ସରକାରଙ୍କ ଉପରେ ବର୍ଷିଲେ ମହିଳା, କହିଲେ ‘ସରକାର କାଲା ନା ଅନ୍ଧ, କାହିଁକି ଆମକୁ ବାରମ୍ବାର ଏପରି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସରକାର କାଲା ନା ଅନ୍ଧ ! ତେବେ ଏପରି କିଛି କଟୁପୂର୍ଣ୍ଣ ମନ୍ତବ୍ୟ ଦେଲେ ନିଜର ପେଟପାଟଣା ପାଇଁ ରୋଡସାଇଡରେ ବସୁଥିବା ଉଠା  ବ୍ୟବସାୟୀ । ତେବେ ରାଜମହଲ ଏବଂ କଳ୍ପନା ଛକ ରାସ୍ତା ଅବରୋଧ କରିଲେ ଉଠା ଦୋକାନୀ । ଭୁବନେଶ୍ବରର ମଝି ରାସ୍ତାରେ ବସି ଉଠା ଦୋକାନୀଙ୍କ ଆନ୍ଦୋଳନ । ଉତ୍ତେଜିତ ହୋଇ ଉତ୍ତର ଦେଲେ ସରକାର କଣ କାଲା ନା ଅନ୍ଧ । ସେ କଣ ଜାଣିପାରୁନାହାନ୍ତି ।

ଆମ ଭଳି କିଛି ଗରିବ ଲୋକ ମେନ୍ ରାସ୍ତା ଠାରୁ ୨୫ ରୁ ୩୦ ଫୁଟ୍ ଛାଡିକି ଉଠା ଦୋକାନୀ ଯେଝା ଯାହାର କରିଛନ୍ତି । ଆମେ ତ ରୋଡକୁ ଲଗେଇକି କିଛି ଦୋକାନ ବଜାରର ପସରା ମେଲେଇନୁ । ହେଲେ ବାରମ୍ବାର ଉଠା ଦୋକାନୀଙ୍କର ବ୍ୟବସାୟରେ ବାଧା ସୃଷ୍ଟି କରାଯାଉଛି । ଯିଏ ଯେଉଁ ଭିଆପୀ ଲୋକର ଗାଡି ଆସୁଛି । ଉଠା ଦୋକାନକୁ ଭାଙ୍ଗିବା ପାଇଁ କହୁଛନ୍ତି । ଦିନକୁ ୩ ରୁ ୪ ଥର କରି ଦୋକାନକୁ ହଟେଇ ଦେଉଛନ୍ତି । ଯଦି ଏପରି ହେବ ।

ତେବେ ଗରିବ ଲୋକ ବ୍ୟବସାୟ କଣ କରିବେ । ଆଉ ଯଦି ରୋଜଗାର ନକରିବେ ଖାଇବେ କଣ ନିଜର ଘର ପରିବାର ପ୍ରତିପୋଷଣ କିପରି କରିବେ ବୋଲି ସରକାରଙ୍କୁ ଟାର୍ଗେଟ କରି ଉଠା ଦୋକାନୀ ମାନେ ନିଜର ଉତ୍ତେଜିତପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ତେବେ ସୂଚନା ମୁତାବକ ଭୁବନେଶ୍ବରର ରାଜରାସ୍ତା ଉପରେ VIP ବାବୁ ମାନଙ୍କର ଯେତେବେଳେ ଗାଡି ଆସିଥାଏ । ସେତେବେଳେ ରାସ୍ତା କଡରେ ବସିଥିବା ଦୋକାନ ଗୁଡିକୁ ଉଠାଇବା ପାଇଁ କୁହାଯାଇଥାଏ ।

ତେବେ ଗତ କିଛି ମାସ ତଳେ ମଧ୍ୟ ହକି ଖେଳ ପାଇଁ ଉଠା ଦୋକାନୀ ମାନଙ୍କୁ ରାସ୍ତା କଡରେ ବସେଇବା ପାଇଁ ମନା ମଧ୍ୟ କରିଦେଇଥିଲେ । ତେବେ ଏବେ ତ ହକି ଖେଳ ମଧ୍ୟ ସରିଗଲାଣି । ହେଲେ ବାରମ୍ବାର ଉଠା ଦୋକାନୀ ମାନଙ୍କୁ ପୋଲିସ ବାବୁ ମାନେ ଦୋକାନ ଉଠାଇବାକୁ କହିଲେ । ପୁଣି ଛୋଟମୋଟ ବିଜିନେସ କରି ଯେଉଁ ମାନେ ନିଜର ପରିପାର ପୋଷୁଛନ୍ତି ।

ସେମାନେ ଆଉ କଣ କରିବେ ବୋଲି କହିଛନ୍ତି ? ଯେଉଁ କାରଣରୁ ଉତ୍ତେଜିତ ହୋଇ ଭୁବନେଶ୍ବରର କିଛି ଉଠା ଦୋକାନୀ ଭୁବନେଶ୍ବରର ବିଚ ରାସ୍ତାରେ ଧାରଣା ଦେଇ ସରକାରଙ୍କୁ ନିଜର ଗୁହାରୀ ଶୁଣାଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *