‘ହେ ମଣିଷ ମୋ ଛୁଆକୁ ବଞ୍ଚାଅ’ ନିଜ ଛୁଆକୁ ବଞ୍ଚେଇବା ପାଇଁ ରାସ୍ତା ମଝିରେ ଗାଡି ଅଟକେଇ ମଣିଷଙ୍କୁ ଆକୁଳ ନିବେଦନ କରୁଛି ମା’ ହାତୀ, Video ଦେଖିଲେ ଆପଣ ବି କାନ୍ଦି ପକେଇବେ

ଛୁଆ ଅସୁବିଧାରେ ପଡ଼ିଲେ ପାଗଳ ପ୍ରାୟ ହୋଇଯାଏ  ମା’।  ମଣିଷ ହେଉ କି ପଶୁ ଛୁଆକୁ ବିପଦ ମୁହଁରୁ ଫେରାଇ ଆଣିବାକୁ କିଛି ବି କରିପାରେ ମା’। ଜଣେ ମା’ ପାଇଁ ସବୁଠୁ ଆଗରେ ତା’ ଛୁଆ।  ନିଜ ଛୁଆକୁ କୋଳକୁ ଫେରାଇ ଆଣିବାକୁ ଯମ ସହ ବି ଲଢ଼ିପାରେ । ବନ୍ଧୁଗଣ ଏଭଳି ଏକ ହୃଦୟ ସ୍ପର୍ଶି ଭିଡିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ।

ବନ୍ଧୁଗଣ ଏବେ ଅନେକ ଲୋକ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଜାଣିବା ସହ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଗୋଟେ ହାତୀ ଛୁଆ ଖାଲରେ ପଡିଯାଇଛି ।

ହାତୀଟି ବିଭିନ୍ନ କୌଶଳ ଅବଲମ୍ବନ କରି ମଧ୍ୟ ସଫଳ ହେଉ ନାହିଁ । ଏପରି କି ମା ହାତୀଟି ଜଙ୍ଗଲରୁ ରାସ୍ତା ଉପରକୁ ଚାଲି ଆସିଛି । ଆଉ ରାସ୍ତାରେ ଯାଉଥିବା ସମସ୍ତ ଗାଡିକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି । ପୁଣି ଦଉଡି ଜଙ୍ଗଲ ଭିତରକୁ ଚାଲି ଯାଉଛି । ଏହାର ଖବର ପାଇଁ ବନ ବିଭାଗ କର୍ମଚାରୀ ମାନେ ହାତୀକୁ ଘୋଡାଇବା ପାଇଁ ଚେଷ୍ଟା କରିଥିଲେ ହେଲେ ସେମାନେ ବିଫଳ ହେଲେ ।

ହାତୀଟି ବନ କର୍ମଚାରୀଙ୍କୁ କିଛି ଦେଖେଇବା ପାଇଁ ଚାହୁଁ ଥିଲା । ବନ କର୍ମଚାରୀ  ହାତୀ ପଛେ ପଛେ ଯାଇ ଖାଲରେ ପଡିଥିବା ହାତୀ ଛୁଆକୁ ଦେଖିବାକୁ ପାଇଥିଲେ । ଛୁଆ ହାତୀଟି ଉଠିବା ପାଇଁ ସତ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇପାରୁ ନଥିଲା । ଏହା ଦେଖି ମା ହାତୀଟିର ହୃଦୟ କାନ୍ଦୁ ଥିବା ବେଳେ ସେ କିଛି ବି କରିପାରୁ ନଥିଲା । ସ୍ଥାନୀୟ ଲୋକେ ଓ ବନ କର୍ମଚାରୀ ମାନେ ମାଟି ହାଣି ହାତୀ ଛୁଆଟି ବାହାରିବାର ଏକ ରାସ୍ତା କରିଥିଲେ ।

ଆଉ ତା ପରେ ହାତୀ ଛୁଆଟି ଉପରକୁ ଆସି ନିଜ ମା ପାଖକୁ ଫେରିଯାଇଥିଲା । ଛୁଆକୁ ଦେଖି ମା ହାତୀ ବହୁତ ଖୁସି ହୋଇଥିଲା ଆଉ ଶେଷରେ ନିଜ ଛୁଆକୁ ନେଇ ସେ ଜଙ୍ଗଲ ଭିତରକୁ ଚାଲିଗଲା । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *