ଅଣ୍ଡା ତରକାରୀ ଖାଇବାକୁ ଜିଦ୍ କଲା ଶିବ, ଆଉ କହିଲା…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମାହାଙ୍ଗା ଗଣହତୟଆ ର ରାକ୍ଷସ ଶିବ ରିମାଣ୍ଡ ରେ ଆସି ଭଲ ନାଟକ କରୁଛି । ତା’ ନାଟକ ରେ ମଧ୍ୟ ମାହାଙ୍ଗା ପୋଲିସ ନାଚୁଛି । ଏହା ସହିତ ପୋଲିସ ହଇରାଣ ମଧ୍ୟ ହେଉଛି । କେତେବେଳେ କହୁଛି ମୁଁ ବେଲା ରୁଟି ଖାଏ । ରାତିରେ ମୋତେ ଚାରି ପଟ ବେଲା ରୁଟି ଦିଅ । ପୁଣି କେତେବେଳେ ମୁଣ୍ଡ ଗରମ ହୋଇଗଲେ ଥଣ୍ଡା ପାଣି ମାଗୁଛି । ଶିବ ର ଏଭଳି ହରକତ ରେ ପୋଲିସ ନାକେଦମ ହୋଇ ଗଲାଣି ।

କିଭଳି ତା’ ରିମାଣ୍ଡ ସରିବ ଏବଂ ଶିବ ଜେଲ ଯିବ ପୋଲିସ ସେହି ବାଟ କୁ ଚାହିଁ ବସିଛି । ଶିବ ଏବେ ତିନି ଦିନିଆ ପୋଲିସ ରିମାଣ୍ଡ ରେ । ପ୍ରଥମ ଦିନ ନାଟକ କରି କହିଲା ମୋର ଗୋଡ଼ ଶିର ଟାଣି ଧରିଛି । ପୋଲିସ ବାଧ୍ୟ ହୋଇ ତାକୁ ମେଡ଼ିକାଲ ରେ ଭର୍ତ୍ତି କରିଲା । ଏଥିରେ ଗୋଟିଏ ଦିନ ଚାଲିଗଲା । ହନୁମାନ ଜୟନ୍ତୀ ଦିନ ପ୍ରସାଦ ଖାଇବ ବୋଲି ଜିଦ୍ଦ ଧରିଥିଲା । ପୋଲିସ ବାଧ୍ୟ ହୋଇ ନିକଟରେ ଥିବା ମନ୍ଦିର ରୁ ପ୍ରସାଦ ଆଣି ଖାଇବାକୁ ଦେଇଥିଲା ।

ଶୁକ୍ରବାର ଆଇଁଷ ବାର ଥିବାରୁ ଶିବ ସକାଳୁ ସକାଳୁ ଜିଦ୍ଦ କରିଲା ଅଣ୍ଡା ତରକାରୀ ଖାଇବ ବୋଲି । ଦେଶୀ ଅଣ୍ଡା ନ ଦେଲେ ସକାଳ ଜଳଖିଆ ଖାଇବ ନାହିଁ ବୋଲି ରୋକଠୋକ କହିଲା । ଏଣେ ପୋଲିସ ଶିବ କୁ ଘଟଣା ସ୍ଥଳ କୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କରିବାର ଥିଲା । ଘଟଣା ସ୍ଥଳ କୁ ନେବା ବେଳେ ତା’ର ଗୋଟିଏ ଜିଦ୍ଦ ଥିଲା ଦେଶୀ ଅଣ୍ଡା ତରକାରୀ ।

ଅଣ୍ଡା ତରକାରୀ ଖାଇଲେ ସେ କ୍ରାଇମ ସିନ୍ ରିକ୍ରିଏସନ ରେ ସବୁ କଥା କହିବ ବୋଲି କହିଲା । ପୋଲିସ ବହୁତ କଷ୍ଟ ରେ ଗୋଟିଏ ଗାଁ ରୁ ଦେଶୀ ଅଣ୍ଡା ଆଣି ତାକୁ ଖାଇବାକୁ ଦେଇଥିଲା । ଶିବ ର ଏଭଳି ନାଟକ ପୋଲିସ କୁ ହଇରାଣ ରେ ପକାଇଛି । ହତୟଆକାଣ୍ଡ ଠାରୁ ଆରମ୍ଭ କରି ରିମାଣ୍ଡ ରେ ଶିବ ସବୁଠାରେ ନାଟକ କରୁଛି । ହତୟଆକାଣ୍ଡ ଯେଉଁଭଳି ଯୋଜନାବଦ୍ଧ ଥିଲା ରିମାଣ୍ଡ ରେ ଆସି ନାଟକ କରିବା ମଧ୍ୟ ତା’ର ଯୋଜନା ।

ହତୟଆକାଣ୍ଡ ଘଟାଇବା ପରେ ଶିବ ପ୍ରଥମେ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ ର ସଦସ୍ୟ ଙ୍କ ପାଖରେ ସବୁ କଥା କହିଥିଲେ । ପରେ ଫେରାର ହୋଇ ମୋବାଇଲ ଫୋନ ରେ ସୁଟିଂ କରି ଗାଁ ର କେତେକ ଯୁବକ ମାନଙ୍କୁ ଭିଡିଓ ହ୍ଵାଟ୍ସଆପ କରିଥିଲା । କିଛି ସମୟ ପରେ ନିଜ ଫେସବୁକ ଆକାଉଣ୍ଟ ରେ ଭିଡିଓ ସେୟାର କରିଥିଲା ।

ଏହା ପରେ ବାଲିଚନ୍ଦ୍ରପୁର ଥାନା ରେ କରିଥିଲା ଆତ୍ମ ସମର୍ପଣ । ପୋଲିସ ତାଙ୍କୁ ସେହିଦିନ ଗିରଫ କରି ଜେଲ ପଠାଇଲା । ଜେଲ ପହଂଚିବା କ୍ଷଣି ଶିବ ଆରମ୍ଭ କରିଥିଲା ନାଟକ । ପୋଲିସ ତାକୁ ମେଡ଼ିକାଲ ନେଇ ଯାଇଥିଲା । ମେଡ଼ିକାଲ ରୁ ଆସିବା ପରେ ପୁତୁରା ଓ ଝିଆରୀ କୁ ଝୁରି ଝୁରି କାନ୍ଦିଥିଲା ।

ବର୍ତ୍ତମାନ ଖାଇବା ଏବଂ ପିଇବା ପାଇଁ ସେ ଭିନ୍ନ ଭିନ୍ନ ଜିଦ୍ଦ ଧରୁଛି । ଶିବ ର ଏହି ନାଟକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାମାଜିକ ଗଣ ମାଧ୍ୟମରେ ଏବେ ଚର୍ଚ୍ଚା ହେଉଛି ଯେ, ଆଉ ନାଟକବାଜି ଚଳିବ ନାହିଁ । ନର ରାକ୍ଷସ ଶିବ କୁ ସିଧା ଫାଶୀ ଦିଆଯାଉ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *