କରୋନା ସଙ୍କଟ କାଳରେ ଆସିଲା ଖୁସି ଖବର, ଚମତ୍କାରୀ ଔଷଧ ଭାବେ କାମ କରିବ ‘ମୋଲନୁପିରାଭିର’, ମାତ୍ର ୫ ଦିନରେ ହେବେ କରୋନା ମୁକ୍ତ

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

ତେବେ ବର୍ତ୍ତମାନ ଏକ ନୂଆ ଔଷଧ ଆସୁଛି ଯାହାର ବ୍ୟବହାର ଦ୍ୱାରା କରୋନା ସଂକ୍ରମଣ ରୁ ଭଲ ହୋଇ ଯିବେ ବୋଲି ଡାକ୍ତର ମାନେ ଦାବି କରୁଛନ୍ତି । କୋଭିଡ ବିରୋଧୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ଧରଣ ର ସଫଳତା ମିଳିବାକୁ ଯାଉଛି । କରୋନା ଆକ୍ରାନ୍ତ ରୁ ଠିକ କରିବା ପାଇଁ ଆସିବାକୁ ଯାଉଛି ଏକ ଚମତ୍କାରୀ ଔଷଧ । ଏହି ଔଷଧ ର ନାମ ହେଉଛି ‘ମୋଲନୁପିରାଭିର’ ନାଟକୋ ଫାର୍ମା କମ୍ପାନୀ ଏହି ଔଷଧ ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପାଇଛି ।

୨ଟି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ଏହି ଔଷଧ କରୋନା ଆକ୍ରାନ୍ତ ଙ୍କ ବିରୋଧରେ ବେଶ ପ୍ରଭାବୀ ହୋଇଛି । ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଆଗାମୀ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଧା ଏହି ଔଷଧ ଭାରତକୁ ଆସିଯିବ । ଏହି ଔଷଧ ସାମାନ୍ୟ ରୁ ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଙ୍କୁ ଦିଆଗଲେ ୫ ଦିନ ଭିତରେ ସେ କରୋନା ସଂକ୍ରମଣ ରୁ ମୁକ୍ତି ପାଇଁ ପାରିବେ ବୋଲି ଡାକ୍ତର ଦାବି କରୁଛନ୍ତି । ତେବେ ଏହା ଅନ୍ଧାର ଭିତରେ ଆଲୋକ ର କିରଣ ଦେବ ବୋଲି ଆଶା କରାଯାଉଛି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *