୮ ଏପ୍ରିଲକୁ ପୃଥିବୀ ପାଖାପାଖି ରହିବ ଚନ୍ଦ୍ରମା, ଦେଖିବାକୁ ମିଳିବ ସୁପରମୁନ, ଏମିତି ଦେଖି ପାରିବେ ଭାରତରେ

୮ ଏପ୍ରିଲ ୨୦୨୦ରେ ସୁପରମୁନ (SuperMoon) ଦେଖାଯିବ । ଏହା ଆପଣଙ୍କୁ ୨.୩୫ GMT (ସକାଳ ୮.୦୫ IST)ରେ ନଜର ଆସିବ । ଏହି ସୁପରମୁନକୁ ଦେଖିବା ପାଇଁ ଇଚ୍ଛୁକ ଥିବା ଲୋକମାନଙ୍କୁ କହିଦେଉଛୁ କି ଏହି ବର୍ଷ ସବୁଠୁ ଚମକଦାର ଓ ସବୁଠୁ ବଡ ଫୁଲମୁନ (FullMoon) ଦେଖାଦେବ । ପାରମ୍ପାରିକ ରୂପରେ ଏପ୍ରିଲ ମାସର ପୂର୍ଣିମାକୁ ଗୋଲାପି ଚନ୍ଦ୍ରମା ମାନେ ପିଙ୍କମୁନ (PinkMoon) ବି କୁହାଯାଏ । ଅନ୍ୟ ପଟେ ଏହି ବର୍ଷ ଏହାକୁ ସୁପର ପିଂକମୁନ କୁହାଯିବ, କାରଣ ଏହା ପୂର୍ଣିମା ଦିନ ଦେଖା ଯିବା ବାଲା ସୁପରମୁନ ହେବ ।

କିନ୍ତୁ ଭାରତ ଏହି ଖାସ ଜିନିଷକୁ ଦେଖି ପାରିବ ନାହିଁ । କାରଣ ଯେତେବେଳେ ସୁପରମୁନ ଦେଖାଯିବ, ସେତେବେଳେ ଭାରତରେ ଦିନ ୮ ବାଜିଥିବ, ମାନେ ଭାରତରେ ଦିନ ହେବ । କିନ୍ତୁ ଯଦି ଆପଣ ଏହି ଘଟଣାକୁ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ଅନ୍ଲାଇନ ଲାଇଭ ଦେଖି ପାରିବେ ।

Super Moon କଣ ଅଟେ ?

ସୁପରମୁନ ଏକ ଖଗୋଳୀୟ ଘଟଣା ଅଟେ, ଯେଉଁଠି ଚନ୍ଦ୍ରମା ପୃଥିବୀର ସବୁଠୁ ପାଖାପାଖି ଆସିଯାଏ । ପୃଥିବୀର ବହୁତ ପାଖାପାଖି ଆସିଯିବା ଦ୍ଵାରା ଚନ୍ଦ୍ରମା ବହୁତ ବଡ ଓ ଚମକଦାର ଦେଖାଯାଏ । ଏହି ମାସରେ ସୁପରମୁନ ପୃଥିବୀ ଠାରୁ ୩,୫୬,୯୦୭ କିଲୋମିଟର ଦୂରରେ ଅଛି ବୋଲି କୁହାଯାଉଛି । କିନ୍ତୁ ସାଧାରଣତଃ ପୃଥିବୀ ଓ ଚନ୍ଦ୍ରମା ମଧ୍ୟରେ ଦୂରତା ୩,୮୪,୪୦୦ କିଲୋମିଟର ହୋଇଥାଏ ।

ଆମେ ଆପଣଙ୍କୁ କହିଦେଉଛୁ କି ଏହା କୌଣସି ଜରୁରୀ ନୁହେଁ କି ପୂର୍ଣିମା ଏକ ସୁପରମୁନ ହିଁ ହେବ । କାରଣ ପୃଥିବୀ ଚାରିପଟେ ଚନ୍ଦ୍ରମା ଅଣ୍ଡାକାର କକ୍ଷରେ ବୁଲୁଥାଏ । ଚନ୍ଦ୍ରମା ଆମକୁ ସେତେବେଳେ ହିଁ ପୁରା ନଜର ଆସିବ, ଯେତେବେଳେ ସେ ଆମ ପୃଥିବୀ ଠାରୁ ଦୂରରେ ଅବସ୍ଥିତ ଥିବ । କିନ୍ତୁ କୁହାଯାଉଛି କି ୮ ଏପ୍ରିଲକୁ ଦେଖା ଯାଉଥିବା ସୁପରମୁନ ଏହି ବର୍ଷର ସବୁଠୁ ବଡ ଓ ସବୁଠୁ ଚମକଦାର ସୁପରମୁନ ହେବ ।

ଏହାକୁ Pink Moon କାହିଁକି କୁହନ୍ତି ?

ପିଂକ ମୁନର ଅର୍ଥ ଏହା ବିଲକୁଲ ବି ନୁହେଁ କି ଏହି ଦିନ ଚନ୍ଦ୍ରମା ଗୋଲାପି ରଙ୍ଗର ନଜର ଆସିବ, ଅଥବା ଏହି ନାମ ଏକ ଗୋଲାପି ଫୁଲ (Phlox subulata) ନାମରେ ହୋଇଛିଇ, ଯାହା ବସନ୍ତ ମୌସମରେ ଉତ୍ତର ଆମେରିକାର ପୂର୍ବରେ ଫୁଟିଥାଏ । କହିଦେଉଛୁ କି ଫୁଲମୁନ ମାନେ ପୂର୍ଣିମା, ଯେତେବେଳେ ଏହି ନାମରେ ଆସିଥାଏ, ତେବେ ସାଧାରଣତଃ ଏହି ପ୍ରକ୍ରିୟା ଆମେରିକା କ୍ଷେତ୍ର ଓ ମୌସମ ଉପରେ ନିର୍ଭର କରିଥାଏ । ଏହା ପୂର୍ବରୁ ୯ ମାର୍ଚ୍ଚ ରୁ ୧୧ ମାର୍ଚ ୨୦୨୦ରରେ ସୁପରମୁନ ଦେଖାଯାଇଥିଲା । ଲୋକପ୍ରିୟ ରୂପରେ ମାର୍ଚ୍ଚକୁ ସୁପର ୱର୍ମ ମୁନ କୁହାଯାଇଥିଲା ।

ଭାରତରେ କେମିତି ଦେଖିବେ ସୁପରମୁନ

ଭାରତୀୟ ସମୟ ଅନୁସାରେ ୮ ଏପ୍ରିଲରେ ସୁପରମୁନ ସକାଳେ ୮.୦୫ରେ ଦେଖାଯିବ । ଏମିତିରେ ଭାରତରେ ଲୋକମାନେ ଏହି ଘଟଣାକୁ ଆକାଶରେ ଦେଖି ପାରିବେ ନାହିଁ । କାରଣ ଏଠି ଦିନର ଆଲୋକ ରହିବ । ସେଥିପାଇଁ ଅନ୍ଲାଇନ ୱେବସାଇଟକୁ ଯାଇ ଆପଣ ସୁପରମୁନକୁ ଲାଇଭ ଦେଖି ପାରିବେ ।

Leave a Reply

Your email address will not be published. Required fields are marked *