ଅକଳରେ ପଡିଲେ ସରକାର…କଣ ଭାବିଥିଲେ କଣ ହେଲା ? ଆଉ ରହିଲାନି ସରକାରଙ୍କ ଉପରେ ଭରସା !

ସରକାରଙ୍କ ଉପରେ ରହିଲା ନାହିଁ ଭରଷା ! ଡ୍ରାଇଭର ମହାସଂଘ କରିପାରୁନି ବିଶ୍ବାସ ! ତେବେ ମାର୍ଚ ୧୫ ତାରିଖ ଠାରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ବଳବତ୍ତର ରହିଛି । ଓଡିଶାର ସ୍ଥାନେ ସ୍ଥାନେ ଡ୍ରାଇଭର ଭାଇ ମାନେ ନିଜର ପସରା ମିଳାଇ ଆନ୍ଦୋଳନରେ ରତ ହୋଇ ବସିଛନ୍ତି । ତେବେ ଆନ୍ଦୋଳନର ମାହୋଲକୁ ବନ୍ଦ କରିବା ପାଇଁ ଏହା ସହିତ ପୂର୍ବ ଭଳି ସ୍ଵାଭାବିକ ପରିସ୍ଥିତି ଆଣି ରାସ୍ତାରେ ପୁଣି ଗାଡିମଟର ଚଳାଚଳ କରିବା ପାଇଁ ସରକାର ଲିଖିତ ଆକାର ଡ୍ରାଇଭରଙ୍କୁ ଜଣାଇଛନ୍ତି ।

ଯେ ଆସନ୍ତା ୩ ମାସ ଭିତରେ ଡ୍ରାଇଭରଙ୍କ ସରକାରଙ୍କ ନିକଟରେ ରହିଥିବା ଦାବୀ ଗୁଡିକ ପୂରଣ କରାଯିବ । ତେବେ ଡ୍ରାଇଭର ମାନେ କିନ୍ତୁ ସରକାରଙ୍କର ଏହି ଲିଖିତ ପ୍ରତିଶ୍ରୁତି ପାଇଁ ସନ୍ତୋଷବୋଧ ପ୍ରକାଶ କରିନାହାନ୍ତି । କି ଆନ୍ଦୋଳନରୁ ଅହରୀ ନାହାନ୍ତି । ତେବେ ବହୁ ଡ୍ରାଇଭରଙ୍କ କହିବା ଅନୁଯାଇ ଆଗରୁ ଏହିଭଳି ଅନେକ ପ୍ରତିଶ୍ରୁତି ମିଳିଛି । ଏବେ ପୁଣି ଲିଖିତ ଆକାରରେ ସେହି ପ୍ରତିଶ୍ରୁତି ମିଳୁଛି ।

ସେ ପୁଣି ୩ ମାସ ପରେ ଦାବୀ ପୂରଣ କରାଯିବାକୁ ସରକାର ଜଣାଇଛନ୍ତି । ତେବେ ଏହି ପ୍ରତିଶ୍ରୁତି ପୁଣି ଥରେ ପ୍ରତିଶ୍ରୁତିରେ ରହିଯିବ ବୋଲି ଡ୍ରାଇଭର ସଂଘ ମତ ରଖିଛନ୍ତି । ତେଣୁ ସରକାର ଯଦି ସତରେ ଡ୍ରାଇଭର ମାନଙ୍କ ଆନ୍ଦୋଳନକୁ ସ୍ଵାଭାବିକ ପରିସ୍ଥିତି ଆଣିବାକୁ ଚାହୁଁଥାନ୍ତି । ଏହା ସହ ଗାଡି ଚଳାଚଳ କରିବା ପାଇଁ ଚାହୁଁଥାନ୍ତି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଆସି ଏହି କଥା ଜଣାଇବା ଦରକାର ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଯଦି ଘୋଷଣା କରି ନିଜସ୍ୱ ପ୍ରତିକ୍ରିୟା ରଖି କହିବେ । ଏହା କି ଯେ ଡ୍ରାଇଭର ମହାସଂଘର ଯେଉଁ ସବୁ ଦାବୀ ଗୁଡିକ ରହିଛି । ତାହାକୁ ପୂରଣ ବହୁ ଶୀଘ୍ର ଏକ ନିର୍ଦ୍ଧିଷ୍ଟ ସମୟ କାଳ ମଧ୍ୟରେ ପୂରଣ କରାଯିବ । ତେବେ ଯାଇ ଷ୍ଟିୟରିଂ ଛାଡ ଆନ୍ଦୋଳନରୁ ଡ୍ରାଇଭର ମାନେ ଓହରିବେ । ନଚେତ ସେହିପରି ଦିନକୁ ଦିନ ଗଡି ଚାଲିଲେ ବି ଆନ୍ଦୋଳନକୁ ବନ୍ଦ କରାଯିବ ନାହିଁ ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ମିଳିଛି ।

ତେବେ ଡ୍ରାଇଭର ମାନଙ୍କ ଏଭଳି ମତ ଉପରେ ସରକାର କଣ ପ୍ରତିକ୍ରିୟା ରଖିବେ ତାହା ଦେଖିବାକୁ ବାକି ରହିଲା । ଆମ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *