ଜାଣନ୍ତୁ ସ୍ଵର୍ଗତଃ ଅଜିତ ଦାସଙ୍କର ସମ୍ପତି ଓ ପରିବାର ବିଷୟରେ ଓ କିପରି ଥିଲା ତାଙ୍କର ଫିଲ୍ମ କ୍ୟାରିୟର

ବନ୍ଧୁଗଣ ଏହି ବର୍ଷ ବହୁତ ଗୁଡିଏ ଦୁଃଖମୟ ଖବର ଶୁଣିବାକୁ ମିଳିଛି । ଏହା ସହିତ ଗତ କାଲି ଓଲିଉଡ ଅଭିନେତା ଅଜିତ ଦାସଙ୍କ ମୃତ୍ୟୁ ଘଟିଛି । ଅଜିତ ଦାସ ଥିଲେ ଜଣେ ନାଟ୍ଯ ଅଭିନେତା ଓ ନିର୍ଦେଶକ । ଫିଲ୍ମରେ ଅଭିନୟ କରିବା ସହିତ ଡ୍ରାମା ସ୍କୁଲର ଶିକ୍ଷକ ମଧ୍ୟ ଥିଲେ ଅଜିତ ଦାସ । ଅଜିତ ଦାସଙ୍କ ମୃତ୍ୟୁ ହେବା ପରେ ସମସ୍ତ ଓଡିଶା ବାସୀ ସମେତ ତାଙ୍କ ପରିବାର ଲୋକ ବହୁତ ଦୁଃଖ ଅନୁଭବ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଜିତ ଦାସଙ୍କ ସମ୍ପତି ଓ ପରିବାର ଲୋକଙ୍କ ବିଷୟରେ କହିବୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୨୦ ଜାନୁୟାରୀ ୧୯୪୯ରେ ଜନ୍ମ ଲାଭ କରିଥିଲେ ଅଜିତ ଦାସ । ଅଜିତ ଦାସଙ୍କ ଜନ୍ମ ସ୍ଥାନ ହେଉଛି ମୟୂରଭଞ୍ଜର କରଞ୍ଜିଆ ସ୍ଥାନର, ଅଜିତ ଦାସଙ୍କ ସ୍ତ୍ରୀଙ୍କର ନାମ ହେଉଛି ମାୟା ଦାସ ଯାହାଙ୍କୁ ସେ ପ୍ରେମ ବିବାହ କରିଥିଲେ । ଏହା ସହିତ ଅଜିତଙ୍କର ଏକ ଝିଅ ମଧ୍ୟ ଅଛନ୍ତି ଯିଏ ବିବାହ କରି ଦୁଇଟି ପିଲାର ମା ହୋଇସାରିଛନ୍ତି ।

ବଡ ବାପା ସୁଧୀର ଚନ୍ଦ୍ର ଦାସଙ୍କ ଠାରୁ ଅଜିତ ଅଭିନୟ ଶିଖି ଥିଲେ । ୧୦ମ ଶ୍ରେଣୀରେ ପଡିବା ସମୟରେ ସେ ଏକ ନାଟକ ‘ଝରା ବଉଳ’ରେ ଅଭିନୟ କରିଥିଲେ । ନାଟକ ପ୍ରତି ଅଜିତଙ୍କର ବେସ ଆଗ୍ରହ ଥିଲା ସେଥିପାଇଁ ସେ ରାଷ୍ଟ୍ର ନାଟ୍ଯ ମହାବିଦ୍ୟାଳୟକୁ ଶିକ୍ଷା ଗ୍ରହଣ କରିବା ପାଇଁ ଯାଇଥିଲେ । ଏହା ପରେ ସେ ୧୯୭୬ ମସିହାରେ ‘ସିନ୍ଦୁର ବିନ୍ଦୁ’ ଚଳଚିତ୍ର ପ୍ରଥମ ଥର ପାଇଁ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

ଖଳନାୟକ ରୁ ଅଭିନୟ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ନାୟକ, ଓ ଚରିତ୍ର ଅଭିନୟରେ ସେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ । କିନ୍ତୁ ସେ ସିନେମା ବ୍ଯତୀତ ନାଟକ ପ୍ରତି ଅଧିକ ଗୁରୁତ୍ଵ ଦେଇଥାନ୍ତି । ସିନେମାରେ ମଧ୍ୟ ତାଙ୍କ ଅଭିନୟ ବେସ ମନଛୁଆଁ ଅଟେ । ତୁଣ୍ଡବାଇଦ ରେ କମ ସମୟରେ ବଡ ଭାଇର ଭୂମିକା ଅଭିନୟ କରି ବି ସେ ଦର୍ଶକଙ୍କ ମନ ଚୁଇଁଥିଲେ ।

ଅଭିନୟ କରିବା ସହ ସେ ଜଣେ ଅଧ୍ୟାପକ ମଧ୍ୟ ଥିଲେ । ଅଜିତଙ୍କ ଜୀବନର ସବୁଠାରୁ ବଡ ସଫଳତା ଫିଲ୍ମ ଥିଲା ‘ହାକିମ ବାବୁ’ । ଏହି ଫିଲ୍ମ ପାଇଁ ସେ ରାଜ୍ୟ ପୁରସ୍କାର ମଧ୍ୟ ହାସିଲ କରିଥିଲେ । ଅଜିତ ଓଡିଶା ବାହାରେ ମଧ୍ୟ ଅନେକ ନାଟକ ପରିବେଷଣ କରିସାରିଛନ୍ତି । ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅଜିତ ଓ ନିଜ ଅଭିନୟ ଦ୍ଵାରା ସମସ୍ତ ଲୋକଙ୍କ ମାନଙ୍କୁ ଜିତି ସାରିଛନ୍ତି ଅଜିତ ।


ଅଜିତଙ୍କର ସମ୍ପତି ବିଷୟରେ କହିଲେ ତାଙ୍କ ନିଜର ଡ୍ରାମା ସ୍କୁଲ, ଫିଲ୍ମ ଥିଏଟର ଓ ତାଙ୍କର ଏକ ଆଲିଶାନ ଘର ରହିଛି । ଏହା ସହିତ ଅଜିତଙ୍କର ଦୁଇଟି ଲକ୍ଜରୀ କାର ମଧ୍ୟ ରହିଛି । ଅଜିତଙ୍କର ସମୁଦାୟ ସମ୍ପତିର ମୂଲ୍ୟ ପାଖା ପାଖି୪୦ କୋଟିରୁ ଅଧିକ ହୋଇପାରେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *