ଆଖିରୁ ବହିଚାଲିଛି ଧାରଧାର ଲୁହ, ମା’ ଚାଲିଗଲା ପରେ ପାଠ ପଢିବା ପାଇଁ ଦୋକାନ କରୁଛି, ଦେଖନ୍ତୁ ପୁଅ ଚନ୍ଦନର ହୃଦୟ ବିଦାରକ କାହାଣୀ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଆଖିରୁ ବହିଚାଲିଛି ଧାରଧାର ଲୁହ , ମା ଚାଲିଗଲା ପରେ ବି ସେ ହାରମାନିନି , ଦୋକାନ ପଇସାରେ ପାଠ ପଢୁଛି । ହଁ ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କୁ ଏହି କୁନି  ପୁଅ ବିଷୟରେ କହୁବୁ  ଯିଏ କି ଅଳ୍ପ ବୟସରେ ମାଆ କୁ ହରାଇଛି କିନ୍ତୁ କେବେ ବି ହାର ମାନିନି । ପିଲାଟିର ନାଁ ହେଉଛି ଚନ୍ଦନ କୁମାର ବିଷୋଇ ସେ ଦଶମ ଶ୍ରେଣୀରେ ପାଠ ପଢେ ।  ସେ ଚାରି ବର୍ଷର ଥିବା ବେଳେ ମା ‘ ଙ୍କ ଦେହହାନ୍ତ ହୋଇଯାଇଥିଲା ।

ପରେ ବାପା ଦ୍ଵିତୀୟ ବିବାହ କରି ସାବତ ମା ‘ ଙ୍କୁ ନେଇକି ଆସିଥିଲେ । ସାବତ ମା ସିନା ଆସିଲେ କିନ୍ତୁ ସେ ମା ‘ ସ୍ଥାନକୁ କେବେବି ପୁରା କରିପାରିଲେ ନାହିଁ । ଚନ୍ଦନ ଏବେ ବି ମା ‘ ଙ୍କୁ ମନେ ପକାଇ ଆଖିରୁ ଧାର ଧାର ଲୁହ ଝରାଉଛନ୍ତି । ସତରେ ମାଆ ବୀନା ପିଲାର ଜୀବନ ଅଧୁରା ହୋଇଯାଏ । ସାବତ ମା ‘ ତା ପୁଅକୁ ଅଧିକ ଭଲ ପାଇବା ଦେଇଥାଏ ବରଂ ଚନ୍ଦନ ଯେଉଁ ଭଲ ପାଇବା ଆଶା କରେ  କେବେବି ମିଳିନଥାଏ ।

ତେବେ ସେ ପାଠପଢିବାକୁ ବହୁତ ପସନ୍ଦ କରେ  ତେଣୁ ରାସ୍ତା କଡରେ ଛୋଟ ଦୋକାନ ଟିଏ କରି ବ୍ୟାପାର କରୁଛନ୍ତି । ବାଲୁଗା ଅଞ୍ଚଳରେ ରହୁଥିବା ଚନ୍ଦନ ବାପାଙ୍କ କଥା ମାନି ଦୋକାନ କରି ସେଥିରୁ ଆସୁଥିବା ପଇସାରୁ ପାଠପଢା ପାଇଁ ଆବଶ୍ୟକ ବହି,ପେନ , ପେନସିଲ ଆଦିକୁ କିଣନ୍ତି । ମାତ୍ର ସେ ତାଙ୍କ ମା ‘ ସବୁବେଳେ ଝୁରନ୍ତି ଯଦି ମା ଥାନ୍ତେ ତେବେ ତାଙ୍କୁ ପ୍ରେମରେ ଖୁଆଇ ସବୁପିଲାମାନଙ୍କ ପରି ସ୍କୁଲ ପଠାଇଥାନ୍ତେ ।

ଜୀବନରେ ଏତେ ସଙ୍ଗର୍ଷରେ ବି ଚନ୍ଦନ ପାଠପଢିବା ପ୍ରତି ଆଗ୍ରହ ଦେଖାଉଛନ୍ତି । ସେ କହୁଛନ୍ତି ମୁଁ କେବେ ଖେଳିବାକୁ ପସନ୍ଦ କରେ ନାହିଁ କାରଣ ମୁଁ ଜାଣିଛି ଖେଳିବାରେ କୋଣସି ଲାଭ ମିଳିନଥାଏ । ତେଣୁ  ସେ ପାଠପଢିବାରେ ଅଧିକ ସମୟ ଦେଇଥାନ୍ତି । ଚନ୍ଦନଙ୍କ ଇଛା ଯେ ସେ ଦୋକାନକୁ ବଡ କରିବେ ଓ ଭଲ ପାଠପାଢୀ ଚାକିରୀ କରିବେ ।

ସେ କହିଛନ୍ତି କି ଜୀବନରେ କେବେବି ହାରମାନିବେ ନାହିଁ ଓ ପାଠ ପ୍ରତି ମନଯୋଗୀ  ହେବେ ।  ଯଦି କେହି ଟଙ୍କା ସାହାଯ୍ୟ କରନ୍ତି ତେବେ ସେ ଆଗକୁ ପାଢିପାରିବ ।  ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ , ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *