ଜନ୍ମ ହେଲେ 2 ଜଣ ଯାଆଁଳା ଶିଶୁ, କିନ୍ତୁ ଦୁଇ ଜଣଙ୍କ ଜନ୍ମ ବର୍ଷ ଅଲଗା ଅଲଗା ! କିନ୍ତୁ ଏହା କିପରି ହେଲା ସମ୍ଭବ ? ଦେଖନ୍ତୁ

ଆପଣମାନେ ପ୍ରାୟତଃ ଜାଆଁଳା ଶିଶୁଙ୍କୁ ଦେଖିଥିବେ କିମ୍ବା ତାଙ୍କ ବିଷୟରେ ଶୁଣିଥିବେ । ଯେଉଁମାନେ କି ୧ ମିନିଟ କିମ୍ବା କିଛି ସେକନ୍ଡର ବ୍ୟବଧାନରେ ଜନ୍ମ ଗ୍ରହଣ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଜାଆଁଳା ଶିଶୁଙ୍କ ବିଷୟରେ କହିବୁ ସେମାନେ ଜାଆଁଳା ରୂପରେ ଜନ୍ମ ନେଲେ । କିନ୍ତୁ ଭିନ୍ନ ଭିନ୍ନ ବର୍ଷରେ । ଏହା ମଧ୍ୟରେ କେବଳ କିଛି ସମୟର ବ୍ୟବଧାନ ଥିଲା । ଏହା ଶୁଣିବାକୁ ଅଳ୍ପ ଅଜବ ଲାଗୁଛି କିନ୍ତୁ ଏହା ପ୍ରକୃତରେ ଘଟିଛି ।

ଆମରିକାର କାଲିଫୋର୍ନିୟାରୁ ଏହିଭଳି ଜାଆଁଳା ଶିଶୁର ଖବର ସାମ୍ନାକୁ ଆସିଛି । ଏହେ କେମିତି ସମ୍ଭବ ହେଲା ଚାଳନ୍ତୁ ଜାଣିବା । ଜାଆଁଳା ଶିଶୁ ମଧ୍ୟରୁ ଜଣେ ୨୦୨୧ରେ ଜନ୍ମ ହୋଇଥିବା ସମୟରେ ଆଉ ଜଣେ ୨୦୨୨ରେ ଜନ୍ମ ହୋଇଛି । ତଥାପି ଏହି ଦୁଇ ଶିଶୁ ଜାଆଁଳା ଅଟନ୍ତି । କାରଣ ଏମାନେ ଗୋଟିଏ ମା ପେଟରୁ ଜନ୍ମ ନେଇଛନ୍ତି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ସତ ଅଟେ ।

ଆମରିକାର କାଲିଫୋର୍ନିୟାରେ ଜଣେ ମହିଳା ନିଜର ଦୁଇ ଶିଶୁକୁ ମାତ୍ର ୧୫ ମିନିଟ ବ୍ୟବଧାନରେ ଜନ୍ମ ଦେଇଛନ୍ତି । ଏହି ମହିଳା ଜଣକ ପ୍ରଥମ ସନ୍ତାନକୁ ୩୧ ଡିସେମ୍ବର ୨୦୨୧ ରାତି ୧୧.୪୫ ରେ ଜନ୍ମ ଦେଇ ଥିବା ସମୟରେ ଦ୍ଵିତୀୟ ସନ୍ତାନ ୧ ଜାନୁଆରୀ ୨୦୨୨ ମଧ୍ୟ ରାତ୍ରିରେ ଜନ୍ମ ଗ୍ରହଣ କରିଥିଲା ।

ମାତ୍ର ୧୫ ମିନିଟ ବ୍ୟବଧାନ କାରଣରୁ ଉଭୟ ଶିଶୁ ଜାଆଁଳା ହୋଇଥିଲେ ବି ସେମାନଙ୍କ ଜନ୍ମ ବର୍ଷ ଭିନ୍ନ ଭିନ୍ନ ହୋଇଛି । ଜାଆଁଳା ଶିଶୁ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ଅଟେ । ଏହା ମାତା ପିତା ପୁଅର ନାଁ ଆଲଫ୍ରେଡୋ ଓ ଝିଅ ଆଲେନ । ଗ୍ରୀନଫୀଲ୍ଡ ସହରର ମାଦ୍ରୀଗିର୍ଲ ଏହି ଜାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ୨୦୨୧ରେ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ସମୟରେ ଏହାର ଠିକ ୧୫ ମିନିଟ ପରେ କନ୍ୟା ସନ୍ତାନ ଜନ୍ମ ହୋଇଛି ।

ଯେଉଁ ହସ୍ପିଟାଲରେ ଏହି ଜାଆଁଳା ଶିଶୁ ଜନ୍ମ ହୋଇଛନ୍ତି ସେମାନେ ଏହି ଜାଆଁଳା ଶିଶୁମାନଙ୍କର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସୂଚନା ଅନୁସାରେ ମା ଓ ଉଭୟ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି । ମାତା ପିତା ବି ଭିନ୍ନ ଭିନ୍ନ ବର୍ଷରେ ଜାଆଁଳା ଶିଶୁ ଜନ୍ମ ଦେଇ ବହୁତ ଖୁସି ଅଛନ୍ତି । କହିଦେଉଛୁ କି ବର୍ତ୍ତମାନ ଏହି ଘଟଣା ଚାରିଆଡେ ଚର୍ଚାର ବିଷୟ ହୋଇ ଯାଇଛି । ଏହାକୁ ଅଜବ ସଂଯୋଗ କହି ପାରିବେ ଆପଣ ।

Leave a Reply

Your email address will not be published. Required fields are marked *