AMAZON ନଦୀରେ ବ୍ରିଜ ବନେଇବା ଏତେ କଷ୍ଟକର କାହିଁକି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଏହି ଦୁନିଆର ରହସ୍ୟକୁ ଜାଣିବାକୁ ହେଲେ ଆମକୁ ଅନେକ ଜୀବନ ବଞ୍ଚିବାକୁ ପଡିବ ହେଲେ ବି ଆମେ ଏହି ଦୁନିଆର ରହସ୍ୟ ସଂପୂର୍ଣ୍ଣ ରୂପେ ଜାଣି ପାରିବା ନାହିଁ । ଦୁନିଆର ସବୁ ରହସ୍ୟ ମଧ୍ୟରେ ଆମାଜୋନ ନଦୀ ଓ ଜଙ୍ଗଲ ଜଡିତ ହୋଇ ରହିଛି । ବନ୍ଧୁଗଣ ଆପଣ ମାନେ ଆମାଜୋନ ଜଙ୍ଗଲ ବିଷୟରେ ଅନେକ କଥା ଜାଣି ଥିବେ । ଆମାଜୋନରେ ଥିବା ମାରାତ୍ମକ ଜୀବ ହୁଅନ୍ତି ବା ସେଠାରେ ଥିବା ଆଦିବାସୀ ।

ଆଜି ଆମେ ଆପଣ ମାନଙ୍କୁ ଆମାଜୋନ ଜଙ୍ଗଲର ଏପରି ଏକ କଥା କହିବୁ ଯାହା ସେଠାରେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ବ୍ରିଜ ବିଷୟରେ କହିବାକୁ ଯାଉଛୁ । ଦୁନିଆରେ ଏତେ ଆଡଭାନ୍ସ ଟେକ୍ନୋଲୋଜି ଥାଇ ମଧ୍ୟ କାହିଁକି ଆମାଜୋନ ନଦୀରେ ବ୍ରିଜ କରାଯାଉ ନାହିଁ । ବନ୍ଧୁଗଣ ଗୋଟେ ନଦୀ ଦୁଇଟି ଦେଶକୁ ଯୋଡି ଥାଏ ଆଉ ଦୁଇ ଦେଶକୁ ଯୋଡିବା ପାଇଁ ବ୍ରିଜ ସହାୟକ ହୋଇଥାଏ । ହେଲେ ଆମାଜୋନ ନଦୀରେ ଆଜି ପର୍ଯ୍ୟନ୍ତ ବ୍ରିଜ ହୋଇନି ।

ଆମାଜୋନ ହେଉଛି ସବୁଠାରୁ ବଡ ରେନ ଫରେଷ୍ଟ । ଏହି ଜଙ୍ଗଲରେ ବହୁତ ମାତ୍ରାରେ ବର୍ଷା ହୋଇଥାଏ । ଏହି ଜଙ୍ଗଲ ସାଢେ 5 କୋଟି ବର୍ଷ ପୁରୁଣା ଅଟେ । ଏହି ଜଙ୍ଗଲକୁ ଦୁନିଆର ଫୁସଫୁସ ମଧ୍ୟ କୁହାଯାଏ । କାରଣ ଦୁନିଆର 20 ପ୍ରତିଶତ ଅମ୍ଳଜାନ ଓ ମଧୁର ଜଳ ଏହି ଜଙ୍ଗଲରୁ ମିଳିଥାଏ । ଆମାଜୋନ ନଦୀ ଦୁନିଆର ବଡ ନଦୀ ମଧ୍ୟରୁ ଗୋଟେ ଅଟେ । ଏହାର ଲମ୍ବ  6200 କିଲୋମିଟର ରୁ 7000 କିଲୋମିଟର ପର୍ଯ୍ୟନ୍ତ ରହିଛି । ଆମାଜୋନ ନଦୀ ଆଣ୍ଟାଲାଟିକ ମହାସାଗରରେ ମିଶି ଥାଏ ।

ଆମାଜୋନରେ 1100ରୁ ଅଧିକ ନଦୀ ଅଛି ଆଉ ସେଥି ମଧ୍ୟରୁ 12ଟି ନଦୀର ଲମ୍ବ 1500 କିଲୋମିଟର ଅଛି । ଆମାଜୋନ ପାଖରେ 9ଟି ଦେଶର 3 କୋଟି ଲୋକ ବାସ କରୁଛନ୍ତି । ବନ୍ଧୁଗଣ ଆମାଜୋନ ନଦୀରେ ବ୍ରିଜ ବନେଇବା ପାଇଁ ବହୁତ ଚ୍ୟାଲେଞ୍ଜର ସାମ୍ନା କରିବାକୁ ହେବ ଆଉ ସେଥି ମଧ୍ୟରୁ ଗୋଟେ ହେଉଛି ମୌସୁମୀ । ବର୍ଷା ଦିନରେ ନଦୀର ପାଣି 30 ଫୁଟ ପର୍ଯ୍ୟନ୍ତ ବଢି ଯାଇଥାଏ ଯାହାଫଳରେ 3 ମିଲର କ୍ରସିଙ୍ଗ 30 ମିଲ ହୋଇଯାଏ ।

ଆପଣ ଭାବୁଥିବେ ଏଥିରେ ନୂଆ କଣ କାରଣ ବର୍ଷା ଦିନରେ ତ ସବୁ ନଦୀରେ ପାଣି ବଢି ଥାଏ । ହେଲେ ଆମାଜୋନରେ ବର୍ଷା ହେଲେ ଜଣା ପଡେନି ଯେ, ଏଠି କେଉଁ ସ୍ଥାନ ବଞ୍ଚିବ ଆଉ କେଉଁ ସ୍ଥାନ ବୁଡିଯିବ । ଏମିତିରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ବ୍ରିଜ ବନେଇବେ ତ କେଉଁଠି ବନେଇବେ ।

ଯଦି ସେଠାରେ ବ୍ରିଜ ବନେଇବେ ଆଉ ବର୍ଷାରେ ବ୍ରିଜ ବୁଡିଯିବ ତା ହେଲେ ବ୍ରିଜ କେଉଁ କାମରେ ଲାଗିବ । ଏହା ସହିତ ଆମାଜୋନ ନଦୀ କୂଳରେ ଥିବା ମାଟି ବହୁତ ନରମ ଅଛି ଯାହା ବେଳେବେଳେ ପାଣିରେ ମିଶି ଯାଏ । ତେଣୁ ବନ୍ଧୁଗଣ ଏହି ସବୁ କାରଣ ପାଇଁ ଆମାଜୋନ ନଦୀ ଉପରେ ବ୍ରିଜ ବନା ଯାଇ ନାହିଁ ।

Leave a Reply

Your email address will not be published. Required fields are marked *