ପ୍ରଥମ ଥର ଦେଖନ୍ତୁ ଓଡିଶାର ଫେମସ ଆକ୍ଟର Siddhanta Mahapatra ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଙ୍କ ଭଳି ଓଡ଼ିଶା ରେ ଅନ୍ୟ କୌଣସି ଅଭିନେତା ହୋଇପାରିବେ ନାହିଁ । ଏହି ଅଭିନେତା ଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଫିଲ୍ମ ଫ୍ଲଫ୍ ହୋଇନାହିଁ । ସିଦ୍ଧାନ୍ତ ମହାପାତ୍ର ମଇ ୪ ୧୯୬୬ ମସିହାରେ ବ୍ରହ୍ମପୁର ରେ ଜନ୍ମଗ୍ରହଣ କରିଥିଲେ ।

ଅଭିନେତା ସିଦ୍ଧାନ୍ତ ମହାପାତ୍ର ୧୯୯୯ ମସିହାରେ ଅଭିନେତ୍ରୀ ରଚନା ବ୍ୟାନାର୍ଜୀ ଙ୍କ ସହିତ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ହେଉଛି “ଶ୍ରଦ୍ଧାଞ୍ଜଳି” । ରଚନା ଓ ସିଦ୍ଧାନ୍ତ ଙ୍କ ଯୋଡ଼ି ଓଡ଼ିଶା ର ସୁପରହିଟ ଏବଂ ଦର୍ଶକ ମାନଙ୍କ ପ୍ରିୟ ଯୋଡ଼ି ଅଟେ । ସିଦ୍ଧାନ୍ତ ଓ ରଚନା ଏକତ୍ର ପାଖାପାଖି ୪୦ ଟି ଓଡ଼ଆ ସିନେମା ରେ ଅଭିନୟ କରିଛନ୍ତି । ସିଦ୍ଧାନ୍ତ ମହାପାତ୍ର ଙ୍କ ବାପାଙ୍କ ନାମ ହେଉଛି ଡାକ୍ତର ମନ ମୋହନ ମହାପାତ୍ର ସେ ଜଣେ ଡାକ୍ତର ଏବଂ ତାଙ୍କ ମାତା ଙ୍କ ନାମ ହେଉଛି ଶ୍ରୀମତୀ କନକ ମହାପାତ୍ର ।

ସିଦ୍ଧାନ୍ତ ମହାପାତ୍ର ୨୦୦୪ରେ ମାମା ମିଶ୍ର ଙ୍କୁ ବିବାହ କରିଥିଲେ । ଏହି ଯୋଡ଼ି ଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ପୁଅ ପ୍ରଣିଲ ବାସୁ ମହାପାତ୍ର ଏବଂ ଝିଅ ସାଇ ସମର୍ଥ ମହାପାତ୍ର । ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ର କନଭେଟ ସ୍କୁଲ ରେ ପାଠ ପଢିଥିଲେ ଏବଂ ସେ +୩ ବାଣିଜ୍ୟ ରେ କରିଛନ୍ତି । ଏହା ଛଡା ସେ ଏମବିଏ ରେ ମଧ୍ୟ ଦକ୍ଷତା ହାସଲ କରିଛନ୍ତି । ଏହି ଅଭିନେତା ୨୦୦୯ ମସିହାରେ ରାଜନୀତି କ୍ଷେତ୍ରରେ ପାଦ ଦେଇଥିଲେ ଏବଂ ଲଗାତାର ଦୁଇ ଥର ଏମ୍ ପି ପଦବୀ ହାସଲ କରିଥିଲେ ।

ଏହି ଅଭିନେତା ପାଖାପାଖି ୧୫୦ ଟି ଓଡ଼ିଆ ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ସେ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର କେତେ ସମ୍ପତ୍ତି ର ମାଲିକ ଅଟନ୍ତି । ଏହି ଅଭିନେତା ଗୋଟିଏ ଓଡ଼ିଆ ଫିଲ୍ମ କରିବା ନିମନ୍ତେ ୫ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି । ଆପଣ ମାନେ ଦେଖିଥିବେ ଯେ ସେ ବହୁତ ଗୁଡ଼ିଏ ବ୍ରାଣ୍ଡ ର ପ୍ରମୋସନ୍ କରନ୍ତି ।

ଏଥିପାଇଁ ସେ ଦେଢ଼ ଲକ୍ଷ ଟଙ୍କା ନେଇଥାନ୍ତି । ସିଦ୍ଧାନ୍ତ ମହାପାତ୍ର ଙ୍କ ବରଂପୁର ଠାରେ ଏକ ରାଜକୀୟ ଘର ରହିଛି ଏବଂ ଗୋଟିଏ ଲକ୍ସରି କାର୍ ମଧ୍ୟ ଅଛି । ଏହା ସହିତ ତାଙ୍କ ପାଖରେ ଦୁଇ ରୁ ତିନୋଟି ସୁପର ବାଇକ୍ ମଧ୍ୟ ଅଛି । ଯାହାର ଦାମ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ଅଟେ । ଏହି ଅଭିନେତା ଏମ୍ ପି ଥିବା ସମୟ ରେ ତାଙ୍କ ଦରମା ଥିଲା ୧ ଲକ୍ଷ ଟଙ୍କା । ବର୍ତ୍ତମାନ ତାଙ୍କୁ ୬୦ ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ମଧ୍ୟ ମିଳୁଛି । ତେବେ ସେ ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ଲୋକଙ୍କ ର ଅତି ପ୍ରିୟ ଅଟନ୍ତି ତାଙ୍କ ଅଭିନୟ କୁ ସମସ୍ତେ ଭଲ ପାଆନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *