ଆଜି ବହୁତ ବଦଳି ଯାଇଛନ୍ତି Ramayan ର ଏହି କୁନି ଲବ କୁଶ ଓ ଏମାନେ ହେଉଛନ୍ତି ତାଙ୍କର ରିଅଲ ଲାଇଫ ପତ୍ନୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୮୦ ଦଶକ ର ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ ବିଶେଷ ଲୋକପ୍ରିୟତା ହାସଲ କରିଥିଲା । ଏହି ଧାରାବାହିକ ର ଚାହିଦା ଦର୍ଶକ ମାନଙ୍କ ଠାରେ ଖୁବ ଅଧିକ ଦେଖିବାକୁ ମିଳିଥିଲା ।

ରାମାନନ୍ଦ ସାଗର ଙ୍କ ଏହି ଧାରାବାହିକ ‘ରାମାୟଣ’ ର ସଫଳତା ପରେ ‘ଉତ୍ତର ରାମାୟଣ’ ଆରମ୍ଭ ହୋଇଥିଲା । ଯେଉଁଥିରେ ପ୍ରଭୁ ଶ୍ରୀରାମ ଏବଂ ମାତାସୀତା ଙ୍କର ପୁତ୍ର ଲବ କୁଶ ଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ଥିଲା । ଏହି ଧାରାବାହିକ କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ଏବଂ ଏହା ସଫଳ ମଧ୍ୟ ହୋଇଥିଲା । ଉତ୍ତର ରାମାୟଣ ରେ ଲବ ର ଭୂମିକା ରେ ଅଭିନୟ କରି ଥିବା କଳାକାର ଙ୍କ ନାମ ହେଉଛି ‘ମୟୁରେଶ ଖେତ୍ରା ମନ୍ଦେ’ ଏବଂ କୁଶ ଚରିତ୍ର ରେ ଅଭିନୟ କରି ଥିବା ବାଲ୍ୟ କଳାକାର ଙ୍କ ନାମ ହେଉଛି ‘ସ୍ୱପ୍ନିଲ ଯୋଶୀ’ ।

ଏହି ଧାରାବାହିକ ଏହି ଦୁଇ କଳାକାର ଙ୍କ ନିଜ କ୍ୟାରିଅର ର ପ୍ରଥମ ଧାରବାହିକ ଏବଂ ପ୍ରଥମ ଚରିତ୍ର ଥିଲା । ଏହି ଧାରାବାହିକ ରେ ଏହି ଦୁଇ ଜଣ ନିଜ ନିଜ ଚରିତ୍ର ର ଅଭିନୟ ଖୁବ ସୁନ୍ଦର ଭାବେ କରି ଥିଲେ ଏବଂ ଏହାକୁ ସଫଳ ମଧ୍ୟ କରି ପାରିଥିଲେ । ଏହି ଧାରାବାହିକ ମଧ୍ୟ ପ୍ରସିଦ୍ଧି ହାସଲ କରିଥିଲା । ତେବେ ଏହି ଧାରାବାହିକ ପ୍ରସାରିତ ହେବାର ବହୁତ ସମୟ ବିତି ଗଲାଣି ଏବଂ ଲବ କୁଶ ଚରିତ୍ର ରେ ଅଭିନୟ କରିଥିବା ଏହି ଦୁଇ କଳାକାର ମଧ୍ୟ ବହୁତ ବଡ଼ ହୋଇ ଯାଇଛନ୍ତି । ଆଜି ଆମେ ଏହି ଦୁଇ କଳାକାର ଓ ତାଙ୍କ ପତ୍ନୀ ଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ କୁଶ ଚରିତ୍ର ରେ ଅଭିନୟ କରି ଥିବା ଅଭିନେତା ‘ସ୍ୱପ୍ନିଲ ଯୋଶୀ’ ବର୍ତ୍ତମାନ ୪୧ ବର୍ଷୀୟ ହୋଇ ଗଲେଣି । ସେ ବହୁତ ହ୍ୟାଣ୍ଡସମ ମଧ୍ୟ ଦେଖା ଯାଉଛନ୍ତି । ଏହି ଧାରାବାହିକ ପରେ ମଧ୍ୟ ସେ ନିଜ ଅଭିନୟ କ୍ୟାରିୟର ଜାରି ରଖିଛନ୍ତି । ସେ ମରାଠୀ ସିନେମା ଜଗତରେ ଅନେକ ସିନେମା ରେ ସେ ଅଭିନୟ ମଧ୍ୟ କରିଛନ୍ତି ।

ଆଜି ସେ ଜଣେ ଲୋକପ୍ରିୟ ଅଭିନେତା ମଧ୍ୟ ହୋଇ ଯାଇଛନ୍ତି । ରାମାୟଣ ବ୍ୟତୀତ ସେ ଶ୍ରୀ କୃଷ୍ଣ, ଏବଂ ଦେଶ ମେ ନିକଲା ଚାନ୍ଦ ଭଳି ଧାରବାହିକ ରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ବାସ୍ତବ ଜୀବନ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ପତ୍ନୀ ଙ୍କର ନାମ ହେଉଛି ଲିନା ଆରାଧ୍ୟା । ତାଙ୍କର ଏକ ଝିଅ ମଧ୍ୟ ଅଛି ଏବଂ ତାଙ୍କ ଝିଅ ର ନାମ ହେଉଛି ମାୟାରା । ସେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ବନ୍ଧୁଗଣ ଲବ ଚରିତ୍ର ରେ ଅଭିନୟ କରି ଥିବା ଅଭିନେତା ମୟୁରେଶ ଖେତ୍ରା ମନ୍ଦେ ବର୍ତ୍ତମାନ ୪୩ ବର୍ଷ ବୟସ୍କ ହୋଇ ଗଲେଣି । ବର୍ତ୍ତମାନ ସେ ଏତେ ମାତ୍ରାରେ ପରିବର୍ତ୍ତନ ହୋଇ ଯାଇଛନ୍ତି କି ଆପଣ ତାଙ୍କୁ ଦେଖିଲେ ହୁଏତ ଚିନ୍ହି ପାରିବେ ନାହିଁ । ଏହି ଧାରାବାହିକ ପରେ ସେ ନିଜର ଅଭିନୟ କ୍ୟାରିୟର କୁ ବନ୍ଦ କରିଦେଲେ ଏବଂ ଇଣ୍ଡଷ୍ଟ୍ରୀ ରୁ ଦୁରେଇ ଗଲେ ।

ବର୍ତ୍ତମାନ ସେ ଆମେରିକାରେ ରହୁଛନ୍ତି ଏବଂ ଏକ କମ୍ପାନୀ ରେ ପ୍ରେସିଡେଣ୍ଟ ମଧ୍ୟ ଅଛନ୍ତି । ତାଙ୍କ ବାସ୍ତବ ଜୀଵନ ସମ୍ବନ୍ଧରେ ଯଦି କହିବା ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ସେ ନିଜ କ୍ୟାରିୟର ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି ଏବଂ ସେ ବହୁତ ଖୁସି ରେ ମଧ୍ୟ ଅଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ରାମାୟଣ ରେ ଏହି ଦୁଇ କୁନି କଳାକାରଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ , ଧନ୍ୟବାଦ

Leave a Reply

Your email address will not be published. Required fields are marked *