ଏବେ ଏତେ ବଦଳି ଯାଇଛନ୍ତି ସୁନ୍ଦରୀ ଜୋଧା, ଫଟୋ ଦେଖିଲେ ଚିହ୍ନି ପାରିବେ ନାହିଁ

‘ଯୋଦ୍ଧା ଆକବର’ ଜି ଟିଭି ରେ ପ୍ରସାରିତ ହେଉଥିବା ଏକ ଐତିହାସିକ ଧାରାବାହିକ ଶୋ ଥିଲା । ଯାହା ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ବି ଥିଲା । ଏହି ଧାରାବାହିକରେ ଯୋଦ୍ଧାର ଅଭିନୟ କରୁଥିବା ପରିଧି ଶର୍ମାଙ୍କୁ ବି ଲୋକମାନେ ବହୁତ ପସନ୍ଦ କରୁଥିଲେ । ପରିଧି ଶର୍ମା ଜି ଟିବିର ଶୋ ‘ଯୋଦ୍ଧା ଆକବର’ରୁ ବହୁତ ଲୋକପ୍ରିୟ ବି ହୋଇଥିଲେ । ଏହା ପରେ ସେ ‘ୟହ କହାଁ ଆ ଗଏ ହମ‘ରେ ଅଭିନୟ କରିବା ପରେ ପୂରାପୂରି ଟିଭି ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଗଲେ । ଆଜି ଆମେ ଆପଣଙ୍କୁ ତାଙ୍କର ପର୍ସନାଲ ଲାଇଫ ସହ ଜଡିତ କିଛି କଥା ଆପଣଙ୍କୁ କହିବୁ କି ସେ ଅଚାନକ କେଉଁଠି ଗାୟବ ହୋଇଗଲେ ।

କହିବାକୁ ଗଲେ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ଅସଲ ଜୀବନରେ ମା ହୋଇ ସାରିଛନ୍ତି ଓ ଜୀବନରେ ଏହି ନୂଆ ସମୟର ପୁରା ଆନନ୍ଦ ନେଉଛନ୍ତି । ତାଙ୍କର ଗର୍ଭବତୀ ହେବାର ଖବର ଗତ ବର୍ଷ ସେପ୍ଟେମ୍ବର ମାସରେ ଆସିଥିଲା ଯେତେବେଳେ ବେବି ଶାୱର ସମାରୋହର ତାଙ୍କର ଗର୍ଭବତୀ ହେବାର କିଛି ଫଟୋ ଭାଇରାଲ ହୋଇଥିଲା । କିନ୍ତୁ ବହୁତ ସମୟ ପରେ ବର୍ତ୍ତମାନ ଯାଇ ତାଙ୍କର କିଛି ଫଟୋ ଭାଇରାଲ ହୋଇଛି ।

ଯେଉଁଥିରେ ସେ ନିଜର ସନ୍ତାନ ସହ ନଜର ଆସୁଛନ୍ତି ଓ ଆପଣ ବି ଦେଖି ପାରିବେ କି ମା ହେବା ପରେ ତାଙ୍କର ଲୁକ କେତେ ବଦଳି ଯାଇଛି । ଯୋଦ୍ଧା ଆକବର ସମୟର ଲୁକ ଓ ତାଙ୍କର ବର୍ତ୍ତମାନ ଲୁକ ମଧ୍ୟରେ ବହୁତ ପରିବର୍ତ୍ତନ ଆସି ଯାଇଛି ।

ଆପଣଙ୍କୁ କହିଦେଉଛୁ କି ପରିଧିଙ୍କ ବିବାହ ୨୦୧୧ରେ ବିଜନେସମ୍ୟାନ ତନ୍ମୟ ସକ୍ସେନା ସହ ହୋଇଥିଲା । ଯିଏକି ତାଙ୍କର କଲେଜ ବନ୍ଧୁ ଥିଲେ ଓ ଏହି ବିବାହ ବହୁତ ହିଁ ସାଧାରଣ ଭାବରେ ହୋଇଥିଲା । ଯେଉଁଥିରେ କେବଳ ପରିଧିଙ୍କ ପରିବାର ଲୋକମାନେ ଓ କିଛି ଖାସ ବନ୍ଧୁ ବାନ୍ଧବ ସାମିଲ ହୋଇଥିଲେ । ନିଜର ସନ୍ତାନ ଜନ୍ମ ପରେ ପରିଧି ନିଜ ପରିବାର ସହିତ ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ।

ଏହି ସୁନ୍ଦର ଅଭିନେତ୍ରୀ ଜଣକ ନିଜର ଟିଭି କ୍ୟାରିୟରର ଆରମ୍ଭ ୨୦୧୦ରେ ‘ତେରେ ମେରେ ସପନେ’ର ଶୋରୁ କରିଥିଲେ । ଯାହାକି ଷ୍ଟାରପ୍ଲସରେ ଆସୁଥିଲା । ଏହା ପରେ ସେ ଷ୍ଟାରପ୍ଲସରେ ଅନ୍ୟ ଏକ ଶୋ ‘ରୁକ ଜାନା ନେହି’ରେ ନଜର ଆସିଥିଲେ । ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ସେ ଜି ଟିଭି ର ଶୋ ‘ଯୋଦ୍ଧା ଆକବର’ରେ ଯୋଦ୍ଧାର ଅଭିନୟ କରିଲେ । ଯେଉଁଥିରେ ସେ ବହୁତ ପ୍ରସିଦ୍ଧ ମଧ୍ୟ ହେଲେ ।

ଏହା ପରେ ସେ ଅନ୍ୟ କେତେକ ଶୋ ରେ ବି ଲିଡ ରୋଲରେ ନଜର ଆସିଛନ୍ତି । କହିବାକୁ ଗଲେ ପରିଧି ବର୍ତ୍ତମାନ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ଓ ବର୍ତ୍ତମାନ ତ ତାଙ୍କ ପାଖକୁ ଏକ ରାଜକୁମାର ବି ଆସି ଯାଇଛି । ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିବା । ଭଲ ଲାଗିଥିଲେ ସେୟାର କରି ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *