Vastu Shastra- ଆଲମାରୀରେ ଭୁଲରେ ବି ରଖନ୍ତୁ ନାହିଁ ଏହି 4ଟି ଜିନିଷ , ହେବ ସର୍ବନାଶ

ବନ୍ଧୁଗଣ ଆଜି କାଲି ଦୁନିଆ ରେ ପଇସା ବହୁତ ମୂଲ୍ୟବାନ ଜିନିଷ ଆଟେ। ଆପଣଙ୍କର ପକେଟ ରେ ପଇସା ଅଛି ତ ଆପଣଙ୍କର ଆତ୍ମବିଶ୍ବାସ ଭରି ରହିଥାଏ । ଏହି କାରଣ ପାଇଁ ମଣିଷ ଦିନ ରାତି ପରିଶ୍ରମ କରିବାରେ ଲାଗି ରହିଥାଏ । ଅଧିକାଂଶ ଲୋକ ପଇସା କମାଇବା ପରେ ତାହାକୁ ସଞ୍ଚୟ କରିବା ପସନ୍ଦ କରିଥାନ୍ତି । ଏମିତିରେ ସଞ୍ଚୟ କରିଥିବା ପଇସା ଲୋକ ବ୍ଯାଙ୍କ କିମ୍ବା ଆଲମାରୀରେ ରଖିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ଆପଣ ବ୍ଯାଙ୍କ ରେ ଲକ୍ଷ ଲକ୍ଷ ଟଙ୍କା ରଖି ପାରନ୍ତି ମାତ୍ର ଜରୁରୀ ସମୟ ରେ ଦରକାର ପାଇଁ ଆଲମାରୀ ରେ କ୍ୟାସ ରଖିବା ଜରୁରୀ ଆଟେ ।

ବହୁତ ଲୋକ ଏଠାରେ ନିଜ ଗହଣା ରଖିବା ମଧ୍ୟ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଏପରି କିଛି ଜିନିଷ ଯଦି ଆଲମାରୀ ରେ ରଖୁଛନ୍ତି ତା ହେଲେ ଆପଣଙ୍କର ସମ୍ପତି କମିବାର ଆଶା ରହିଥାଏ । ପଇସାର ମାମଲାରେ ଭାଗ୍ୟ ଆପଣକଂର ସାଥ ନ ଦେଇପାରେ ଓ ଧନ ର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲି ଯାଇ ପାରନ୍ତି । ତେବେ ଆସନ୍ତୁ ଜାଣିବା ଏଇ 4ଟି ଜିନିଷ କଣ ଅଟେ ।

1. ମଇଳା କପଡା:

ଘର ର ଆଲମାରୀ ରେ ସବୁବେଳେ ନୂଆ ସଫା ସୁତୁରା ଓ ଧୁଆ ଯାଇଥିବା କପଡା ରଖନ୍ତୁ । ମଇଳା ଓ ଗନ୍ଧ ବାହାରୁଥିବା କପଡାକୁ ଆଲମାରୀ ରୁ ଦୁରେଇ ରଖନ୍ତୁ। ଏହି କପଡା ଗୁଡିକ ଆଲମାରୀ ରେ ପଡି ପଡି ବହୁତ ଖରାପ ପ୍ରଭାବ ପକାଇଥାଏ । ଯାହାର ପ୍ରଭାବ ଆଲମାରୀ ରେ ଥିବା ପଇସା ଉପରେ ପଡିଥାଏ । ଯାହା ଫଳରେ ଆଲମାରୀ ରେ ଥିବା ଟଙ୍କା ଖୁବ ଶୀଘ୍ର ସରିବାରେ ଲାଗିଥାଏ ।

2. ଫାଟି ଯାଇଥିବା କପଡା:

କିଛିଲୋକ ଫଟା ଏବଂ ପୁରୁଣା କପଡା ଆଲମାରୀ ରେ ବର୍ଷ ବର୍ଷ ଧରି ରଖିଥାନ୍ତି କିନ୍ତୁ କାହାକୁ ହେଲେ ଦିଅନ୍ତି ନାହିଁ । ଭଲ ହେବ କି ଆପଣ ଫଟା କପଡା କୁ ସିଲେଇ କରନ୍ତୁ ବା ଏଗୁଡ଼ିକୁ ଆଉ କେଉଁଠି ରଖିଦିଅନ୍ତୁ । କପଡା ବହୁତ ପୁରୁଣା ହୋଇଗଲେ ତାକୁ ଟଙ୍କା ପଇସା ସହ ରଖନ୍ତୁ ନାହିଁ । ଏହାକୁ ଅନ୍ୟ କିଛି ଆଲମାରୀ କିମ୍ବା ବାକ୍ସରେ ରଖି ଦିଅନ୍ତୁ।

3. ଧୂଳିମାଟି ଏବଂ ବୁଢିଆଣି ଜାଲ:

ଘର ର ଆଲମାରୀ କୁ ସବୁବେଳେ ସଫା ସୁତୁରା ରଖନ୍ତୁ । ଏଠାରେ କବେ ହେଲେ ଧୂଳି,ମାଟି କିମ୍ବା ବୁଢିଆଣି ଜାଲ ହେବାକୁ ଦିଅନ୍ତୁ ନାହିଁ । ଯେମିତି କି ଆପଣ ଜାଣିଛନ୍ତି ମାତା ଲଷ୍ମୀ ସବୁବେଳେ ସଫାସୁତୁରା ଜାଗାରେ ରହିବାକୁ ପସନ୍ଦ କରିଥାନ୍ତି । ଏହିସବୁ ଜିନିଷ ଖରାପ ଶକ୍ତି ଉତ୍ପନ୍ନ କରିଥାଏ ଓ ମାତାଲଷ୍ମୀ ଏହାକୁ ପସନ୍ଦ କରନ୍ତି ନାହିଁ । ତେଣୁ ଆପଣ ନିଜ ଘର ଓ ଆଲମାରୀ କୁ ସବୁବେଳେ ସଫାସୁତୁରା ରଖନ୍ତୁ।

4. କଳାରଙ୍ଗ ର ବସ୍ତୁ:

ଆପଣ ଆଲମାରୀ ରେ ଯୋଉଠି ପଇସା ରଖୁଛନ୍ତି ସେଠାରେ କଲା ରଙ୍ଗ ର କିଛି ବସ୍ତୁ ରଖନ୍ତୁ ନାହିଁ । ଆପଣ କଳା ରଙ୍ଗ ର ପର୍ସ ରେ କେବେ ହେଲେ ପଇସା ରଖନ୍ତୁ ନାହିଁ। ଏହି କଳା ରଙ୍ଗ କେବେହେଲେ ପଇସାକୁ ବଢାଇବାକୁ ଦିଏ ନାହିଁ କାରଣ ଏହି କଳା ରଙ୍ଗରେ ମଧ୍ୟ ନକରାତ୍ମକ ଶକ୍ତି ରହିଥାଏ । ଆପଣ ଯଥା ସମ୍ଭବ ଲାଲ କିମ୍ବା ହଳଦିଆ କପଡା ରେ ଗୁଡ଼ାଇ ନିଜ ପଇସା କୁ ଆଲମାରୀ ରେ ରଖନ୍ତୁ ଏହା ଦ୍ୱାରା ଆପଣକଂର ଧନ ସମ୍ପତ୍ତି ରେ ବୃଦ୍ଧି ହୋଇଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *