ମୃତ୍ୟୁର ଅନ୍ୟ ନାମ NeoCov (କରୋନାର ନୂଆ ଭ୍ୟାରିଆଣ୍ଟ ), ସତର୍କ କରାଇଲେ Wuhan ବୈଜ୍ଞାନିକ ! କହିଲେ କିଛି ଏମିତି…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବିଶ୍ୱକୁ ୨ ବର୍ଷ ହେବ କବଳିତ କରି ରଖିଥିବା ମହାମାରୀ କରୋନା ଏବେ ପୁଣି ତାର ରୂପ ବଦଳାଇଛି । ଗୋଟିଏ ପରେ ଗୋଟିଏ ରୂପ ବଦଳାଇବା ପରେ ଏବେ କରୋନାର ଯେଉଁ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ତାହାକୁ ନେଇ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । କରୋନାର ଜନ୍ମସ୍ଥଳୀ ଚୀନ କୁହାଯାଉଥିବା ବେଳେ ସେହି ଚୀନରୁ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ଏନେଇ ଚୀନ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି କି ନୂଆ କରି ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ନିଓକୋଭ ଅନ୍ୟ ଭାରିଆଣ୍ଟଠାରୁ ଅଧିକ ସଂକ୍ରମିତ ଓ କ୍ଷତିକାରକ । ଏଥିରେ ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ୩୩ ପ୍ରତିଶତ ଲୋକଙ୍କର ମୃତ୍ୟୁ ହେଉଥିବା କଥା ଚୀନ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ହେଲେ ରିପୋର୍ଟ ମୁତାବକ ନିଓକୋଭ ଭାରିଆଣ୍ଟନୂଆ ନୁହେଁ ବରଂ ଏହା ୨୦୧୨-୨୦୧୫ ମଧ୍ୟରେ ପଶ୍ଚିମ ଏସିଆ ଦେଶମାନଙ୍କରେ ଦେଖିବାକୁ ମିଳିଥିଲା ।

ଏହାର ଏସଏଆରଏସ-ସିଓଭି-୨ ଭଳି କେବଳ ମଣିଷକୁ ସଂକ୍ରମିତ କରିପାରେ । ହେଲେ ଏବେ ଏହା ମଣିଷ ବ୍ୟତୀତ ପଶୁମାନଙ୍କୁ ସଂକ୍ରମିତ କରୁଥିବା ନେଇ ସାଉଥ ଆଫ୍ରିକାରେ ଦେଖିବାକୁ ମିଳିଛି । ତେବେ ଏବେ ସାରା ବିଶ୍ୱରେ କରୋନାର ତୃତୀୟ ଲହର ସହ ଓମିକ୍ରନ ଭାରିଆଣ୍ଟ ଦୃତ ଗତିରେ ମାଡି ଚାଲିଛି ।

ଏହା ସହ ଭାରତ ସମେତ ଅନେକ ଦେଶରେ କରୋନାର ଆଉ ଏକ ଭାରିଆଣ୍ଟ ବିଏ.୨ ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ବିଶ୍ୱରେ ପାଖାପାଖି ୪୦ ଟି ଦେଶରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ବିଶେଷଜ୍ଞଙ୍କ କହିବା ମୁତାବକ ଓମିକ୍ରନ ଠାରୁ ବିଏ.୨ ଭାରିଆଣ୍ଟ ଦୃତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ତେବେ ଋଷର ନ୍ୟୁଜ୍ ଏଜେନ୍ସି ସ୍ପୁଟନିକ ରିପୋର୍ଟ ଅନୁଯାୟୀ, ଏହା ସାରସ କୋଭ ୨ ସହିତ ସମାନ, ଯାହା ମଣିଷ ଶରୀରେ କରୋନା ସଂକ୍ରମଣ କରିଥାଏ ।


ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଏହି ଭୂତାଣୁ ମଣିଷ ଶରୀରେ ପ୍ରବେଶ କରିନାହିଁ । ଦକ୍ଷିଣ ଆଫ୍ରିକାରେ ଏହି ନିଓକୋଭ୍ ଭୂତାଣୁ ବଦୁଡିମାନଙ୍କ ଭିତରେ ଦେଖାଯାଇଥିଲା । ତେବେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପଶୁମାନଙ୍କଠାରେ ଦେଖିବାକୁ ମିଳିଛି ।


ତେବେ ମିଳିଥିବା ତଥ୍ୟ ଅନୁସାରେ, ନିଓକୋଭ୍‌ ବହୁ ଶିଘ୍ର ମଣିଷକୁ ସଂକ୍ରମିତ କରିପାରେ । ଏହି ଭୂତାଣୁ ମାନବ ଶରୀରେ ପ୍ରବେଶ କଲେ ସଂକ୍ରମିତଙ୍କ ସଂଖ୍ୟା ଶୀଘ୍ର ବୃଦ୍ଧି ଘଟିବା ସହ ଅନେକ ରୋଗୀଙ୍କ ମୃତ୍ୟୁ ଘଟାଇପାରେ ବୋଲି ଆକଳନ କରାଯାଇଛି । ତେବେ ଗୋଟିଏ ପରେ ଗୋଟିଏ ଭାଇରାସ ଆସିବାରେ ଲାଗିଛି ତେବେ ନିଜ ର ଯତ୍ନ ନିଅନ୍ତୁ ସୁରକ୍ଷିତ ରୁହନ୍ତୁ । ଏହାକୁ ନେଇ ଆପଣ ଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *