Jyotish Shastra – ୨୦୨୧ ରେ ଏହି ରାଶିର ଲୋକ ମାନଙ୍କର ହେବ ବିବାହ, ମିଳିବ ମନ ପସନ୍ଦ ଜୀବନସାଥୀ

ବର୍ଷ ୨୦୨୧ରେ ଏହି ରାଶି ମାନଙ୍କର ହେବେ ବିବାହ । ନୂଆବର୍ଷ ଆସିବା ପୂର୍ବରୁ ବହୁ ଲୋକକୁ ଅନେକ ଜିନିଷର ଆଶା ଥାଏ । ବ୍ୟକ୍ତିର ରାଶିକୁ ଅଧ୍ୟୟନ କରି ତାର ଆସନ୍ତା ସମୟ କେମିତି ହେବ ତାହା ଜାଣି ହୁଏ । କେତେକ ରାଶି ପାଇଁ ନୂଆ ବର୍ଷ ଭାଗ୍ୟଶାଳୀ ରହିବ ତ ଆଉ କିଛି ବ୍ୟକ୍ତିଙ୍କ ପାଇଁ ସାମାନ୍ୟ ରହିବ । ବର୍ଷ ୨୦୨୧ ରାଶିଫଳ ଅନୁସାରେ କେଉଁ ରାଶି ମାନଙ୍କର ବିବାହ ଯୋଗ ଅଛି ଆଜି ଆମେ ଜାଣିବା । ନୂଆବର୍ଷର ରାଶିର ଗଣନା ଅନୁସାରେ ଏହି ସବୁ ରାଶିର ବିବାହ ଯୋଗ ଦେଖା ଦେଉଛି ।

ବୃଷ ରାଶି – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବର୍ଷ ଆପଣଙ୍କ ପାଇଁ ବିଶେଷ ସୁଖଦାୟକ ଓ ଶୁଭଫଳ ଦାୟକ ରହିବ , ବୈବାହିକ ଜୀବନ ସୁଖମୟ ହେବ । ଏହି ବର୍ଷ ଆପଣଙ୍କର ବିବାହର ଯୋଗ ରହିଛି । ଯେଉଁ ମାନେ ପ୍ରେମ କରୁଛନ୍ତି , ସେମାନଙ୍କର ଏହି ବର୍ଷ ପ୍ରେମ ସମ୍ପର୍କ ନିବିଡ ହେବା ସହ ବିବାହର ଯୋଗ ଅଛି ।

ଆପଣଙ୍କ ରାଶି ଅନୁସାରେ ଆପଣଙ୍କର ପ୍ରେମ ଭାଗର ସ୍ଵାମୀ ବୁଧ ଅଟନ୍ତି , ଏହି ବର୍ଷ ଅବିବାହିତ ପ୍ରେମି ମାନଙ୍କର ବିବାହର ଯୋଗ ସୃଷ୍ଟ ହେଉଛି । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କର ବିବାହ ସୁନିଶ୍ଚିତ ହେବ । କହିବାକୁ ଗଲେ ୨୦୨୧ ବର୍ଷ ଆପଣଙ୍କର ବୈବାହିକ ଜୀବନ ଖୁସିରେ ଭରିଯିବ ।

ବିଛା ରାଶି

ଆସୁଥିବା ସମୟ ବିଛା ରଶିଙ୍କ ପାଇଁ ଶୁଭ ରହିଛି । ୨୦୨୧ ରେ ଯଦି ଆପଣଙ୍କର ବୈବାହିକ ଜୀବନ ଓ ପ୍ରେମ ସମ୍ବନ୍ଧ ବିଷୟରେ କହିବା ତ ଏହି ବର୍ଷଟି ଅତି ଲାଭଦାୟକ ଅଟେ । ଯେଉଁ ମାନଙ୍କର ବୟସ ହୋଇଯାଇଛି ଓ ବିବାହ ହୋଇ ନାହିଁ ସେମାନଙ୍କର ଏହି ବର୍ଷ ବିବାହର ଯୋଗ ଦେଖାଦେଉଛି । ହୋଇପାରେ ଆପଣଙ୍କୁ ଅତି ସୁନ୍ଦର ଓ ନିଜ ପସନ୍ଦର ଜୀବନ ସାଥି ମିଳିବ ।

କନ୍ୟା ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସୁଥିବା ବର୍ଷ କନ୍ୟା ରଶିଙ୍କ ପାଇଁ ବିବାହ ଦିଗରେ ଅତ୍ୟନ୍ତ ଶୁଭ ରହିବ । ବିବାହର ବୟସ ଅଧିକ ହୋଇଯାଇଥିବା ବ୍ୟକ୍ତି ମାନଙ୍କର ମଧ୍ୟ ବିବାହ ହୋଇଯିବ । ବର୍ଷ ଆରମ୍ଭରୁ କୌଣସି ଖାସ ବ୍ୟକ୍ତିଙ୍କର ଅପଙ୍କର ଜୀବନରେ ଏଣ୍ଟ୍ରି ହୋଇପାରେ ଯିଏ କି ପୁରା ଜୀବନ ଆପଣଙ୍କର ଜୀବନ ସାଥି ହୋଇ ରହିବେ ।

କୁମ୍ଭ ରାଶି

ଆସନ୍ତା ବର୍ଷ ଜ୍ୟୋତିଷ ଶାସ୍ତ୍ର ଅନୁସାରେ , ପ୍ରେମ ସମ୍ବନ୍ଧ ମାମଲାରେ ଆପଣଙ୍କ ପାଇଁ ବରଦାନ ଠାରୁ ବି କମ ନୁହଁ । ଏହି ବର୍ଷ ଆପଣଙ୍କ ବୈବାହିକ ଜୀବନରେ ଅନେକ ପରିବର୍ତ୍ତନ ଆସିବ, ଆଊ ଏହି ବର୍ଷ ଆପଣଙ୍କର ବିବାହର ଯୋଗ ବନୁଛି , କୁମ୍ଭ ରାଶି ବ୍ୟକ୍ତିଙ୍କର ଏହି ବର୍ଷ ବିବାହର ଅନେକ ଯୋଗ ଅଛି । ଯଦି କୌଣସି ବ୍ୟକ୍ତିଙ୍କୁ ବହୁଦିନ ହେଲା ପସନ୍ଦ କରୁଛନ୍ତି ତାଙ୍କ ସହ ବିବାହର ଯୋଗ ମଧ୍ୟ ଅଛି ।

ମୀନ ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ନିଜର ପ୍ରେମ ୨୦୨୧ରେ ମିଳିଯିବ । ଏହି ବର୍ଷ ଆପଣଙ୍କୁ ନିଜର ସଚ୍ଚା ଜୀବନ ସାଥି ମିଳିଯିବ । ଏହି ବର୍ଷ ମୀନ ରାଶିର ବ୍ୟକ୍ତିଙ୍କ ବିବାହର ଯୋଗ ଦେଖା ଦେଉଛି । ଏହି ବର୍ଷ ଆପଣ ବିବାହ ବନ୍ଧନରେ ବାନ୍ଧିହେବେ । ବିବାହ ବନ୍ଧନରେ ଯୋଡି ହୋଇ ଆପଣ ସୁଖ ଓ ଶାନ୍ତିରେ ରହିବେ ।

ସିଂହ ରାଶି

ଏହି ବର୍ଷ ସିଂହ ରାଶିର ବ୍ୟକ୍ତିଙ୍କ ଜୀବନରେ ୨୦୨୧ ରେ ବିବାହର ଯୋଗ ଦେଖା ଦେଉଛି । ଆପଣ ଏହି ବର୍ଷ ନିଜର ରୋମାଣ୍ଟିକ ଜୀବନରେ ଖୁସି ରହିବା ପାଇଁ ଅଧିକ ଧ୍ୟାନ ରଖିବେ । ଯେଉଁମାନେ ପ୍ରେମବିବାହ କରିବାକୁ ଚାହୁଁଛନ୍ତି ନୂଆ ବର୍ଷ ଆପଣଙ୍କ ପାଇଁ ଅତି ଶୁଭ ହେବାକୁ ଯାଉଛି । ବୈବାହିକ ଜୀବନ ପାଇଁ ଏହି ନୂଆ ବର୍ଷ ଟି ଅତ୍ୟନ୍ତ ଶୁଭ ରହିବ ।

ତୁଳା ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବର୍ଷ ଆପଣଙ୍କ ରାଶିରେ ବିବାହର ବଡ ଯୋଗ ଦେଖା ଦେଉଛି । ଯେଉଁ ମାନେ ପ୍ରେମ ସମ୍ବନ୍ଧ ରେ ଅଛନ୍ତି ସେମାନଙ୍କର ମଧ୍ୟ ବିବାହର ଯୋଗ ରହିଛି । ଆପଣଙ୍କର ରାଶି ଅନୁସାରେ ବିବାହର ଯୋଗ ବହୁ ରହିଛି । ଯେଉଁ ମାନେ ଅବିବାହିତ ଅଛନ୍ତି ୨୦୨୧ ରେ ବିବାହର ବନ୍ଧନରେ ବାନ୍ଧି ହୋଇ ଆପଣଙ୍କ ଜୀବନ ସୁଖରେ କାଟିବ ।

ମେଷ ରାଶି

ଆସନ୍ତା ବର୍ଷ ମେଷ ରାଶି ବ୍ୟକ୍ତିଙ୍କ ପାଇଁ ବହୁତ ଭଲ ରହିବ । ଆପଣଙ୍କର ପ୍ରେମ ସମ୍ବନ୍ଧ ସୁନ୍ଦର ହୋଇଯିବ , ଏହି ବର୍ଷ ନିଜ ପ୍ରେମ ସମ୍ବନ୍ଧ ଉତ୍ତମ ହେବ ଓ ବିବାହର ଯୋଗ ମଧ୍ୟ ଅଛି । ଆପଣଙ୍କୁ ଅତି ସୁନ୍ଦର ଜୀବନ ସାଥି ମିଳିବ ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *