ଏମାନେ ହେଲେ Ollywood ର ଲୋକପ୍ରିୟ ଅଭିନେତ୍ରୀ Jyoti Mishra ଙ୍କ ସ୍ଵାମୀ ଓ ପୁଅ, ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ନବେ ଦଶକ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ।

ଏହି ଅଭିନେତ୍ରୀ ଅନେକ ଓଡ଼ିଆ ଫିଲ୍ମ ଓ ଆଲବମ୍ ରେ ଅଭିନୟ କରିଛନ୍ତି । ଆପଣ ମାନେ ମଧ୍ୟ ତାଙ୍କୁ ଅନେକ ଫିଲ୍ମ ରେ ଦେଖିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କ ସ୍ୱାମୀ ଓ ପୁଅ ଙ୍କ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ନବେ ଦଶକ ରେ ଅନେକ ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଥିଲା ।

ସେଥି ମଧ୍ୟରୁ ଅଭିନେତ୍ରୀ ଜ୍ୟୋତି ମିଶ୍ର ହେଉଛନ୍ତି ଅନ୍ୟତମ । ଅନେକ ଓଡ଼ିଆ ଫିଲ୍ମ ଓ ଆଲବମ ରେ ଅଭିନୟ କରିଛନ୍ତି ଜ୍ୟୋତି ମିଶ୍ର । ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୨ ଫେବୃଆରୀ ୧୯୭୮ ମସିହାରେ ହୋଇଥିଲା । ବର୍ତ୍ତମାନ ଜ୍ୟୋତି ମିଶ୍ର ୪୩ ବର୍ଷ ବୟସ ର ହୋଇ ଯାଇଛନ୍ତି ଏବଂ ସେ ଭୁବନେଶ୍ୱର ରେ ରହୁଛନ୍ତି । ବିବାହ ପରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଦୂରେଇ ଯାଇଥିଲେ ।

ଏହି ଅଭିନେତ୍ରୀ ଙ୍କ ପରିବାର ସମ୍ବନ୍ଧରେ ଯଦି କହିବା ତେବେ ସେ ନିଜ ସ୍ୱାମୀ ଓ ପୁଅ ଙ୍କ ସହିତ ରୁହନ୍ତି । ଏହି ଅଭିନେତ୍ରୀ ବକ୍ସି ଜଗବନ୍ଧୁ କଲେଜ ରେ ନିଜ ପାଠପଢ଼ା ସମ୍ପୂର୍ଣ୍ଣ କରିଥିଲେ । ୧୯୯୮ ମସିହାରେ ଫିଲ୍ମ ‘ସୌଭାଗ୍ୟବତୀ’ ରୁ ସେ ନିଜ ଫିଲ୍ମୀ କ୍ୟାରିଅର ର ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଫିଲ୍ମ ଓ ଆଲବମ୍ ରେ ନଜର ଆସିଥିଲେ । ଜ୍ୟୋତି ମିଶ୍ର ଙ୍କ ଦ୍ଵାରା ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରୁ, ‘ତୋ ଆଖି ମୋ ଆଇନା’, ‘ତୁ ଏକା ଆମ ସାହା ଭରସା’, ‘ମନ ରହିଗଲା ତୁମରି ଠାରେ’, ‘ସିନ୍ଦୁର ନୁହେଁ ଖେଳ ଘର’ ଆଦି ଅନ୍ୟତମ ।

ଏହା ବ୍ୟତୀତ ୨୦୦୭ ମସିହାରେ ‘ଜୟ ଜଗନ୍ନାଥ’ ଫିଲ୍ମ ରେ ଅଭିନୟ କରି ଜ୍ୟୋତି ମିଶ୍ର ଦର୍ଶକ ଙ୍କ ହୃଦୟ କୁ କିଣିବାରେ ସଫଳ ହୋଇଥିଲେ । ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରୁଛନ୍ତି ଅଭିନେତ୍ରୀ ଜ୍ୟୋତି ମିଶ୍ର । ବଙ୍ଗାଳୀ, ତେଲୁଗୁ ଓ ଛତିଶଗଡି ଫିଲ୍ମ ରେ ମଧ୍ୟ ଏହି ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଛି ।

ଆପଣ ମାନେ ଏହି ଫଟୋ ମାଧ୍ୟମରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କ ସ୍ୱାମୀ ଓ ପୁଅ ଙ୍କୁ ଦେଖି ପାରୁଥିବେ । ଜ୍ୟୋତି ମିଶ୍ର ଙ୍କ ପୁଅ ଙ୍କ ନାମ ହେଉଛି ଓମ୍ । ତାଙ୍କ ଜନ୍ମ ୨୦୦୬ ମସିହାରେ ହୋଇଥିଲା । ବର୍ତ୍ତମାନ ସେ ୧୫ ବର୍ଷ ବୟସ ର ହୋଇ ଯାଇଛନ୍ତି । ପୁଅ ଙ୍କ ଜନ୍ମ ପରେ ଜ୍ୟୋତି ମିଶ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ଦୁରେଇ ଯାଇଥିଲେ । ବର୍ତ୍ତମାନ ଦୀର୍ଘ ୧୫ ବର୍ଷ ପରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଇଣ୍ଡଷ୍ଟ୍ରୀ କୁ ଫେରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *