟତାର ହାତ । ତଥାପି ଜିଦରେ ଅଟଳ ଋଷ ରାଷ୍ଟ୍ରପତି । କେବଳ ଜିଦ ନୁହେଁ ଚେତାବନୀ ବି ଦେଇଛନ୍ତି ।

ପୁଟିନ କହିଛନ୍ତି ଯଦି କୌଣସି ବାହାର ଲୋକ ଯୁଦ୍ଧ ମଝିରେ ଆସେ ତାଙ୍କୁ ଶେଷ କରାଯିବ । ଆଇସିଏଏନ ରିପୋର୍ଟ ଅନୁଯାଇ ଗୋଟିଏ ପରମାଣୁ ବୋମା ବଦଳାଇ ଦେଇ ପାରେ ଗୋଟେ ସହରର ମାନଚିତ୍ର । ଆଉ ଯଦି ପରମାଣୁ ବୋମା ସଂଖ୍ୟା ୧୦ କିମ୍ବା ୧୦୦ ହୁଏ ତା ହେଲେ ଲକ୍ଷାଧିକ ଲୋକ ମୃତ୍ୟୁ ବରଣ କରିବା ସହ ସାରା ବିଶ୍ଵର ପରିବେଶ ବିଗିଡିଯିବ । ଏମିତି କି ଭାରତରେ ମଧ୍ୟ ପଡିପାରେ ଏହାର ପ୍ରଭାବ ।

କେବଳ ସେତିକି ନୁହେଁ ଯଦି ବିଶ୍ଵରେ ଥିବା ପରମାଣୁ ଅସ୍ତ୍ର ଗୁଡିକର ଏକ ପ୍ରତିଶତରୁ କମ ଯୁଦ୍ଧରେ ବ୍ଯବହ୍ରୁତ ହୁଏ ତେବେ ଦୁଇ ବିଲିଅନ ଲୋକେ ଅନାହାରରେ ପୀଡିତ ହେବେ ଏହା ସହ ଭୁସୁଡି ଯାଇପାରେ ସମଗ୍ର ବିଶ୍ଵର ସ୍ୱାସ୍ଥ୍ୟ ବ୍ୟବସ୍ଥା ।

ଯେତେବେଳେ ପରମାଣୁ ବୋମା ପଡେ ବିନାଶ ପାଇଁ ଲାଗେ ମାତ୍ର ୧୦ ସେକେଣ୍ଡ ହେଲେ ଅନେକ ବର୍ଷ ଧରି ରାହି ଯାଏ ଏହାର ପ୍ରଭାବ । ଅନେକ ବର୍ଷ ପରେ ମଧ୍ୟ ଲୋକ କ୍ୟାନ୍ସର ରୋଗର ଶିକାର ହୋଇଥାନ୍ତି । ଏହା ସହ ଲୋକେ ଦ୍ରୁଷ୍ଟି ଶକ୍ତି ମଧ୍ୟ ହରାଇ ଥାନ୍ତି । ଏପରି ପରିସ୍ଥିତିରେ ଯଦି ତୃତୀୟ ବିଶ୍ଵ ଯୁଦ୍ଧ ହୁଏ ତା ହେଲେ ପରିସ୍ଥିତି କଣ ହେବ ତାକୁ ନେଇ ଉଠୁଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *