ଓଡିଶାର ଲୋକପ୍ରିୟ ମହିଳା ନେତା Aparajita Sarangi ଙ୍କ Family & Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅପରାଜିତା ସଡ଼ଙ୍ଗୀ ନାମ ସହିତ ଆପଣ ମାନେ ଭଲ ଭାବରେ ପରିଚିତ ଅଟନ୍ତି । ଏହି ନାଁ ଆପଣ ପ୍ରତିଦିନ ଖବର କାଗଜ ରେ ଏବଂ ଟେଲିଭିଜନ ରେ ଶୁଣିଥିବେ ।

ସାଂସଦ ଅପରାଜିତା ସଡ଼ଙ୍ଗୀ ଜଣେ ଶକ୍ତ ମହିଳା ଅଟନ୍ତି । ଯିଏ ସ୍ପଷ୍ଟବାଦୀ ମଧ୍ୟ । ଏହା ସହିତ ସେ ରାଜନୀତି ରେ ମଧ୍ୟ ବେଶ ଦକ୍ଷ ଅଟନ୍ତି । ତାଙ୍କ ରାଜନୀତି ଜୀବନ ରେ ସେ ଚର୍ଚ୍ଚା ଓ ବିବାଦ ଉଭୟ ର ସାମ୍ନା କରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଅପରାଜିତା ସଡ଼ଙ୍ଗୀ ଙ୍କ ସମ୍ବନ୍ଧରେ କହିବୁ । ଯାହା ଆପଣ ମାନେ ହୁଏତ ଆଗରୁ ଜାଣି ନଥିବେ । ତେବେ ଆସନ୍ତୁ ଏହି ସ-ମ୍ବ-ନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଭାରତୀୟ ଜନତା ପାର୍ଟି ବା ବିଜେପି ରେ ଯୋଗ ଦେବା ପରେ ଚର୍ଚ୍ଚା ର ଶୀର୍ଷ ରେ ଅଛନ୍ତି ପୂର୍ବତନ ଆଇଏଏସ ଅଫିସର ଅପରାଜିତା ସଡ଼ଙ୍ଗୀ । ଅପରାଜିତା ସଡ଼ଙ୍ଗୀ ଙ୍କ ଜନ୍ମ ୧ ସେପ୍ଟେମ୍ବର ୧୯୬୯ ମସିହାରେ ବିହାର ର ଫାଗଲପୁର ରେ ହୋଇଥିଲା । ଅପରାଜିତା ଙ୍କ ମାଆ ଓ ବାପା ଉଭୟ ଶିକ୍ଷକ ଅଟନ୍ତି । ନାଳନ୍ଦା ୟୁନିଭର୍ସିଟି ରୁ ଅର୍ଥନୀତି ରେ ଗ୍ରାଜୁଏସନ ହାସଲ କରିଛନ୍ତି ଅପରାଜିତା ।

୧୯୪୯ ମସିହାରେ ୟୁପିଏସସି ର ସିଭିଲ ସର୍ଭିସ ପରୀକ୍ଷା ରେ କ୍ବାଲିଫାଏ କରିବା ପରେ ଆଇଏଏସ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ସହପାଠୀ ସନ୍ତୋଷ ସଡ଼ଙ୍ଗୀ ଙ୍କୁ ବିବାହ କରିଛନ୍ତି ଅପରାଜିତା । ଏକା ସହିତ ଗୋଟିଏ ବ୍ୟାଚ ରେ ସେ ପାଠ ପଢୁଥିଲେ ଓ ଏହା ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତାଙ୍କ ସ୍ୱାମୀ ମଧ୍ୟ ଜଣେ ଆଇଏଏସ ଅଫିସର ଅଟନ୍ତି । ଅପରାଜିତା ଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୁଅ ଶିଖର ସଡ଼ଙ୍ଗୀ ଓ ଝିଅ ଅର୍ଚ୍ଚିତା ସଡ଼ଙ୍ଗୀ । ୨୦୦୬ ରୁ ୨୦୧୩ ପର୍ଯ୍ୟନ୍ତ ଓଡ଼ିଶା ର ବିଭିନ୍ନ ବିଭାଗ ରେ କାର୍ଯ୍ୟ କରୁଥିଲେ ଅପରାଜିତା ।

୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବିଏମସି ରେ କମିଶନ୍ ଭାବରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ୪ ବର୍ଷ ସେ ପଞ୍ଚାୟତିରାଜ ର ସେକ୍ରେଟାରୀ, ସ୍କୁଲ ଓ ଗଣଶିକ୍ଷା ବିଭାଗ ର ସେକ୍ରେଟାରୀ, ଉଚ୍ଚଶିକ୍ଷା ବିଭାଗ ଓ ସେକ୍ରେଟାରୀ ଓ ଟେକ୍ସ୍ଟାଇଲ ଆଣ୍ଡ ହାଣ୍ଡଲୁମ ଡିପାର୍ଟମେଣ୍ଟ ର ସେକ୍ରେଟାରୀ ଭାବରେ ଦାୟିତ୍ୱ ତୁଲାଇ ଥିଲେ । ୨୦୧୨ ମସିହାରେ ଭାରତ ସ୍କାଉଟ ଓ ଗାଇଡ଼ ଦ୍ଵାରା ଶକ୍ତି ସମ୍ମାନ ଆୱାର୍ଡ ରେ ସମ୍ମାନିତ ହୋଇଥିଲେ ଅପରାଜିତା ।

୨୦୧୩ ମସିହାରେ ସେ ୫ ବର୍ଷ ପାଇଁ ସେଣ୍ଟ୍ରାଲ ଡେପ୍ୟୁଟେସନ ରେ ଯାଇଥିଲେ । ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୧୫ ସେପ୍ଟେମ୍ବର ୨୦୧୮ ମସିହାରେ ରେ ଆଇଏଏସ ରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଏହାପରେ ସେ ୨୭ ନଭେମ୍ବର ୨୦୧୮ ମସିହାରେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *