ଏହି ଲେପ କୁ ଥରେ ଲଗେଇବା ମାତ୍ରେ ଆପଣଙ୍କ ଆଣ୍ଠୁ ବିନ୍ଧା (Joint Pain) ସମ୍ପୂର୍ଣ୍ଣ ଭଲ ହୋଇଯିବ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୂର୍ବତନ କାଳରେ ବୃଦ୍ଧ ବ୍ୟକ୍ତି ମାନଙ୍କ ଶରୀରରେ ହାଡ଼ ଜନିତ ସମସ୍ୟା ଯଥା ଆଣ୍ଠୁ ବିନ୍ଧା ଏବଂ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଥିଲା । ଦୀର୍ଘ ବର୍ଷ ବୟସ ପରେ ଏହି ସବୁ ସମସ୍ୟା ଦେଖା ଯାଉଥିଲା ।

କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏହି ସମସ୍ୟା କମ ବୟସ ରୁ ହିଁ ଦେଖିବାକୁ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ସମୟରେ ଲୋକମାନେ ଶାରୀରିକ ପରିଶ୍ରମ ବହୁତ କମ ମାତ୍ରାରେ କରୁଛନ୍ତି ଏବଂ ଯେଉଁ କାରଣରୁ ଏହି ସମସ୍ୟା ଦେଖିବାକୁ ମିଳୁଛି । ଏହାସହିତ ନିୟମିତ ଭାବରେ ଖାଦ୍ୟପେୟ ନହେବା ଦ୍ୱାରା କ୍ୟାଲସିୟମ ଅଭାବ ରୁ ମଧ୍ୟ ଆଣ୍ଠୁ ଓ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖା ଯାଇଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସ-ମ୍ବ-ନ୍ଧ-ରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଶରୀରରେ ହେଉଥିବା ଏହି ଆଣ୍ଠୁ ଗଣ୍ଠି ସମସ୍ୟା ତୁରନ୍ତ ଦୂର ହୋଇଯିବ । ତେବେ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ସର୍ବ ପ୍ରଥମେ ଏକ ପାତ୍ର ନିଅନ୍ତୁ । ସେଥିରେ ପ୍ରଥମ ସାମଗ୍ରୀ ଏକ ଚାମଚ ହଳଦୀ ଗୁଣ ପକାନ୍ତୁ । ଏହାପରେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଚିନି ଗୁଣ୍ଡ । ଆପଣ ଏକ ଚାମଚ ଚିନି ଗୁଣ୍ଡ ପାତ୍ର ରେ ପକାନ୍ତୁ । ଏହାପରେ ଯେଉଁ ତୃତୀୟ ସାମଗ୍ରୀ ଆବଶ୍ୟକ ତାହା ହେଉଛି ଚୂନ । ଆପଣ ଅଳ୍ପ ଚୂନ ପାତ୍ର ରେ ପକାନ୍ତୁ ।

ଏହାପରେ ଶେଷରେ ଆପଣ ଅଳ୍ପ ପାଣି ମିଶାଇ ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ଏକ ଗାଢା ପେଷ୍ଟ ପ୍ରସ୍ତୁତ କରନ୍ତୁ । ହଳଦୀ ରେ ଆଣ୍ଟିବାୟୋଟିକ୍ ଗୁଣ ରହିଥାଏ । ଯାହା ଆଣ୍ଠୁ ଓ ଗଣ୍ଠି ବିନ୍ଧା କୁ ଦୂର କରିଥାଏ । ଚୂନ ରେ ଥିବା ତତ୍ତ୍ୱ ବ୍ଲଡ଼ ସରକ୍ୟୁଲେସନ୍ ଠିକ ଭାବରେ କରିଥାଏ । ଯାହାଦ୍ୱାରା ହାଡ଼ ଜନିତ ସମସ୍ୟା ଦେଖାଯାଇ ନଥାଏ । ତେବେ ଆପଣ ମାନେ ଏହା ଭାବୁଥିବେ ଯେ ଏହି ମିଶ୍ରଣ ରେ ଆମେ ଚିନି ଗୁଣ୍ଡ କଣ ପାଇଁ ମିଶାଇଲୁ । ଏହାର କାରଣ ଚିନି ଗୁଣ ପେଷ୍ଟ କୁ ଗାଢା କରିବାରେ ସହାୟକ ହୋଇଥାଏ ।

ତେବେ ଆପଣ ଏହି ଲେପ କୁ ଆଣ୍ଠୁ ରେ ବିନ୍ଧୁଥିବା ସ୍ଥାନରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାପରେ ଏଥିରେ ତୁଳା ର ପଟି ବାନ୍ଧି ଦିଅନ୍ତୁ । ଆପଣ ରାତିରେ ଶୋଇବା ସମୟରେ ଏହାକୁ ଲଗାଇ ରଖି ଦିଅନ୍ତୁ । ସକାଳେ ଗାଧୋଇବା ସମୟ ରେ ଭଲ ଭାବରେ ଧୋଇ ଦିଅନ୍ତୁ । ଯଦି ଆପଣ ଏହି ଲେପ କୁ ଦିନ ରେ ଲଗାଉଛନ୍ତି ତେବେ ଅତିକମ ରେ ୫ ରୁ ୬ ଘଣ୍ଟା ଲଗାଇ ରଖନ୍ତୁ । ପରେ ଏହାକୁ ଧୋଇ ଦିଅନ୍ତୁ ।

ଏହି ଉପଚାର ଟି ଏତେ ମାତ୍ରାରେ ଚମତ୍କାରୀ ଯେ, ଏହା ଆଣ୍ଠୁ ଗଣ୍ଠି ବିନ୍ଧା କୁ ତୁରନ୍ତ ଦୂର କରିଥାଏ । ଏହା ସହିତ ଶରୀର ର ଯେଉଁ ସ୍ଥାନରେ ଫୁଲା ରହିଛି ବା ବିନ୍ଧୁଛି ଆପଣ ଏହି ଲେପ କୁ ଲଗାଇଲେ ତାହା ତୁରନ୍ତ ଭଲ ହୋଇଯିବ । ତେଣୁ ଆପଣ ମାନେ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହା ବହୁ ପୁରାତନ ଓ ପରୀକ୍ଷିତ ଏବଂ ଏହାର କୌଣସି ବି ପାର୍ଶ୍ଵ ପ୍ରତିକ୍ରିୟା ରହିନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *