Vastu Tips- ଅକ୍ଷୟ ତୃତୀୟା (15 May) ଘରକୁ ନେଇ ଆସନ୍ତୁ ଏହି 3 ଟି ଜିନିଷ, ମା’ ଲକ୍ଷ୍ମୀ ସ୍ଵୟଂ ଆସିବେ ଆପଣଙ୍କ ଘରକୁ

ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି କୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ତିଥି କିମ୍ବା ଦିନ ଟି ଅତ୍ୟନ୍ତ ଶୁଭ ହୋଇ ଥାଏ । ଏହି ଦିନରେ ଦାନ କର୍ମ କଲେ ତାହା ବହୁତ ପୁଣ୍ୟ ହୋଇ ଥାଏ ବୋଲି କୁହାଯାଏ । ଏହି ଦିନ କୌଣସି ବି କାର୍ଯ୍ୟ କରିବାର କିମ୍ବା କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ଶୁଭ ଦିନ ହୋଇ ଥାଏ । ଏହି ଅକ୍ଷୟ ତୃତୀୟା ଦିନ କୁ ସର୍ବାତ ସିଦ୍ଧି ଯୋଗ କାରକ ବୋଲି କୁହା ଯାଇଥାଏ ।

ଏହି ଦିନ ର ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଶୁଭ ଏବଂ ପବିତ୍ର ତେଣୁ ଏହି ଦିନ ଯେ କୌଣସି କାର୍ଯ୍ୟ କିମ୍ବା ଅନୁକୂଳ କଲେ ତାହା ବହୁତ ଶୁଭ ହୋଇ ଥାଏ ଏବଂ ସେ କାର୍ଯ୍ୟ ର ଶୁଭ ଫଳ ମଧ୍ୟ ମିଳି ଥାଏ । ଅକ୍ଷୟ ଅର୍ଥାତ ଯାହାର କ୍ଷୟ ହୁଏ ନାହିଁ । କିମ୍ବା ତାହା କେବେବି ସରେ ନାହିଁ ଅନନ୍ତ ସମୟ ପର୍ଯ୍ୟନ୍ତ ରହିଥାଏ ।

ତୃତୀୟା ଅର୍ଥାତ ମାସ ର ତୃତୀୟ ତିଥି ଅଟେ । ତେଣୁ ଏହାର ନାମ ଅକ୍ଷୟ ତୃତୀୟା ରହି ଅଛି । ଏହି ଦିନ ଘର ପ୍ରତିଷ୍ଠା କରିବା, କିମ୍ବା ନୂତନ ଗାଡି କୁ ଘରକୁ ଆଣିବା, ସୁନା କୁ ଘରକୁ ଆଣିବା । ଆଦି ବହୁତ ଶୁଭ ହୋଇଥାଏ । ମାନ୍ୟତା ରହିଛି କି ଭଗବାନ ବିଷ୍ଣୁ ଙ୍କର ଷଷ୍ଠ ଅବତାର ପର୍ଶୁରାମ ଙ୍କର ଜନ୍ମ ହୋଇଥିଲା ।

ଏହା ସହିତ ମାତା ଗଙ୍ଗା ପୃଥିବୀ କୁ ପଦାର୍ପଣ କରିଥିଲେ । ଏହି ଦିନ ଶ୍ରୀ ହରି ଙ୍କ ପୂଜା କଲେ କୌଣସି ବି ନକରାତ୍ମକ ଉର୍ଜା କିମ୍ବା ଶକ୍ତି ଆପଣ ଙ୍କ ପାଖକୁ ଏବଂ ଘରକୁ ପ୍ରବେଶ କରି ପାରି ନ ଥାଏ । ଏହି ଦିନ ଶ୍ରୀ ଜଗନ୍ନାଥ ଙ୍କ ରଥ କାଠ ଅନୁକୂଳ ହୋଇ ଥାଏ । ଏବଂ ଚାଷୀ ଭାଇ ମାନେ ପୂଜା ପାଠ କରି ଥାଆନ୍ତି ଏବଂ ଶସ୍ଯ ବୁଣିବା ଆରମ୍ଭ କରି ଦେଇଥାନ୍ତି । ଏହି ଦିନ ଘରକୁ କିଛି ଜିନିଷ ଆଣିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଏଵଂ ଧନ ର ମଧ୍ୟ ପ୍ରାପ୍ତ ହୋଇ ଥାଏ ତେବେ ଆସନ୍ତୁ ଜାଣିନେବା କି ସେହି ଜିନିଷ ଗୁଡିକ କଣ ।

୧- ପ୍ରଥମ ଜିନିଷ ହେଉଛି ମାତା ଲକ୍ଷ୍ମୀ ଙ୍କ ପାଦୁକା ଦ୍ୱୟ । ଅକ୍ଷୟ ତୃତୀୟା ଦିନ ସୁନା ର କିମ୍ବା ରୁପା ର ମାତା ଲକ୍ଷ୍ମୀ ଙ୍କ ପାଦୁକା ଦ୍ୱୟ ଆଣିବାର ନିୟମ ରହିଛି । ଏହା ଦ୍ୱାରା ଘରେ ଧନ ରତ୍ନ ସହିତ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

୨- ଦ୍ଵିତୀୟ ରେ ହେଉଛି କଉଡ଼ି । ମାତା ଲକ୍ଷ୍ମୀ ଙ୍କ ର କଉଡ଼ି ହେଉଛି ବହୁତ ପ୍ରିୟ । ଏହି ଦିନ କିଛି କଉଡ଼ି ଆଣି ହଳଦୀ ଏବଂ କେଶର ରେ ଗୋଳାଇ ପୂଜା ସ୍ଥାନରେ ରଖିଲେ ଏହାର ନିୟମିତ ପୂଜା ନିଶ୍ଚିତ କରନ୍ତୁ । ଏହା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ ।

୩- ତୃତୀୟ ରେ ହେଉଛି ନଡ଼ିଆ । ନଡ଼ିଆ କୁ ଶ୍ରୀ ଫଳ ମଧ୍ୟ କୁହାଯାଏ । ଏକ ଆଖିଆ ନଡ଼ିଆ କୁ ଏହି ଦିନ ଘରକୁ ଆଣି ଠାକୁର ଙ୍କ ଘରେ ସ୍ଥାପନ କରନ୍ତୁ ଏବଂ ନିୟମିତ ଭାବେ ପୂଜା ଅର୍ଚ୍ଚନା କରନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ର ଅଶେଷ କୃପା ରହିଥାଏ ଏଵଂ ଘରେ ସୁଖ ଶାନ୍ତି ଧନ ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇ ଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *