ଓଡିଶା ମୁହାଁ ହେଉଛି ଭୟଙ୍କର ବାତ୍ୟା ଅସାନୀ, କେଉଁଠି କରିବ ଲ୍ୟାଣ୍ଡଫଲ ? ଦେଖନ୍ତୁ ଏ ନେଇ କଣ କହୁଛନ୍ତି IMD DG Mrutyunjay Mohapatra ?

ବନ୍ଧୁଗଣ ପାଣିପାଗ ବିଭାଗ ପକ୍ଷରୁ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଅଶାନ୍ତ ହେଉଛି ବଙ୍ଗପ ସାଗର ଆଉ ଆସୁଛି ବାତ୍ୟା ଆସାନି । ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ । ଆସନ୍ତା କାଲି ଦାନା ବାନ୍ଧିବ ବାତ୍ୟା ଆସାନି । ଆସନ୍ତା 10 ତାରିଖରେ ବାତ୍ୟା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

10ରୁ ଉପକୂଳରେ ସାମାନ୍ୟ ଧରଣର ବର୍ଷା ଆରମ୍ଭ ହେବ । ଏହାର ପ୍ରଭାବରେ ପବନର ବେଗ ରହିବ ଘଣ୍ଟା ପ୍ରତି 90 କିଲୋମିଟର । ଏହା ସ୍ଥଳ ବିଶେଷରେ ବଢି 110 କିଲୋମିଟର ଛୁଇଁ ପାରେ । ପାଣିପାଗ ବିଜ୍ଞାନ ଯାସନ ନିକୋଲ୍ସ କହିଛନ୍ତି ଆନ୍ଧ୍ର, ଓଡିଶା ଓ ପଶ୍ଚିମ ବଙ୍ଗ ଉପରେ ରହିବ ବାତ୍ୟାର ପ୍ରଭାବ । ଲ୍ୟାଣ୍ଡଫଲ ମଧ୍ୟ ଆନ୍ଧ୍ର ରୁ ପଶ୍ଚିମ ବଙ୍ଗ ମଧ୍ୟରେ ହୋଇପାରେ ।

ବନ୍ଧୁଗଣ ଏବେ ଅଶାନ୍ତ ହେବାକୁ ଲାଗିଛି ବଙ୍ଗପ ସାଗର । ତେଣୁ ଆସନ୍ତା 10 ତାରିଖରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ଏବେ ପ୍ରାକ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ସେପଟେ ବାତ୍ୟା ମୁକବାଲା ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ୧୮ଟି ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି ।

ତେବେ ସେହି ୧୮ଟି ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, ଜଗତସିଂହ ପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ , ବାଲେଶ୍ଵର, ନୟାଗଡ, କଟକ, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ମାଲକାନ ଗିରି, କୋରାପୁଟ, ଖୋର୍ଦ୍ଧା ଓ କନ୍ଧମାଳ ।

ବନ୍ଧୁଗଣ ଓଡିଶା ସରକାର ବାତ୍ୟାର ମୁକାବାଲା ପାଇଁ ଏବେ ପ୍ରସ୍ତୁତ ଅଛନ୍ତି । ଆଉ ଯେଉଁ ମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ସୁରକ୍ଷିତ ସ୍ଥାନକୁ ଆସିବା ଉଚିତ ବୋଲି ନିର୍ଦ୍ଦେଶ ଦିଆଯାଇଛି । କଚା ଘର, ସ୍ଥଳୀୟ ଅଞ୍ଚଳ ଓ ସମୁଦ୍ର କୂଳିଆ ଲୋକଙ୍କ ସମେତ ବୃଦ୍ଧ ବୃଦ୍ଧା, ମହିଳା ଏବଂ ଶିଶୁଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

ପାନୀୟ ଜଳ ଯୋଗାଣ, ଶୌଚଳୟ, ଜେନେରେଟର, ଟାୱାର, ଲାଇଟ ଓ ମେକାନିକାଲ କଟରର ବ୍ୟବସ୍ଥା କରିବେ । ଏହା ସହିତ ବିକଳ୍ପ ବିଦ୍ୟୁତ ସର୍ବରାହ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *