ମତେ ବାହା ହେଲେ ଆମ ଯୋଡି ହିଟ ହେବ, ତୁମ ଡିଭୋର୍ସ ହେଲେ ମୁଁ ତୁମ ହାତ ଧରି ସାରା ଜୀବନ ବାଟ ଚାଲିବି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚାର ପରିସର ଭୁକ୍ତ ହୋଇଥାନ୍ତି । ତେବେ ଏବେ ମଧ୍ୟ ସେପରି କିଛି ମନ୍ତବ୍ୟକୁ ନେଇ ରାଣୀ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛନ୍ତି । କାରଣ ଏବେ ରାଣୀଙ୍କର ନଜର କେନ୍ଦ୍ରପଡା ସାଂସଦ ତଥା ଓଡିଆ ସୁପରଷ୍ଟାର ଅନୁଭବଙ୍କ ଉପରେ ପଡିଛି । ଗତ ୨ ଦିନ ତଳେ ଅନୁଭବର ଜନ୍ମ ଦିନ ଯାଇଛି ।

ସେହି ଜନ୍ମଦିନର ଅବସରରେ ଅନୁଭବ ନିଜର ଏକ ମତ ଓଡିଶାବାସୀଙ୍କୁ ଶେୟାର କରିଥିଲେ । ଯେ ଯେଉଁ ଦିନ ତାଙ୍କର ଡିଭୋର୍ସ ହେବ ସେ ପୁଣି ଥରେ ପୁନର ଜନ୍ମ ପାଇକି ପୁଣି ଥରେ ଭଲ ଭାବରେ ଜନ୍ମ ଦିନ ପାଳନ କରିବେ । ତେବେ ଏହି କଥାରେ ରାଣୀ ମଧ୍ୟ ନିଜର ଜବରଦସ୍ତ ମନ୍ତବ୍ୟ ରଖିଛନ୍ତି । ଏହା କି ଯେ ଯଦି ଅନୁଭବ ରାଜି ହେବେ ତାଙ୍କ ସହିତ ମୁଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ରାଜି ଅଛି ।

କାରଣ ସେ ଅନୁଭବର ବହୁତ ବଡ ଫ୍ୟାନ ବୋଲି ସେ ନିଜକୁ ସମସ୍ତଙ୍କ ଆଗରେ ବଖାଣୀ ଛନ୍ତି । ଏହା ସହିତ ଆଜି ହଟାତ ରାଣୀ ନିଜ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଏକ ଦୁଲହନ ଫୋଟ ସହିତ ଅନୁଭବଙ୍କର ବରବେଶ ଫୋଟକୁ ଯୋଡି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଫୋଟକୁ ପୋଷ୍ଟ କରିବା ସହିତ ରାଣୀ ଏହା ମଧ୍ୟ ଲେଖିଛନ୍ତି , ଯେ ଆମ ଦୁହିଙ୍କର ଯୋଡି କିପରି ଲାଗୁଛି ?

ତେବେ ଯାତ୍ରା ଆଇଟମ ଗାର୍ଲଙ୍କର ଅନୁଭବଙ୍କ ସହିତ ଫୋଟରେ ଯୋଡିକୁ ଦେଖି ବହୁତ ଲୋକ ବହୁତ ପ୍ରକାର କମେଣ୍ଟ ମଧ୍ୟ କରିଛନ୍ତି । କିଏ କହିଛନ୍ତି ରାଣୀ ଙ୍କର ଜାତି ବ୍ରାହ୍ମଣ ଓ ଅନୁଭବଙ୍କର କରଣ ତେବେ କିପରି ହେବ ବାହାଘର ! ଆଉ କିଏ କହିଛି ଅନୁଭବଙ୍କ ସହିତ ରାଣୀ ପଣ୍ଡାଙ୍କ ଯୋଡି ମସ୍ତ ହୋଇଛି ।

ତେବେ ଅନୁଭବଙ୍କର ବର ବେଶ ଫୋଟରେ ରାଣୀଙ୍କର ବୋହୁ ବେଶର ଜଏଣ୍ଟ ଫୋଟକୁ ଓଡିଶାବାସୀଙ୍କର ଅନେକ କିଛି ରୋଚକପୂର୍ଣ୍ଣ ମନ୍ତବ୍ୟଶୁଣିବାକୁ ମିଳିଛି । କାରଣ ରାଣୀ ପଣ୍ଡାଙ୍କର କହିବା ଅନୁସାରେ ଅନୁଭବ ବାଳୁଙ୍ଗା ଟୋକା ହୁଅନ୍ତୁ କି ମେଟ୍ରିକ ଫେଲ ହୁଅନ୍ତୁ । ମୋ ପାଇଁ ଅନୁଭବ ସୁପର ଓ ଝକାଶ ସୁପରଷ୍ଟାର ।

ଏହା ସହିତ ରାଣୀ ପଣ୍ଡା ଅନୁଭବଙ୍କର ଡିଭୋର୍ସ ହେବା ଦିନକୁ ଚାତକ ଭଳି ଅନାଇ ବସିଛନ୍ତି । କାରଣ ରାଣୀଙ୍କର କହିବା ଅନୁସାରେ ସେ ଅନୁଭବଙ୍କର ଡିଭୋର୍ସ ପରେ ତାଙ୍କ ଜନ୍ମ ଦିନକୁ ସେ ଖୁବ ଧୂମଧାମରେ ପାଳନ କରିବେ ବୋଲି ସୋସିଆଲ ମିଡିଆରେ ନିଜର ମନ୍ତବ୍ୟ ଶେୟାର କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *