ଆର୍ଥିକ ଅଭାବ କାରଣରୁ ମା’ ନିଜ ପିଲାକୁ ୨୨୦୦୦ ଟଙ୍କାରେ କଲା ବିକ୍ରି, ପଢ଼ନ୍ତୁ ଲକ ଡାଉନର ସବୁଠୁ ଦୁଖଃ ଭରା କାହାଣୀ

କରୋନା ଭାଇରସ ଯୋଗୁ ଭାରତରେ ବହୁତ ଲୋକ ରୋଜଗାରହୀନ ହୋଇ ଯାଇଛନ୍ତି । ଗରିବ ଲୋକଙ୍କ ପାଖରେ ଖାଇବାକୁ ପଇସା ବି ନାହିଁ । ସରକାରଙ୍କ ତରଫରୁ କିପରି ଆର୍ଥିକ ଲାଭ ମିଳିପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ଏମିତି କିଛି ପରିବାର ରହିଯାଇଛନ୍ତି ଯାହା ପାଖରେ ସରକାରଙ୍କ କୌଣସି ସାହାର୍ଯ୍ୟ ପହଂଚି ପାରିନାହିଁ । ସେଥିପାଇଁ ଏହି ପରିବାର ର ଲୋକମାନେ ପଇସା ରୋଜଗାର ପାଇଁ ଭୁଲ ରାସ୍ତା ବାଛୁଛନ୍ତି । ଏବେ ତେଲେଙ୍ଗାନା ର ହାଇଦ୍ରାବାଦରେ ଏକ ପରିବାରର ଲୋକ ଆର୍ଥିକ ପରିସ୍ଥିତି ସୁଧାରିବା ପାଇଁ ଦୁଇ ମାସର ଶିଶୁ ପୁଅକୁ ବିକିବା ପାଇଁ ଯୋଜନା କଲେ । କାହିଁକିନା ସେମାନେ ପିଲାକୁ ବିକ୍ରି କରି କିଛି ପଇସା ପାଇ ପାରିବେ ।

କରୋନା ସମୟରେ ପିଲାକୁ କରାଗଲା ବିକ୍ରି

ଏହି ଦୁଃଖଦ ଘଟଣା ହାଇଦ୍ରାବାଦ ର ଜେଡିମେତଲା ଅଞ୍ଚଳର ଅଟେ । ଯେଉଁଠି ଗୋଟେ ମାଆକୁ ତାହାର ଦୁଇ ମାସର ଶିଶୁ ପୁଅକୁ ବିକ୍ରି କରିବାକୁ ପଡୁଛି କାରଣ ଏହାଦ୍ୱାରା ତାକୁ ତା ପରିବାର ପାଇଁ ଖାଦ୍ୟ ଓ ଅନ୍ୟ ସଦସ୍ୟ ଙ୍କ ଲାଳନପାଳନ ପାଇଁ କିଛି ପଇସା ମିଳିପାରିବ । ତେଲେଙ୍ଗାନା ରେ ରହୁଥିବା ମଦନ ସିଂହ ଏବଂ ସରିତା ହାଇଦ୍ରାବାଦ ରେ ଶ୍ରମିକ କାମ କରୁଥିଲେ । କିନ୍ତୁ ଏହି ଲକ ଡାଉନ୍ କାରଣରୁ କିଛି କାମ ନଥିଲା ଓ ସବୁ ପଇସା ସରିଯାଇଥିଲା । ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ମଦନ ସିଂହ ଓ ସରିତା ତାଙ୍କ ପିଲାକୁ ବିକ୍ରି କରିବା ପାଇଁ ମନସ୍ଥ କରିଥିଲେ । ଏଥିରୁ ଯାହା ପଇସା ମିଳିବ ତା ଦ୍ଵାରା ସେ ତାଙ୍କ ଗାଁ କୁ ଯାଇପାରିବେ ।

୨୨୦୦୦ ଟଙ୍କାରେ ବିକ୍ରି ହେଲା ପିଲା

ପୁଲିସର କହିବା ଅନୁସାରେ ମଦନ ସିଂହ ତା ପୁଅକୁ ୨୨୦୦୦ ରେ ବିକ୍ରି କରିଥିଲେ । ଯେତେବେଳେ ପୁଲିସ ନଜରରେ ଆସିଲା ପୁଲିସ ତୁରନ୍ତ ସେମାନଙ୍କ ଉପରେ ପଦକ୍ଷେପ ନେଲା । ପୁଲିସ ସନ୍ଦେହ କଲା କି ମଦନ ସିଂହ ମଦ ନିଶା ପାଇଁ ବୋଧ୍ ହୁଏ ପୁଅକୁ ବିକ୍ରି କରୁଥିଲେ । ପରେ ପୁଲିସ ଜାଣିବାକୁ ପାଇଲା ଯେ ମଦନ ସିଂହ ଓ ସରିତା ତାଙ୍କ ପିଲାକୁ ସେମାନଙ୍କ ସାଙ୍ଗ କୁ ବିକ୍ରି କରୁଥିଲେ । ସେମାନେ ଯେଉଁ ସାଙ୍ଗକୁ ତାଙ୍କ ପୁଅକୁ ବିକ୍ରି କରୁଥିଲେ ତାଙ୍କର ଗୋଟିଏ ସାତ ବର୍ଷର ପୁଅ ଅଛି । ଏହି ଘଟଣା ସାମନାକୁ ଆସିବା ପରେ ପୁଲିସ ସେହି ପୁଅକୁ ମାତା ପିତା ଙ୍କୁ ଦେଇ ଶିଶୁ ବିହାର କୁ ପଠେଇ ଦେଇଥିଲେ ।

କହିବାକୁ ଗଲେ କରୋନା ଭାଇରସ ଯୋଗୁ ଭାରତରେ ବହୁତ ସମୟ ଧରି ଲକ ଡାଉନ୍ ରହିଅଛି ଓ ବହୁତ ଲୋକ ବେରୋଜଗାର ହେଇଛନ୍ତି । ଚାକିରୀ ନଥିବା ଯୋଗୁ ସେମାନଙ୍କ ପାଖରେ ଖାଇବା ପିଇବା ପାଇଁ ପଇସା ନାହିଁ ଏବଂ ଘର ରୁ ବହୁ ଦୂରରେ ଅଛନ୍ତି । ଦେଶରେ ଘଟୁଥିବା ସବୁ ଘଟଣାର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *