ତାଲା ପାଇଁ ପାଲା ! Anubhav Mohanty ଙ୍କୁ ତାଲା ମାରିଲେ ପତ୍ନୀ Varsha Priyadarshini, ଭିଡ଼ିଓ କରି ଭାଇରାଲ କରିଦେଲେ ସାଂସଦ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ଲାଗିରହିଛି । କିଛି ମାସ ହେବ ଏହି ମାମଲା ଟିକେ ଶାନ୍ତ ପଡିଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ଭିଡିଓ । ଏହି ଭିଡିଓକୁ ସାଂସଦ ଅନୁଭବ ମହାନ୍ତି ସେୟାର କରିଛନ୍ତି । ସିସିଟିଭି ଭିଡିଓରେ ଉଭୟ ପତି ପତ୍ନଙ୍କ ସହିତ କିଛି ମହିଳାଙ୍କୁ ଦେଖିବାକୁ ମିଳିଛି । ଅନୁଭବ ବର୍ଷାଙ୍କୁ କ’ଣ କହୁଛନ୍ତି ତାହା ସ୍ପଷ୍ଟ ଭାବେ ଶୁଣା ଯାଉନଥିବା ବେଳେ ଅନୁଭବ ଚାବି ଧରିଥିବା ଦେଖିବାକୁ ମିଳିଛି ।

ତେବେ ଅନୁଭବ ଘରକୁ ଆସିଲା ବେଳେ ସର୍ବଦା ତାଲା ପଡୁଛି ଓ ତାଙ୍କ ପାଖରେ ଥିବା ଚାବିରେ ତାଲା ଖୋଲୁନଥିବା ସେ କହିଛନ୍ତି । ଏଥିରେ ଉତ୍ତର ଦେବାକୁ ଯାଇ ବର୍ଷା କହିଛନ୍ତି ଯେ, ‘ମୋତେ ସୁଟିଂ ପାଇଁ ଫୋନ୍ ଆସିଲେ ତାଲା ପକାଇ ଯିବାକୁ ପଡୁଛି । ’ କିନ୍ତୁ ସମାନ ଚାବିରେ ତାଲା ଖୋଲୁନଥିବାରୁ ଘର ବାହାରେ ଅପେକ୍ଷା କରିବାକୁ ପଡୁଛି ବୋଲି ସେଠାରେ ଉପସ୍ଥିତ ଥିବା ମହିଳାଙ୍କ ଆଗରେ ଅଭିଯୋଗ କରିଛନ୍ତି ଅନୁଭବ ।

ତେବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଚାଲିଥିବା ପାରିବାରିକ ବିବାଦ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଏବେ ସାଂସଦ ଅନୁଭବ ମହାନ୍ତିଙ୍କ ମିଡ୍ ନାଇଟ୍ ପୋଷ୍ଟକୁ ନେଇ ଚର୍ଚ୍ଚା । ସିରିଜ୍ ଟୁଇଟ୍ କରି ଏହି ମାମଲାରେ ନିଜକୁ ପୀଡିତ ଦର୍ଶାଇ ନ୍ୟାୟ ଲୋଡିଛନ୍ତି ଅଭିନେତାରୁ ରାଜନେତା ବନିଥିବା ଅନୁଭବ । ଏଥିରେ ସେ ଗତ ବର୍ଷର କିଛି ସିସିଟିଭି ଭିଡିଓକୁ ପୋଷ୍ଟ କରି ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଛନ୍ତି ।

କେନ୍ଦ୍ରାପଡା ସାଂସଦ ଅନୁଭବ ଟୁଇଟରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ବର୍ଷାଙ୍କୁ ଘରୁ ବାହାର କରିବା ମୋର କିମ୍ବା ମୋ ପରିବାରର ଉଦ୍ଦେଶ୍ୟ ନଥିଲା । ଜରୁରୀ କାମ ପାଇଁ ମୁଁ କିଛି ସମୟ ଘରକୁ ଯିବାକୁ ଚାହୁଁଥିଲି । ଏହା ବଦଳରେ ମୋତେ ଅଟକା ଯାଇଥିଲା । ମାମଲାର ଚୂଡାନ୍ତ ରାୟ ନ ଆସିବା ଯାଏଁ ସେ କିମ୍ବା ତାଙ୍କ ପରିବାର ବର୍ଷାଙ୍କୁ ଘରୁ ବାହାର କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଥିଲେ ।

ତେବେ ଅନୁଭବ ଆହୁରି ଲେଖିଛନ୍ତି, ‘ଆମେ ନୀରିହ ଓ ଏହାକୁ ପ୍ରମାଣିତ ମଧ୍ୟ କରିଛୁ । ତଦନ୍ତରେ ନିରପେକ୍ଷତା ରହିବା ଦରକାର । ଯିଏ ଭୁଲ୍ କରିଛି ସେ ଦଣ୍ଡ ପାଉ । କିନ୍ତୁ ଯିଏ ନିର୍ଦ୍ଦୋଷ ତାକୁ ଦଣ୍ଡ ନମିଳୁ । ’ ତାଙ୍କ ମା, ଭାଇଙ୍କ ପତ୍ନୀ ଓ ଝିଆରୀ ବି ମହିଳା, ସେମାନଙ୍କୁ କାହିଁକି ନ୍ୟାୟରୁ ବଞ୍ଚିତ କରାଯାଉଛି । ଏହା ବହୁତ ଯନ୍ତ୍ରଣାଦାୟକ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଉଛି ଅନୁଭବ ତାଙ୍କର ଏହି ପୋଷ୍ଟରେ ପତ୍ନୀ ବର୍ଷାଙ୍କୁ ଟ୍ୟାଗ୍ କରିଛନ୍ତି । ଏଥି ସହିତ ଜାଗୃତି ଶୁକ୍ଳା, ସୁପ୍ରିମ୍ କୋର୍ଟ ଆଇନଜୀବୀ ଅଶ୍ୱିନୀ ଦୁବେ, ଦୀପିକା ନାରାୟଣ ଭରଦ୍ୱାଜଙ୍କୁ ମଧ୍ୟ ସେ ଟ୍ୟାଗ୍ କରିଛନ୍ତି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅନୁଭବ କାହିଁକି ଏହି ପୋଷ୍ଟ କଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *