ବାପା-ମା’ଙ୍କ ସହ ସମୟ କାଟିବାକୁ ଦୁଇଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଏହି ଛୁଟି?

କହିବାକୁ ଗଲେ ଆସାମର ରାଜ୍ୟ ସରକାର ଏକ ଭିନ୍ନ ପ୍ରକାରର ଛୁଟି ଘୋଷଣା କରିଛନ୍ତି । ଯେଉଁ ଛୁଟି ବିଷୟରେ ଆପଣ ବି ଆଗରୁ କେବେ ଶୁଣି ନ ଥିବେ । ଆସମର ରାଜ୍ୟ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ୬ ଓ ୭ ତାରିଖ ଛୁଟି ଘୋଷଣା କରିଛନ୍ତି । କହିଦେଉଛୁ କି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସରମା ନିଜେ ଏହି ଛୁଟି ବିଷୟରେ ଘୋଷଣା କରିଛନ୍ତି । ଏହି ଛୁଟି ଘୋଷଣା କରିବା ସମୟରେ ମୁଖ୍ୟମନ୍ତ୍ରୀ ଏହାର ଅସଲ ଉଦ୍ଦେଶ୍ୟ ବିଷୟରେ ବି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସରମା ନିଜର ସମ୍ଭୋଧନରେ କହିଲେ କି ସରକାରୀ କର୍ମଚାରୀମାନଙ୍କୁ ନିଜର ମାତା ପିତା ଓ ଶାଶୁ ଶଶୁରଙ୍କ ସହ ସମୟ ବିତାଇବା ପାଇଁ ବିଶେଷ ଛୁଟି ଦିଆ ଯାଇଛି । ମୁଖ୍ୟମନ୍ତ୍ରୀ ଟ୍ଵିଟ କରି କହିଛନ୍ତି କି, ଆସାମ ସରକାରୀ କର୍ମଚାରୀଙ୍କ ପାଇଁ ମୁଁ ଜାନୁଆରୀ ୬ ଓ ୭ ବିଶେଷ ଛୁଟି ଘୋଷଣା କରୁଛି । ମୁଁ ସମସ୍ତ କର୍ମଚାରୀମାନଙ୍କୁ ଅନୁରୋଧ କରୁଛି କି ସେ ଏହି ସମୟକୁ ନିଜର ପରିବାର ଅର୍ଥାତ ମାତା ପିତା ଓ ଶାଶୁ ଶଶୁରଙ୍କ ସହ ବିତାନ୍ତୁ ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସରମା ଆଗକୁ କହିଲେ କି ମୁଁ ସରକାରୀ କର୍ମଚାରୀମାନଙ୍କୁ ଅନୁରୋଧ କରୁଛି କି ସେମାନେ ନିଜର ମାତା ପିତାଙ୍କୁ ସମୟ ଦିଅନ୍ତୁ । ସେମାନଙ୍କ ଆଶୀର୍ବାଦରେ ନୂଆ ଆସାମ ଓ ନୂତନ ଭାରତର ପୁନଃନିର୍ମାଣ କରିବାକୁ ଚେଷ୍ଟା କରନ୍ତୁ । ଏହା ଛଡା ଆସାମ ସରକାର ଅନ୍ୟ ଏକ ସରକାରୀ ବିବୃତ୍ତିରେ କହିଛନ୍ତି କି ରାଜ୍ୟର ମନ୍ତ୍ରୀମାନେ ବି ନିଜର ମାତା ପିତା ଓ ଶାଶୁ ଶଶୁରଙ୍କ ସହ ସମୟ ବିତାନ୍ତୁ ।

ଯେଉଁ କର୍ମଚାରୀମାନଙ୍କ ମାତା ପିତା କିମ୍ବା ଶାଶୁ ଶଶୁର ନାହାନ୍ତି ସେମାନେ ଏହି ବିଶେଷ ଛୁଟି ପାଇବା ଯୋଗ୍ୟ ନୁହନ୍ତି । କିନ୍ତୁ ଜରୁରୀକାଳୀନ ଦାୟିତ୍ଵରେ ଥିବା କର୍ମଚାରୀମାନେ ଏହି ଛୁଟି ନେଇ ପାରିବେ ନାହିଁ, ସେମାନେ ଆସନ୍ତା ଦୁଇ ଦିନ ଛୁଟି ନେଇ ପାରିବେ । କହିବାକୁ ଗଲେ ରାଜ୍ୟ ସରକାରଙ୍କ ତରଫରୁ ଏହହିଭଳି ଘୋଷଣା ପ୍ରଥମ ଥର ଶୁଣିବାକୁ ମିଳୁଛି କି କୌଣସି ରାଜ୍ୟ ସରକାର ନିଜେ ସରକାରୀ କର୍ମଚାରୀମାନଙ୍କ ପାଇଁ ଛୁଟି ଘୋଷଣା କରୁଛନ୍ତି । କହିବାକୁ ଗଲେ ଏହି ଘୋଷଣାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *