ଆସୁଛି ଜଳ ପ୍ରଳୟ ! ବୁଡିଯିବ ଓଡିଶାର ଏହି ସବୁ ସହର…

ନମସ୍କାର ବନ୍ଧୁଗଣ, ପୃଥିବୀରେ ୧୦୦ ପ୍ରତିଶତରୁ ୭୦ ଭାଗ ଜଳ ଅଟେ ଏବଂ ୩୦ ଭାଗ ସ୍ଥଳ ଅଟେ । ଯଦି ଜଳ ସ୍ତର ବଢେ ତେବେ ସ୍ଵଭାବିକ କଥା କି ସ୍ଥଳ ଉପରେ ପ୍ରଭାବ ପଡିବ ବା ସ୍ଥଳ ଭାଗ ଜଳ ମଗ୍ନ ହେବାକୁ ଲାଗିବ । ତେବେ ଏହି ସମୟ ଆଉ ବେଶି ଦିନ  ନୁହେଁ । କାରଣ କ୍ଲାଇମେଣ୍ଟ  ସେଣ୍ଟ୍ରାଲ ସୂଚନା ଦେଇସାରିଲାଣି ଜଳସ୍ତର ୨୦୫୦ ବେଳକୁ ସ୍ଥଳ ଭାଗ ଉପରେ ପ୍ରଭାବ ପକାଇ ସାରିଥିବ ଅର୍ଥାତ ଅନେକ ସହର ବୁଡିଯାଇଥିବ । ତେବେ ଆସନ୍ତୁ ଜାଣିବା ଏହା ସହ ଜଡିତ ଥିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜଳ ତାର କରାଳ ରୂପ ଧାରଣ କରିବା ପାଇଁ ଯାଉଛି ଆଉ ମାତ୍ର କିଛି ବର୍ଷର ବ୍ଯବଧାନ ପରେ । କାରଣ ଆମ ପୃଥିବୀର ଜଳ ବାୟୁ ବାର୍ତ୍ତମାନ ବଦଳିବାରେ ଲାଗିଛି । ଏହାର କୁପ୍ରଭାବ ସ୍ୱରୂପ ପ୍ରକୃତିକ ବିପର୍ଜୟ ମାନ ନିକଟ ଭବିଷ୍ୟତରେ ହେବାକୁ ଯାଉଛି । ପୃଥିବୀରେ କଳକାରଖାନା ମାନଙ୍କରୁ ନିର୍ଗତ ହେଉଥିବା ଦୂଷିତ ଧୂଆଁ କାରଣରୁ ଜଳବାୟୁରେ ଅଙ୍ଗାରକାମ୍ଳର ମାତ୍ରା ବଢିବାରେ ଲାଗିଛି ।

ଯାହାଦ୍ୱାରା ପ୍ରକୃତି ଉପରେ ଏହା ପପ୍ରଭାବ ପକାଇବା ଦ୍ଵାରା ପୃଥିବୀର ସନ୍ତୁଳନ ବିଗାଡୁଛି । ଯଦି ଏହିସବୁକୁ ନିୟନ୍ତ୍ରଣ ନ କାରାଯାଏ ତେବେ ଖୁବ ଶୀଘ୍ର ଜଳମଗ୍ନ ହେବାକୁ ଲାଗିବ ଉପକୂଳ ଅଞ୍ଚଳ ଗୁଡିକ । ବଢୁଥିବା ତାପମାତ୍ରା କାରଣରୁ ଗ୍ରୀନ ଲ୍ୟାଣ୍ଡ ଏବଂ ଅଣ୍ଟାର୍ଟିକାର ବିଶାଳ ବରଫ ସ୍ତର ମାନ ତରଳିବାରେ ଲାଗିଛି । ଏହା ତରଳି ଆସି ସମୁଦ୍ରରେ ମିଶିବା ଦ୍ଵାରା ସମୁଦ୍ରର ଜଳ ସ୍ତର ବୃଦ୍ଧି ପାଉଛି ଏବଂ ଅନେକ ସହର ଜଳମଗ୍ନ ହେବ ।

ରିପୋର୍ଟ ଅନୁଯାୟୀ ସବୁଠାରୁ ଅଧିକ କ୍ଷତି ଗ୍ରସ୍ତ ହେବ ଏସିଆ ମହାଦେଶ । ଚୀନ, ବାଂଲାଦେଶ, ଭାରତ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡ ସବୁଠାରୁ ଅଧିକ ପ୍ରଭାବିତ ହେବେ । ଏହି ତାଲିକାର ତିନି ନମ୍ବର ସ୍ଥାନରେ ରହିଛି ଭାରତ । ଭାରତର ସାଢେ ୩ କୋଟିରୁ ଅଧିକ ଲୋକ ଜଳପ୍ରଳୟର ଶିକାର ହେବେ । ଚୀନର ୯ କୋଟି, ବାଂଲାଦେଶର ୪ କୋଟି, ଇଣ୍ଡନେସିଆର ଅଢେଇ କୋଟି ଏବଂ ଥାଇଲାଣ୍ଡର ୧ କୋଟି ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବେ ।

ଓଡିଶାର ୫ଟି ଉପକୂଳ ଜିଲ୍ଲା ଏଥିରେ ପ୍ରଭାବିତ ହେବେ । ବାଲେଶ୍ଵର, ଭଦ୍ରକ, କଟକ, ପୁରୀ ଏବଂ ଗଞ୍ଜାମ ଜିଲାର ସମୁଦ୍ର କୂଳିଆ ଅଞ୍ଚଳକୁ ସମୁଦ୍ର ବୁଡାଇ ଦେବ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲା । ଯଦି ଆପଣ ମାନଙ୍କୁ  ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *