ବନ୍ଧୁଗଣ, ଗତ କାଲି ରାତି ପ୍ରାଏ ୧୦ ଟାରେ ଭଦ୍ରକ ବାସୁଦେବପୁର ଅଞ୍ଚଳ ର “ଅଭିଷେକ ମହାପାତ୍ର” ଙ୍କର ପରଲୋକ ହୋଇ ସାରିଛି । କରୋନାରେ ପୀଡିତ ଥିଲେ ଅଭିଷେକ । ଇକ୍ମୋ ଚିକିତ୍ସ୍ୟା ଆବଶ୍ୟକତା ଥିଲା ବେଳେ ଆଭିଷେକ ଙ୍କୁ ଜୁନ ୯ ତାରିଖରେ କଲିକତା ଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ସେଠାରେ ପ୍ରାଏ ୩ ମାସ ଚିକିତ୍ସ୍ୟା ସତ୍ବେ ଅଭିଷେକ ଙ୍କର ବିୟୋଗ ହୋଇଅଛି । ବାସୁଦେବପୁର ନିକଟର ମନ୍ଦାରୀ ଗାଁ ର ଯଦୁନାଥ ମହାପାତ୍ର ଙ୍କର ଏକମାତ୍ର ପୁଅ ଅଭିଷେକ ମହାପାତ୍ର ସିଭିଲ ଇଞ୍ଜିନିୟର ଭାବେ ଓମାନ ରେ କାମ କରୁଥିଲେ ।
ସେ ମାର୍ଚ୍ଚ ୨୫ ରେ ଘରକୁ ଆସିବା ପରେ ମଇ ମାସ ୫ ତାରିଖରେ ହୋଇଥିଲା ବାହାଘର ଏବଂ ଏହାର ମାତ୍ର ୮ ଦିନ ପରେ ସେ କରୋନା ରେ ପୀଡିତ ହୋଇଥିବା ଜଣାପଡିଥିଲା । ଭୁବନେଶ୍ବରରେ କିଛିଦିନ ଚିକିତ୍ସ୍ୟା ପରେ ଅବସ୍ଥା ଗୁରୁତ୍ଵର ହେବାରୁ ଇଟ୍ମୋ ଚିକିତ୍ସ୍ୟା ଆବଶ୍ୟକ ହେବାରୁ ତାଙ୍କୁ ଏୟାର ଲିଫ୍ଟ କରାଯାଇଥିଲା ଏହାପରେ ପ୍ରାଏ ୩ ମାସ ହେବ ଚିକିତ୍ସ୍ୟା ସତ୍ବେ ମଧ୍ୟ ଅଭିଷେକ ଙ୍କର ବିୟୋଗ ହୋଇଅଛି ।
ଅଭିଷେକ ଙ୍କ ପରିବାର ପାଖରେ ଚିକିତ୍ସ୍ୟା ନିମନ୍ତେ ଅର୍ଥ ନଥିବା ବେଳେ ତାଙ୍କ ପତ୍ନୀ ମୌସୁମୀ ମହାନ୍ତି ଲୋକ ମାନଙ୍କୁ ଆବେଦନ କରିଥିଲେ, ଆକୁଳ ନିବେଦନ ସହିତ ସହାୟତା ପ୍ରଦାନ କରିବାପାଇଁ । ତାଙ୍କ ସ୍ଵାମୀ ଙ୍କ ଚିକିତ୍ସ୍ୟା କିଭଳି ଭଲ ଭାବରେ ହେବା ନିମନ୍ତେ ସେ ନିବେଦନ କରିଥିଲେ ।
ସ୍ଵାମୀଙ୍କ ଚିକିତ୍ସ୍ୟା ନିମନ୍ତେ ତାଙ୍କ ପତ୍ନୀ ରାଜରାସ୍ତା କୁ ଓହ୍ଲାଇ ଆସି ସମସ୍ତ ପ୍ରକାର ପ୍ରୟାସ କରିଥିଲେ । ଏହା ଜାଣି ବହୁତ ଲୋକ ନିଜ ସହାୟତା ର ହାତ ବଢାଇ ଦେଇଥିଲେ । କେବଳ ଓଡିଶା ବାସୀ ତଥା ଭାରତ ବାସୀ ନୁହନ୍ତି ବିଦେଶ ର ଲୋକ ମଧ୍ୟ ସହାୟତା ର ହାତ ବଢାଇ ଦେଇଥିଲେ । ବିବାହର ୮ ଦିନ ପରେ ତାଙ୍କ ଶରୀର ଅସୁସ୍ଥ ହୋଇଥିଲା । ଏହା ଅତ୍ୟନ୍ତ ଦୁଖଦ ଘଟାଣ ଥିଲା ।
ମଝିରେ ଖବର ଆସିଥିଲା ଯେ ଅଭିଷେକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକ ଅଛି । ମାତ୍ର ବର୍ତ୍ତମାନ ଚିକିତ୍ସ୍ୟାଧୀନ ଅବସ୍ଥାରେ ଅଭିଷେକ ଙ୍କ ର ପରଲୋକ ହୋଇଅଛି । ତାଙ୍କ ପରିବାର ଲୋକେ ଏକ ମାତ୍ର ପୁତ୍ର କୁ ହରାଇ ଭାଙ୍ଗି ଯାଇଛନ୍ତି । ବନ୍ଧୁଗଣ ଏହି ମର୍ମହାତ ଘଟଣାଟି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।