ଏତେ ବର୍ଷପରେ ନେହା କକ୍କର କହିଲେ ନିଜର ଦୁଃଖ, ବାପା ମା ଚାହୁଁ ନଥିଲେ ମୋତେ ଜନ୍ମ ଦେବା ପାଇଁ…

୬ ଜୁନ ୧୯୮୮ ରେ ଜନ୍ମ ହୋଇଥିବା ନେହା କାଲି ନିଜର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ନିଜ ଜନ୍ମଦିନର ଶୁଭ ଦିନରେ ନେହା ନିଜ ଜୀବନର ସଙ୍ଘର୍ଷ କଥାକୁ ଗୀତ ଜରିଆରେ ପ୍ରକାଶ କରିଥିଲେ । ‘ଏକ ସିଙ୍ଗର କି ଯୁବାନି’ ନାମରେ ତାଙ୍କର ଏହି ଷ୍ଟ୍ରଗଲ ଭିଡିଓ ୟୁଟୁବରେ ରିଲିଜ୍ କରିଦେଇଥିଲେ । ଏହି ଭିଡିଓରେ ନେହା ନିଜ ଜନ୍ମଠୁ ନେଇ ଜଣେ ସିଙ୍ଗର ହେବା ପର୍ଯ୍ୟନ୍ତ କାହାଣୀକୁ କହିଛନ୍ତି । ନେହା ଯେଉଁ ଭିଡିଓ ୟୁଟ୍ଯୁବରେ ସେୟାର କରିଛନ୍ତି , ସେଥିରେ ଗୀତ ଓ ରାପ ମାଧ୍ୟମରେ ନେହାଙ୍କ ଘର, ପରିବାରର ଅସୁବିଧା ଓ ସଫଳତା ବିଷୟରେ ଦେଖା ଯାଇଛି ।

ନେହା ନିଜ ଭିଡିଓରେ କେତେ ଦୁଃଖଭରା କଥା ପ୍ରକାଶ କରିଛନ୍ତି । ଗୀତ ମାଧ୍ୟମରେ ସେ କହିଛନ୍ତିକି ସେ ଜଣେ ଗରିବ , କମ୍ ପଢା ଲେଖା ଓ ସିଧାସାଧା ପରିବାରରେ ଜନ୍ମି ନେଇଥିଲ । ଘରର ଆର୍ଥିକ ସ୍ଥିତି ଠିକ୍ ନଥିଲା , ସେଥିପାଇଁ ତାଙ୍କ ମାତା ପିତା ତାଙ୍କୁ ଜନ୍ମ କରିବାକୁ ଚାହୁଁ ନଥିଲେ । ଏମିତି ହିଁ ଆହୁରି କିଛି ଖୁଲାସା ତାଙ୍କର ଏହି ଗୀତରେ କରୁଛନ୍ତି । ଆସନ୍ତୁ ଜାଣିବା ନେହାଙ୍କ କାହାଣୀ ନେହାଙ୍କ ମୁହଁରୁ ।

ମାଆ ବାପା କରିବାକୁ ଚାହୁଁଥିଲେ ଅପରେସନ

ନିଜର ନୁଆ ଭିଡିଓରେ ନେହା ନିଜେ କହିଛନ୍ତି କି ଘରର ଆର୍ଥିକ ଅବସ୍ଥା ବହୁତ କମଜୋର ଥିଲା । ସେଥିପାଇଁ ତାଙ୍କ ମା ଓ ବାପା ତାଙ୍କର ଜନ୍ମ ନ ହେଉ ବୋଲି ଚାହୁଁଥିଲେ । ନେହା କହିଲେ କି ମାଆର ଗର୍ଭଧାରଣ ହେବା ବହୁତ ସମୟ ହେଇଯାଇଥିଲା । ସେଥିପାଇଁ ସେ ଗର୍ଭପାତ କରି ପାରିନଥିଲେ ।

ମାତାଙ୍କ ଜଗରାତା ରେ ଗାଉଥିଲେ ଗୀତ

ନେହା କକ୍କଡ ଛୋଟ ବେଳୁ ସଙ୍ଗୀତକୁ ଭଲ ପାଉଥିଲେ । ସେ ୪ ବର୍ଷ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଦେଇଥିଲେ । ନେହା ଏହି ଭିଡିଓରେ କହିଛନ୍ତି ମୁଁ ଓ ମୋ ଭଉଣୀ ସୋନୁ କକ୍କଡ ଜଗରାତା ରେ ଗୀତା ଗାଇ ଆଖପାଖ ଅଞ୍ଚଳରେ ବହୁତ୍ ଲୋକପ୍ରିୟ ହୋଇ ଯାଇଥିଲୁ , କାହିଁକି ନା ଘରେ ପଇସା ନଥିଲା , ସେଥିପାଇଁ ପଇସା ପାଇଁ ମାତାକି ଜଗରାତା ରେ ଆମେ ଦୁଇ ଜଣ ଭଜନ ଗାଉଥିଲୁ । ଏହା ପରେ ନେହା କହିଲେ କି ମୋ ଭଉଣୀ ସୋନୁ ପ୍ରଥମରୁ ଜଗରାତାରେ ଗୀତ ଗାଉଥିଲେ ତାକୁ ଦେଖି ଦେଖି ମୁଁ ଶିଖିଗଲି ।

ଜନ୍ମରୁ ସଙ୍ଘର୍ଷ

ନେହା କକ୍କଡ ନିଜ କ୍ୟାରିୟରରେ ବହୁତ ସଙ୍ଘର୍ଷ କରିଛନ୍ତି , ସେଥିପାଇଁ ସେ ଆଜି ଜଣେ ବଡ଼ ସିଙ୍ଗର ହୋଇପାରିଛନ୍ତି । ତାଙ୍କର ସଙ୍ଘର୍ଷର ଆରମ୍ଭ ତାଙ୍କ ଜନ୍ମଦିନ ୬ ଜୁନ 1988 ରୁ ଆରମ୍ଭ ହୋଇ ଯାଇଥିଲା । ନେହା ନିଜର ଏହି ଭିଡିଓରେ କହିଛନ୍ତି କି ଘର ଅବସ୍ଥା ଠିକ ନଥିଲା ଓ ମା ବାପା ମଧ୍ୟ କମ ପଢ଼ିଛନ୍ତି ।

ଘରେ ନଥିଲା ଦୁଇ ବେଳା ପାଇଁ ଖାଦ୍ୟ

ଘରେ ପଇସା ନଥିଲା , ସେଥିପାଇଁ ରାତିରେ ଭୋକରେ ଆମର ସବୁ ପରିବାର ଓପାସ ରହୁଥିଲେ । ଆମ ଘରେ ଦୁଇ ବେଳାର ଭୋଜନ ମଧ୍ୟ ନଥିଲା ।

ବାପା ସିଙ୍ଗଡ଼ା ବିକୁଥିଲେ

ନେହା ଓ ସୋନୁ ଦୁହେଁ ଜଗରାତା ରେ ଭଜନ ଗାଇ କିଛି ପଇସା ରୋଜଗାର କରି ନେଉଥିଲେ ଓ ସେଇଠି ନେହାଙ୍କ ବାପାଙ୍କର ସିଙ୍ଗଡାର ଦୋକାନ ଥିଲା । ଏହି ପ୍ରକାରରେ ଯେମିତି ସେମିତି ନେହା ଓ ତାଙ୍କ ପରିବାର ଲୋକଙ୍କର ଭରଣ ପୋଷଣ ହେଇଯାଉଥିଲା ।

ଇଣ୍ଡିଆନ ଆଇଡଲ୍ ପରେ ହେଲେ ଫେମସ

ଜଗରାତାରେ ଗୀତ ଗାଇ ଗାଇ ନେହାଙ୍କ ସ୍ୱର ବହୁତ ଭଲ ହେଇଗଲା । ତାପରେ ସେ ଫେମସ ସୀଙ୍ଗିଙ୍ଗ ସୋ ଇଣ୍ଡିଆନ ଆଇଡଲରେ ଭାଗ ନେଲେ । କିନ୍ତୁ ନେହା ଏହି ସୋ ଜିତି ପାରିନଥିଲେ । ଏହା ପରେ ମଧ୍ୟ ନେହା କେବେ ପଛକୁ ବୁଲି କି ଚାହିଁନାହାଁନ୍ତି ଓ ନିଜ କ୍ୟାରିୟରରେ ଲଗାତାର ଆଗକୁ ବଢ଼ି ଚାଲିଲେ । କିନ୍ତୁ ଆଜି ନେହା ବଲିଉଡର ଜଣେ ଚର୍ଚ୍ଚିତ ସିଙ୍ଗର ହେଇ ସାରିଲେଣି । ତା ସହିତ କୋଟିକୋଟି ଲୋକଙ୍କ ମନରେ ରାଜ କରୁଛନ୍ତି ସେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *