Odia Jokes- ଅଧ ରାତିରେ ବେଡରୁମର ଟେଲିଫୋନ ବାଜିଲା, ସ୍ଵାମୀ (ସ୍ତ୍ରୀ କୁ )- କେହି ମୋ ବିଷୟରେ ପଚାରିଲେ କହିଦେବୁ ମୁଁ ଘରେ ନାହିଁ ! ସ୍ତ୍ରୀ (ଫୋନ ଉଠାଇ)- ମୋ ସ୍ଵାମୀ ଘରେ ହିଁ ଅଛନ୍ତି…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଶିକ୍ଷକ- ପପୁ ତୁମ ବାପାଙ୍କ ନାମ କଣ ଇଂରାଜୀରେ କୁହ ?

ପପୁ- ବିଉଟିଫୁଲ ରେଡ ଅଣ୍ଡରୱେୟାର

ଶିକ୍ଷକ- କଣ ଏମିତି ମଜାକ କରୁଛ ତମେ ?

ପପୁ- ନା ମୁ ମଜାକ କରୁନି, ମୋ ବାପାଙ୍କ ନାମ ହେଉଛି ସୁନ୍ଦର ଲାଲ ଚଡା ତା ହେଲେ ଇଂରାଜୀରେ ହେଲା ନା ବିଉଟିଫୁଲ ରେଡ ଅଣ୍ଡରୱେୟାର

୨. ନାଗ କହିଲା ନାଗୁଣୀକୁ

ମୋ ମନ ଖାଲି ତୋ ପ୍ରେମକୁ ଖୋଜୁଛି

ନାଗୁଣୀ- ମୋ କଥା ଏତେ ଚିନ୍ତା କରନାହିଁ ମୋ ବୟଫ୍ରେଣ୍ଡ ହେଉଛି ଆନାକୋଣ୍ଡା ।

୩. ପୁଅ ଆସିବା ମାତ୍ରେ ଝିଅ ତାକୁ କୁଣ୍ଢେଇ ପକେଇଲା…

ପୁଅ- ଆଜି କଣ ଏତେ ପ୍ରେମ ଝରୁଛି…

ଝିଅ- ଜାନୁ, ତୁମେ ଆଜି ମୋତେ କିଛି ବି ମାଗିପାର ।

ପୁଅ- କଣ ପ୍ରମିଜ ?

ଝିଅ- ଯାହା ତୁମ ମନ କରିବ…

ପୁଅ- ବେବି, ସେହି ସାମ୍ନାରେ ଯେଉଁ କାର ଅଛି ନା ମତେ ସେଇଟା ଦରକାର ।

ଝିଅ- ହଉ, ତା ହେଲେ ତମେ ମତେ କଣ ଦେବ ?

ପୁଅ- ମୁଁ ତମକୁ ସେହି କାର ରଙ୍ଗର ଲିପଷ୍ଟିକ ଦେବି ।

୪. ମୁନା- ଆରେ ସର୍କିଟ ଗାନ୍ଧୀଜୀ ସବୁ ନୋଟରେ କାହିଁକି ହସୁଛନ୍ତି ?

ସର୍କିଟ- ଭାଇ ଯଦି ଗାନ୍ଧୀଜୀ କାନ୍ଦିବେ ତା ହେଲେ ନୋଟ ଓଦା ହୋଇଯିବ ନା…

୫. ପ୍ରେମୀ- ଭଗବାନ ତୁମକୁ ଏତେ ସୁନ୍ଦର ବନେଇବା ପରେ ଏତେ ମୂର୍ଖ କାହିଁକି କରିଲେ ?

ପ୍ରେମିକା- ଆମ ଦୁଇଜଣଙ୍କୁ ମିଶେଇବା ପାଇଁ ।

ପ୍ରେମୀ- କେମିତି ?

ପ୍ରେମିକା- ମୁ ସୁନ୍ଦର ଥିଲି ଏଥିପାଇଁ ତମେ ମୋ ପ୍ରତି ଆକର୍ଷିତ ହେଲ ଏବଂ ମୁଁ ମୂର୍ଖ ଥିଲି ଏଥିପାଇଁ ମୁ ତୁମ ପ୍ରତି ଆକର୍ଷିତ ହେଲି

୬. ପପୁ ଓ ମୁନା କଥା ହେଉଥିଲେ

ପପୁ- ଆରେ ମୁନା ଏହି ଭୁତ ମାନଙ୍କ ପାଖରେ କୌଣସି କାମ ନାହିଁ ହେଲେ ସେମାନେ ଲୋକ ମାନଙ୍କୁ ସବୁବେଳେ ଡରାଉ ଛନ୍ତି ।

ମୁନା- ମଣିଷ ମରିବା ପରେ ଭୁତ ହୋଇଥାଏ ନା ।

ପପୁ- ତା ହେଲେ ?

ମୁନା- ମଣିଷ ମରିବା ପରେ ଭୁତ ହୋଇଥାନ୍ତି ଆଉ ତାଙ୍କ ପାଖରେ କଣ କିଛି କାମ ଥାଏ ସେଥିପାଇଁ ସେମାନେ ସମସ୍ତଙ୍କୁ ଡରାଇ ଥାନ୍ତି ।

୭. ଅଧ ରାତିରେ….ବେଡରୁମ ର ଟେଲିଫୋନ ବାଜିଲା

ସ୍ଵାମୀ (ସ୍ତ୍ରୀ କୁ )- କେହି ମୋ ବିଷୟରେ ପଚାରିଲେ କହିଦେବୁ

ମୁଁ ଘରେ ନାହିଁ !

ସ୍ତ୍ରୀ (ଫୋନ ଉଠାଇ)- ମୋ ସ୍ଵାମୀ ଘରେ ହିଁ ଅଛନ୍ତି,

କହି ଫୋନ କାଟିଦେଲା !

ସ୍ଵାମୀ (ଚିଡିଯାଇ)- ମୁଁ କହିଥିଲା ନା କେହି ବୋ ବିଷୟରେ ପଚାରିଲେ,

କହିବୁ ମୁଁ ଘରେ ନାହିଁ…

ସ୍ତ୍ରୀ – ଚୁପଚାପ ଶୋଇପଡ, ସବୁବେଳେ ଜରୁରୀ ନୁହେଁ କି ତୁମ ପାଇଁ ଫୋନ ହେଇଥିବ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *