ଅନୁଭବଙ୍କ ସହ ଛାଡପତ୍ର ପରେ ପ୍ରଥମ ଥର ପାଇଁ ବାବୁସାନଙ୍କ ସହ ଫିଲ୍ମ କରିବେ ବର୍ଷା ପ୍ରିୟଦର୍ଶିନୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ମହାନ୍ତିଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଦୁଇଜଣ କଳାକାର ଓଲିଉଡ ଜଗତରେ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଏହି ଦୁଇଜଣ ବିଭିନ୍ନ ଫିଲ୍ମ ମାଧ୍ୟମରେ ଦର୍ଶକ ମାନଙ୍କର ମନୋରଞ୍ଜନ କରିଛନ୍ତି । ହେଲେ ଏମାନେ କେବେ ଏକାଠି ହୋଇ କୌଣସି ଫିଲ୍ମରେ କାମ କରିନାହାନ୍ତି, ହେଲେ ବନ୍ଧୁଗଣ ବର୍ତ୍ତମାନ ବର୍ଷା ଅଭିନେତା ବାବୁସାନଙ୍କ ସହ ଫିଲ୍ମ କରିବାର ଖବର ମିଳିଛି ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବର୍ଷା ଓ ବାବୁସନ କେବେବି ଏକାଠି ହୋଇ କୌଣସି ଫିଲ୍ମରେ କାମ କରିନାହାନ୍ତି । ଏହାର ମୁଖ୍ୟ କାରଣ ହେଉଛି ବର୍ଷା ହେଉଛନ୍ତି ଓଲିଉଡ ଅଭିନେତା ଓ କେନ୍ଦ୍ରାପଡା ବିଧାୟକ ଅନୁଭବ ମହାନ୍ତିଙ୍କ ସ୍ତ୍ରୀ । ଅନୁଭବ ଓ ବାବୁସନଙ୍କ ମଧ୍ୟରେ କିଛି ବାଦବିବାଦ ରହିଥିଲା ଯେଉଁଥି ପାଇଁ ବର୍ଷା ଓ ବାବୁସନଙ୍କର କୌଣସି ଫିଲ୍ମ ନାହିଁ ।

ହେଲେ ଦର୍ଶକବନ୍ଧୁ ଆପଣ ମାନେ ଏହି କିଛି ଦିନର ଖବର ନିଶ୍ଚୟ ଶୁଣିଥିବେ ଯେ, ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବହୁତ ବାଦବିବାଦ ଦେଖାଯାଇଛି । ବର୍ଷା ଅନୁଭବଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନାର ଆରୋପ ଲଗାଇଛନ୍ତି । ଏହାଦ୍ବାରା ଅନୁଭବ ନିଜର ଟ୍ବିଟର ଆକାଉଣ୍ଟରେ ବର୍ଷାଙ୍କୁ ଏ ଜନ୍ମ କଣ ସାତ ଜନ୍ମ ପର୍ଯ୍ୟନ୍ତ ଗ୍ରହଣ କରିବେ ନାହିଁ ବୋଲି କହିସାରିଛନ୍ତି । ଅନୁଭବଙ୍କ ମତରେ ବର୍ଷା ତାଙ୍କ ଉପରେ ମିଛ ଆରୋପ ଲଗାଇଛନ୍ତି ।

ପୂର୍ବରୁ ଅନୁଭବ ବର୍ଷାଙ୍କୁ ଅନ୍ୟ କୌଣସି ଅଭିନେତା ସହ ଫିଲ୍ମରେ କାମ କରିବା ପାଇଁ ମନା କରିଥିଲେ । ଅନୁଭବଙ୍କର କଥା ମାନି ବର୍ଷା କାହା ସହ ଫିଲ୍ମ ମଧ୍ୟ କରିନାହାନ୍ତି । ହେଲେ ବର୍ତ୍ତମାନର ବିବାଦକୁ ଦେଖି ବର୍ଷା ମଧ୍ୟ କହିଛନ୍ତି, ତାଙ୍କୁ ଅନ୍ୟ ହିରୋ ମାନଙ୍କ ସହ କାମ କରିବା ପାଇଁ ବହୁତ ଇଛା ରହିଛି । ଯଦି ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ତଲାକ ହେବ ତାହାଲେ ବର୍ଷା ବାବୁସାନଙ୍କ ସହ ଫିଲ୍ମ କରିବେ ବୋଲି କହିଛନ୍ତି । ବାବୁସାନ ଓ ବର୍ଷା ଏକ ଭଲ ଷ୍ଟୋରିକୁ ନେଇ ଫିଲ୍ମ କରିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଆଗାମୀ ସମୟରେ ଏହା ନିଶ୍ଚୟ ଜଣା ପଡିଯିବ ଯେ ବର୍ଷା ପ୍ରିୟଦର୍ଶନୀ ବାବୁସାନଙ୍କ ସହ ଫିଲ୍ମ କରିବେ ନା ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଅଧିକ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *