ଅନୁପମ ଖେର କହିଲେ ଅସଲି ସୁପର ହିରୋତ ଏମାନେ, ବାକି ଯେଉଁମାନେ କହୁଛନ୍ତି ସେମାନେ

ବଲିଉଡର ଜଣାଶୁଣା ଅଭିନେତାଙ୍କ ଭିତରୁ ଜଣେ ଅନୁପମ ଖେର ସୋସିଆଲ ମିଡିଆରେ ବହୁତ ଏକ୍ଟିଭ ରହନ୍ତି । ଦେଶ ସାରା ସାମୟିକ ଘଟଣା ଉପରେ ନିଜର ରାୟ ରଖିବା ବାଲା ଏବଂ ସବୁବେଳେ ନିଜର କଥା ଶୀଘ୍ର କହିବା ବାଲା ଅଭିନେତା ଅନୁପମ ଖେର ଦେଶର କିଛି ବଡ ବ୍ୟକ୍ତିତ୍ବ ଙ୍କ ଭିତରୁ ଜଣେ । ଅନୁପମ ବହୁତ ଥର ଭିଡିଓ ମାଧ୍ୟମରେ ତ ଆଉ କେବେ ସାଏରି ମାଧ୍ୟମରେ ନିଜ କଥା କଥା ସୋସିଆଲ ମିଡିଆ ମାଧ୍ୟମ ଦ୍ଵାରା କହିଥାନ୍ତି । ଆମ ଦେଶ କୋରୋନା ଭାଇରସ ବିରୁଦ୍ଧରେ ଗୋଟିଏ ଯୁଦ୍ଧ ଲଢୁଛି । ଏବଂ ଏହି କୋରୋନା ଭାଇରସ ଡର ଭିତରେ ଅନୁପମ ଖେର ଲଗାତାର ନିଜର ଟୁଇଟସ ଏବଂ ଭିଡିଓ ମାଧ୍ୟମରେ ଲୋକଙ୍କୁ ଜାଗ୍ରତ କରିବାର କାମ କରୁଛନ୍ତି । ସେ ଏକ ଭିଡିଓ ଅପଲୋଡ କରିଛନ୍ତି ଏବଂ ଦେଶବାସୀ ଙ୍କୁ ଏକ ଖାସ ସନ୍ଦେଶ ଦେଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ଅନୁପମ ଖେର ଭିଡିୟରେ କଣ କହିଛନ୍ତି ।

ଭିଡିଓରେ ଅନୁପମ ଖେର ନିଜର ପିଲା ଦିନକୁ ମନେ ପକାଇ କହିଛନ୍ତି -ଯେତବେଳେ ମୁଁ ଛୋଟ ଥିଲି ସେତବେଳେ ହିନ୍ଦୀ ମିଡିୟମ ସ୍କୁଲରେ ପଢୁଥିଲି । ସେ ଆଗକୁ କହିଛନ୍ତି ହିନ୍ଦୀ ମିଡିୟମ ସ୍କୁଲରେ ସୁପର ହିରୋ ବି ବଡ ଅଦଭୁତ ପ୍ରକାରର ହୋଇଥାଏ । ସେହି ସମୟରେ ଆମେ ଜହ୍ନ ମାମୁଁ, ବିକ୍ରମ ବେତାଳ, ହନୁମାନଙ୍କୁ ସୁପର ହିରୋ କହୁଥିଲୁ, ଯିଏ ଉଡି ପାରନ୍ତି । କିନ୍ତୁ ଇଂରାଜୀ ମିଡିୟମ ସ୍କୁଲରୁ ଆମକୁ ଜଣା ପଡିଲା କି ସୁପରହିରୋ ସ୍ପାଇଡ଼ର ମ୍ୟାନ, ସୁପର ମ୍ୟାନ ଅଟେ । ଟିକେ ବଡ ହୋଇ ତାଙ୍କୁ ଟିଭିରେ ବି ଦେଖିଲୁ ।

ଟିକେ ବଡ ହେବା ପରେ ଦେଖିଲୁ କି ଯେତବେଳେ ଦୁନିଆରେ କୌଣସି ବଡ ଅସୁବିଧା ଆସିଥାଏ ସେତବେଳେ ଏହି ସୁପର ହିରୋ ଆସିଥାନ୍ତି ଏବଂ ଦୁନିଆକୁ ବଞ୍ଚାଇ ଥାନ୍ତି । ସେମାନେ ନିଜ ଶକ୍ତି ସାହାଯ୍ୟରେ ସବୁ ଠିକ କରିଦିଅନ୍ତି । ଆଉ ଟିକେ ବଡ ହେବା ପରେ ଆମେ ତାଙ୍କର ଫିଲ୍ମ ବି ଦେଖିଲୁ । ଏହି ସବୁ ସୁପର ହିରୋ ଏକା ସହିତ ମିଶି ଆସିବାକୁ ଲାଗିଲେ । କିନ୍ତୁ ପଚାରିବାକୁ ଚାହୁଁଛି, ଏବେ କେଉଁଠି ଅଛନ୍ତି ଏହି ସୁପର ହିରୋ ?

ଏହି ଭିଡିଓ ଶେଷରେ ଅନୁପମ ଆଜିର ପ୍ରକୃତ ସୁପରହିରୋ ଙ୍କ ବିଷୟରେ କହିଛନ୍ତି । ସେ କହିଛନ୍ତି ‘ଆଜିର ସମୟରେ ଜଣା ଅଛି ସୁପରହିରୋ କିଏ’ । ଅନୁପମ ଆଗକୁ କହିଛନ୍ତି ଡକ୍ଟର, ନର୍ସ, ସଫା କରୁଥିବା କର୍ମଚାରୀ, ପୋଲିସ ଏହି ସବୁ ଲୋକ ଆଜିର ସମୟରେ ସୁପରହିରୋ ଅଟନ୍ତି । ଅନୁପମ ଖେର ଦେଶବାସୀଙ୍କୁ ଆହ୍ଵାନ କରିଛନ୍ତି କି ଏହି ସବୁ ସୁପରହିରୋ ଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଏବଂ ତାଙ୍କର ସଂମ୍ମାନ କରନ୍ତୁ ଏବଂ ସେମାନଙ୍କ ମୁଁହ ବନ୍ଦ କର, ଯିଏ କହନ୍ତି ପ୍ରକୃତ ସମସ୍ଯା କିଛି ଅଲଗା ଅଟେ । ଭିଡିଓ ଶେଷରେ ଅନୁପମ କହିଛନ୍ତି ଭାରତରେ ୧୩୦କୋଟି ଭାରତୀୟଙ୍କ ଏକତା ହିଁ ସବୁଠୁ ବଡ ଅସ୍ତ୍ର ହେବ । ଆମେ ସମସ୍ତେ ମିଶି ଏହି ବିପଦରୁ ନିଶ୍ଚୟ ବାହାରି ଆସିବା ।

Leave a Reply

Your email address will not be published. Required fields are marked *