ପୁରୁଣା ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ ସାବିତ୍ରୀ, ସ୍ଵାମୀ ଯାହା କହୁଛି ଶୁଣିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ଯାଜପୁର ଝିଅ କେନ୍ଦ୍ରାପଡା ବୋହୁ ସାବିତ୍ରୀ ଦିନ ଘଟିଲା ଅଘଟଣ । ସାବିତ୍ରୀ ଦିନ ସ୍ଵାମୀକୁ ଭିଡିଓ କଲ୍ ରେ ମୁଣ୍ଡିଆ ମାରିଲା । ସୁନ୍ଦୂରିଆ ସୁନ୍ଦୂରିଆ ଫଟୋ ସେଣ୍ଡ କରିଲା ରାତିରେ କଥା ହୋଇ ଗୁଡ ନାଇଟ କହିଲା । ରାତି ପାହିଲା ପରେ ସବୁ କିଛି ବଦଳିଗଲା । ସକାଳେ ପୁରୁଣା ପ୍ରେମିକ ସହ ଫେରାର ହେଇଗଲା ସ୍ତ୍ରୀ । ବାପଘରକୁ ସାବିତ୍ରୀ ବ୍ରତ କରିବାକୁ ଆସି କେଉଁ ଆଡେ ପଳେଇଲା ଥାନାରେ ଅଭିଯୋଗ କରିଲେ ସ୍ଵାମୀ ଓ ଶଶୁର ।

ବନ୍ଧୁଗଣ ଏ ସ୍ତ୍ରୀଙ୍କୁ ଦେଖନ୍ତୁ ବିବାହ କରି ମଧ୍ୟ ପୁରୁଣା ପ୍ରେମକୁ ଭୁଲି ପାରି ନାହାନ୍ତି । ବିବାହ ସିନା ଦେବେନ୍ଦ୍ରକୁ କଲେ ହେଲେ ମନ ରହିଗଲା ପୁରୁଣା ପ୍ରେମ ପାଖରେ । ଯଦି ପ୍ରେମ କରୁଥିଲା ତା ହେଲେ ସେତେବେଳେ ପଳେଈ ଥାନ୍ତା ବିବାହର 4 ବର୍ଷ ପରେ ଏହି କାମ କରିବାକୁ ମହିଳାଙ୍କୁ ଲାଜ ବି ଲାଗିଲା ନାହିଁ ।

ଯେଉଁ ସ୍ଵାମୀର ଦୀର୍ଘାୟୁ ପାଇଁ ଉପବାସ କରିବା କଥା ତାକୁ ଗୋଇଠା ମାରି ଚାଲି ଗଲା ସ୍ତ୍ରୀ । ବନ୍ଧୁଗଣ ଏହି ଘଟଣାକୁ 8 ଦିନ ବିତିଯାଇଥିଲେ ବି ସ୍ତ୍ରୀର ପତା ପାଉନି ସ୍ଵାମୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ବନ ପୁର ଗ୍ରାମର ବ୍ରଜ କିଶୋର ଓଝାଙ୍କ ଝିଅ ବନ୍ଦନା ଓଝା କେନ୍ଦ୍ରାପଡା ଜିଲ୍ଲା ମହରାକୁଳ ଗ୍ରାମର ଦେବେନ୍ଦ୍ର ସୂତାରାମଙ୍କୁ ଚାରି ବର୍ଷ ତଳେ ବିବାହ କରିଥିଲେ ।

ବିବାହର 4 ବର୍ଷ ବହୁତ ଭଲରେ କଟି ଥିଲା । ହେଲେ ଏହି ବର୍ଷ ପୁରୁଣା ପ୍ରେମ ବହୁତ ମନେ ପଡିଲା ସେଥିପାଇଁ ତ ସ୍ଵାମୀ, ଶାଶୁ-ଶଶୁରଙ୍କୁ ଛାଡି ଦେଇ ନିଜ ପ୍ରେମିକ ସହ ପଳେଇଲା ବନ୍ଦନା । ଘଟଣା ଅନୁସାରେ ମେ 28 ତାରିଖ ରାତିରେ ବାପଘରକୁ ନିଜ ଭାଇ ସହ ଆସିଥିଲେ ଦେବେନ୍ଦ୍ରଙ୍କ ସ୍ତ୍ରୀ ।

ଜୁନ 1 ତାରିଖ ସକାଳେ ମନ୍ଦିର ଯାଇ ସାବିତ୍ରୀ ଓଷା ମଧ୍ୟ କରିଲା ରାତି ପାହିଲେ ଶଶୁର ଘରକୁ ଫେରି ଥାନ୍ତା ସ୍ତ୍ରୀ । ହେଲେ ବନ୍ଧୁଗଣ ସକାଳ ହେବା ପରେ ସ୍ତ୍ରୀ ନିଜ ପ୍ରେମିକ ସହ ଫେରାର ହେଲା । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *