ଅଦାଲତରେ 13 ଥର 2 ଘଣ୍ଟା ଧରି ବର୍ଷାଙ୍କୁ ଜେରା…କଣ କହିଲେ Varsha ?

ବନ୍ଧୁଗଣ, ସୂଚନା ଅନୁଯାୟୀ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ପାରିବାରିକ ମାମଲା ସମସ୍ତଙ୍କୁ ଜଣା । ଆଉ ଏହା ମଧ୍ୟରେ ଉଭୟଙ୍କ ମାମଲାର ଉଭୟଙ୍କ ମାମଲାର ଶୁଣାଣି ଆରମ୍ଭ ହୋଇସାରିଛି । ଗତକାଲି ଅଦାଲତରେ ବର୍ଷା ଙ୍କ ଜେରା ଆରମ୍ଭ ହୋଇ ସାରିଛି । ଏବଂ ଜେରା ର ପ୍ରଥମ ଦିନରେ ପ୍ରାୟ ଦୁଇ ଘଣ୍ଟା ରୁ ଅଧିକ ସମୟ ଧରି ବର୍ଷା ଙ୍କୁ ଜେରା କରିଛି ଅଦାଲତ ।

ଆଉ ଏହି ଜେରା ସମୟରେ ସାଂସଦ ଅନୁଭବ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଅନୁଭବ ଙ୍କ ର କିନ୍ତୁ ଜେରା ସାରିଛି ଆଉ ସାଂସଦ ଅନୁଭବ ମହାନ୍ତି ଙ୍କୁ ଜେରା କରିବା ନିମନ୍ତେ କୋର୍ଟ କୁ ୧୩ ଥର ଡକାଯାଇଅଛି ଆଉ ୯ ଥର ଅନୁଭବ ମହାନ୍ତି ଙ୍କୁ ଜେରା କରାଯାଇଅଛି । ୪ ଟି ତାରିଖରେ ବର୍ଷା ଙ୍କ ପକ୍ଷରୁ ସମୟ ଦିଆଯାଉନଥିଲା ଯେଉଁଥିପାଇଁ ଶୁଣାଣୀରେ ବିଳମ୍ବ ହେଉଛି ଏବଂ ବର୍ତ୍ତମାନ ବର୍ଷା ଙ୍କୁ ଜେରା ଆରମ୍ଭ ହୋଇଛି ।

ଏଥିରେ ସହଯୋଗ କରୁଛନ୍ତି ଅନୁଭବ । ଅନ୍ୟ ପକ୍ଷରେ କୋର୍ଟ ରେ ଅନୁଭବ ଙ୍କ ତରଫରୁ ଆଉ ଏକ ପିଟିସନ ମଧ୍ୟ ରୁଜୁ କରାଯାଇଥିଲା ଏଥିରେ ବର୍ଷା ଙ୍କ ପକ୍ଷରୁ ଅଦାଲତ ରେ ହୋଇଥିବା ପ୍ରାୟ ୨୦୦ ରୁ ୩୦୦ ଶହ ପୃଷ୍ଠାର ଡକୁମେଣ୍ଟ କୁ ଅଦାଲତ ଗ୍ରହଣ ନ କରିବାକୁ ଅନୁଭବ ଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଅଛି । ଆଉ ଆଜି ଏହା ଉପରେ ଶୁଣାଣି ହୋଇପାରେ ବୋଲି ସୂଚନା ମିଳିଛି ।

ଅନୁଭବ ଏବଂ ବର୍ଷା ଙ୍କ ଯୋଡି ସାରା ଓଲିଉଡ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ଥିଲା ମାତ୍ର ଆଜିଭଳି ଦିନରେ ଉଭୟ ଙ୍କ ଏହିଭଳି ବିଛେଦ ଦେଖି ତାଙ୍କ ଫ୍ୟାନ୍ସ ମାନଙ୍କ ମନରେ ଆଘାତ ଲାଗିଛି । ବିବାଦ ପରେ ବିବାଦ ଏତେ ବଢିବାକୁ ଲାଗିଲା ଯେ ଶେଷରେ କୋର୍ଟ ର ମୁଖପାତ୍ର ହୋଇଥିଲେ । ବର୍ଷା ଅନୁଭବ ଙ୍କ ସହିତ ରହିବାକୁ ଚାହୁଁଥିବା ବେଳେ ଅନୁଭବ କିନ୍ତୁ ବିଚ୍ଛେଦ ଚାହୁଁଥିଲେ ।

ଶେଷରେ ଆଜି ଏହି ଶେଷ ପର୍ଯ୍ୟାୟରେ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି । ଓଲିଉଡ ରେ ପ୍ରଥମେ ବନ୍ଧୁତା, ପରେ ପ୍ରେମ ଏବଂ ଏହାପରେ ବିବାହରେ ପରିଣତ ହେଲା କିନ୍ତୁ  ବର୍ତ୍ତମାନ ବିଛେଦ ମଧ୍ୟ ଦେଖିବାକୁ ମିଳିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *