ବନ୍ଧୁଗଣ ଗତ କାଲି ଆମ ହିନ୍ଦୁ ଧର୍ମର ବଡ ପର୍ବ ରଥ ଯାତ୍ରା ପାଳନ କରଯାଇଥିଲା । ଏହି ପର୍ବଟି ସମଗ୍ର ବିଶ୍ଵର ବଡ ପର୍ବ ହେବା ସହ ଆମ ମାନଙ୍କ ପାଇଁ ବହୁତ ପବିତ୍ର ପର୍ବ ଅଟେ ।
ଏହି ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥରେ ବସି ନିଜ ମାଉସୀ ମାଙ୍କ ଘରକୁ ଯାନ୍ତି । ବନ୍ଧୁଗଣ ପ୍ରତି ବର୍ଷ ବହୁତ ଧୁମଧାମରେ ଏହି ରଥ ଯାତ୍ରା ପର୍ବଟି ପାଳନ କରାଯାଏ । କେବଳ ଓଡିଶା ନୁହେଁ ବନ୍ଧୁଗଣ ଏହି ପର୍ବଟି ଅନ୍ୟ ଦେଶ ମାନଙ୍କରେ ମଧ୍ୟ ପାଳନ କରାଯାଏ ।
ଅବଶ୍ୟ ଏହା ହେଉଛି ଆମ ଓଡିଆ ମାନଙ୍କ ପାଇଁ ଏକ ବିଶେଷ ପର୍ବ ତେଣୁ ବିଦେଶରେ ରହୁଥିବା ଆମ ଓଡିଆ ଭାଇ ଭଉଣୀ ମାନେ ମଧ୍ୟ ଏହି ପର୍ବଟିକୁ ବହୁତ ଧୂମଧାମରେ ପାଳନ କରନ୍ତି । ହେଲେ କରୋନା ମହାମାରୀ କାରଣରୁ ଗତ ବର୍ଷ ଓ ଏହି ବର୍ଷ ରଥ ଯାତ୍ରା ଉପରେ ବହୁତ କଟକଣା ଜାରି କରଯାଇଥିଲା ।
ଯେହେତୁ ଅଧିକ ଜନଗହଳି ସ୍ଥାନରେ ସଂକ୍ରମଣ ବଢୁଛି ତେଣୁ ସରକାର କେବଳ ସେବାୟତ ମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦେଇଥିଲେ । ନଚେତ ପ୍ରତି ବର୍ଷ ଲକ୍ଷାଧିକ ଲୋକ ପୁରୀ ଯାଇ ରଥ ଟାଣନ୍ତି । ଅବଶ୍ୟ ଲୋକମାନେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରି ନାହାନ୍ତି ହେଲେ ଘରେ ରହି ରଥ ଯାତ୍ରାକୁ ବହୁତ ଉପଭୋଗ କରିଛନ୍ତି ।
ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ରଥ ଯାତ୍ରାର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓଟି ହେଉଛି ଆମେରିକାର । ଆମେରିକାର ଆମ ଓଡିଆ ଭାଇ ଭଉଣୀ ମାନେ କିପରି ଭାବରେ ରଥ ଯାତ୍ରା ପାଳନ କରିଛନ୍ତି ତାହା ଆପଣ ମାନେ ଏହି ଭିଡିଓରେ ଦେଖିବାକୁ ପାଇବେ ।
ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଭାରତ ଅପେକ୍ଷା ଆମେରିକାରେ କରୋନା ମହାମାରୀ ପାଇଁ ଅଧିକ କଟକଣା ନାହିଁ । ତେଣୁ ସେଠାକାର ଓଡିଆ ଭାଇ ଭଉଣୀ ମାନେ ବହୁତ ଆନନ୍ଦର ସହ ରଥ ଯାତ୍ରା ପାଳନ କରିଛନ୍ତି ।
ଭିଡିଓରେ ସେମାନେ ସଙ୍କୀର୍ତ୍ତନ କରୁଥିବାର ଓ ମହାପ୍ରଭୁଙ୍କ ପୂଜା କରୁଥିବାର ନଜର ଆସୁଛନ୍ତି । ଲୋକମାନେ ଏହି ଭିଡିଓକୁ ଦେଖି ବହୁତ ଅଧିକ ଖୁସି ହୋଇଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମେରିକାରେ ପାଳନ ହୋଇଥିବା ରଥ ଯାତ୍ରା କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ