ହଠାତ ଏକ ଅଜଣା ମହିଳା ଆସି Tapaswini ଙ୍କୁ ପିନ୍ଧେଇଲେ ଶଙ୍ଖା ସିନ୍ଦୁର, କିଏ ଏହି ମହିଳା ? ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ବନ୍ଧୁଗଣ ଗୋଟେ ମାସ ଧାରଣାରେ ବସିବା ପରେ ଏବେ ତପସ୍ଵିନୀଙ୍କୁ ଜନସାଧାରଣ ମାନଙ୍କର ସମର୍ଥନ ମିଳିଛି । ଜନସାଧାରଣଙ୍କ ସମର୍ଥନରେ ହିଁ ତପସ୍ଵିନୀ ନ୍ୟାୟର ଲଢେଇରେ ବିଜୟୀ ହେବେ । ପ୍ରଥମେ କିଛି ପଡୋଶୀ ମହିଳା ଧାରଣା ସ୍ଥଳକୁ ଯାଇ ସୁମିତଙ୍କ ପରିବାର ବିରୋଧରେ ଛିଡା ହୋଇଥିଲେ । ଏହା ପରେ ଧାରଣା ସ୍ଥଳରେ ସ୍ଥାନୀୟ ମହିଳା ମାନେ ଆସି ତପସ୍ଵିନୀଙ୍କୁ ସାହାସ ଦେଇଥିଲେ  ।

ଗତ କାଲି ଠାରୁ କେବଳ ମହିଳା ନୁହନ୍ତୁ ବନ୍ଧୁଗଣ ପୁରୁଷ ମାନେ ବି ତପସ୍ଵିନୀଙ୍କ ସମର୍ଥନ ପାଇଁ ଛିଡା ହୋଇଛନ୍ତି । ତପସ୍ଵିନୀଙ୍କ ଦୁଃଖରେ ଦୁଃଖୀ ହୋଇଛନ୍ତି ଗଞ୍ଜାମ ବାସୀ । ତେବେ ବନ୍ଧୁଗଣ ଲୋକମାନେ ହିଁ ତପସ୍ଵିନୀଙ୍କୁ ନ୍ୟାୟ ଦେଇପାରିବେ । ବର୍ତ୍ତମାନ ବହୁ ଦୂରରୁ ଲୋକମାନେ ତପସ୍ଵିନୀଙ୍କ ପାଖକୁ ଆସି ତାଙ୍କୁ ସାହାସ ଦେଉଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ତପସ୍ଵିନୀଙ୍କ ଧାରଣା ସ୍ଥଳୀର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ବିଷୟରେ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଅଜଣା ମହିଳା ତପସ୍ଵିନୀଙ୍କ ପାଖକୁ ଆସି ତାଙ୍କୁ ଶଙ୍ଖା ସିନ୍ଦୁର ପିନ୍ଧାଉ ଛନ୍ତି । ମହିଳା ଜଣକ ତପସ୍ଵିନୀଙ୍କୁ ଶଙ୍ଖା ସିନ୍ଦୁର ପିନ୍ଧାଇ କହୁଛନ୍ତି’ତପସ୍ଵିନୀ ତମ ତପସ୍ୟାରେ କଳିଯୁଗର କୃଷ୍ଣ ସ୍ଵୟଂ ନବୀନ ପଟ୍ଟନାୟକ ତମକୁ ନ୍ୟାୟ ଦେଇଛନ୍ତି ମା’ ।

ମହିଳା ଜଣକ ନିଜ ମୁହଁ ଲୁଚାଇ ଥିବାରୁ ତାଙ୍କର ପରିଚୟ ଠିକ ଭାବରେ ମିଳି ନାହିଁ ହେଲେ ଧାରଣା ସ୍ଥଳକୁ ଆସି ସେ ତପସ୍ଵିନୀଙ୍କୁ ବହୁତ ସାହାସ ଦେଇଛନ୍ତି । ତପସ୍ଵିନୀଙ୍କୁ ସିନ୍ଦୁର ଓ ଶଙ୍ଖା ପିନ୍ଧାଇବା ବେଳେ ଅଜଣା ମହିଳା ଜଣକ ଏକ ଗୀତ ମଧ୍ୟ ଗାଉଥିଲେ । ତେବେ ବନ୍ଧୁଗଣ ପ୍ରତିଦିନ ଏହି ମାମଲାରେ ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି ।

ବର୍ତ୍ତମାନ ତପସ୍ଵିନୀ ଓ ସୁମିତଙ୍କର ଅନେକ ଭିଡିଓ ଓ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ମାତ୍ର ଆଉ କିଛି ଘଣ୍ଟା ପରେ ଏହି ମାମଲାର ଶୁଣାଣି ସେସନ କୋର୍ଟରେ ହେବାକୁ ଯାଉଛି ତେବେ ତପସ୍ଵିନୀଙ୍କର ପୁରା ଭରସା ଓ ବିଶ୍ଵାସ ଅଛି ଯେ ତାଙ୍କୁ ନ୍ୟାୟ ମିଳିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *